Plus Two Admission: ଦ୍ୱିତୀୟ ପର୍ଯ୍ୟୟ ଯୁକ୍ତ ୨ ନାମ ଲେଖା ପ୍ରକ୍ରିୟା ଆରମ୍ଭ
Advertisement
Article Detail0/zeeodisha/odisha1854577

Plus Two Admission: ଦ୍ୱିତୀୟ ପର୍ଯ୍ୟୟ ଯୁକ୍ତ ୨ ନାମ ଲେଖା ପ୍ରକ୍ରିୟା ଆରମ୍ଭ

Plus Two Admission: ଆଜିଠୁ ଆରମ୍ଭ ହେଲା +2 (Plus Two)ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ଆବେଦନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ପାଇଁ ଆବେଦନ କରି ପାରି ନଥିବା ଛାତ୍ରଛାତ୍ରୀ(Students)ଦ୍ବିତୀୟ ସୁଯୋଗ ମିଳିଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁ ନାମ ଲେଖା ଆବେଦନରୁ ବଞ୍ଚିତ ହୋଇଥିବା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନାମଲେଖା(Admission) ପାଇଁ ଆବେଦନ କରିପାରିବେ ।

ସାଙ୍କେତିକ ଫଟୋ: Plus Two Admission

Plus Two Admission: ଆଜିଠୁ ଆରମ୍ଭ ହେଲା +2 (Plus Two)ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ଆବେଦନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ପାଇଁ ଆବେଦନ କରି ପାରି ନଥିବା ଛାତ୍ରଛାତ୍ରୀ(Students)ଦ୍ବିତୀୟ ସୁଯୋଗ ମିଳିଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁ ନାମ ଲେଖା ଆବେଦନରୁ ବଞ୍ଚିତ ହୋଇଥିବା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନାମଲେଖା(Admission) ପାଇଁ ଆବେଦନ କରିପାରିବେ ।ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ।

ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟାରେ ଅନେକ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ। ତେଣୁ ଏହି ଦ୍ୱିତୀୟ ପର୍ଯ୍ୟୟର ନାମ ଲେଖା ପ୍ରକ୍ରିୟାରେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିବା ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ତେବେ ଏହି ଛାତ୍ରଛାତ୍ରୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । କେବଳ ନୂଆ ଆବେଦନ କରୁଥିବା ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଆବେଦନ ଫି ଦାଖଲ କରିବେ । ଆସନ୍ତା ୨୨ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ସିଟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୨୫(September 25) ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି ଦାଖଲ କରି ୨୩ରୁ ୨୬ ତାରିଖ ମଧ୍ୟରେ କଲେଜରେ ରିପୋଟିଂ କରିବେ । ଅକ୍ଟୋବର ୩ ତାରିଖରେ ଓ୍ବେଟିଂ ତାଲିକା ପ୍ରକାଶ ପାଇ ୬ ତାରିଖରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ।

Also Read: Building Collapsed: ୩ ମହଲା କୋଠା ଭୁଷୁଡ଼ି ଚାଲିଗଲା ଜୀବନ, ଏବେ ବି ଚାପି ହୋଇ ରହିଛନ୍ତି ଅନେକ