Potato Crisis: ବଢୁଛି ଆଳୁଦର। ଚିନ୍ତାରେ ଖାଉଟି । ଆଉ ଏପଟେ ଖାଲି ପଡିଛି ଆଳୁ ଗୋଦାମ୍। ଦିନକୁ ଦିନ ଉତ୍କଟ ହେଉଛି ଆଳୁ ସମସ୍ୟା। ଓଡି଼ଶା ଆସୁଥିବା ଆଳୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ। ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ବେ ଆଳୁ ଦର ୭୦ ତଳକୁ ଖସୁନି।
Trending Photos
Potato Crisis: ବଢୁଛି ଆଳୁଦର। ଚିନ୍ତାରେ ଖାଉଟି । ଆଉ ଏପଟେ ଖାଲି ପଡିଛି ଆଳୁ ଗୋଦାମ୍। ଦିନକୁ ଦିନ ଉତ୍କଟ ହେଉଛି ଆଳୁ ସମସ୍ୟା। ଓଡି଼ଶା ଆସୁଥିବା ଆଳୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ। ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ବେ ଆଳୁ ଦର ୭୦ ତଳକୁ ଖସୁନି। ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ବଜାରରୁ ଆଳୁ ଉଭାନ୍ ହେବାରେ ଲାଗିଛି। ପ୍ରତ୍ୟକ ଦିନ ୫ ହାଜାର ଟନ୍ ଆଳୁର ଆବଶ୍ୟକତା ପଡୁଥିବା ବେଳେଏବେ ଯଥେଷ୍ଟ ଟନର ଆଳୁ ଗୋଦାମ୍ ରେ ମହଜୁଦ୍ ନାହିଁ। ଗତାକାଲି ମାତ୍ର ୪୦ଟି ଆଳୁ ଗାଡି଼ ଓଡ଼ିଶାକୁ ଆସିଥିବା ବେଳେ ୫ଟି ଗାଡି ଭୁବନେଶ୍ବରକୁ ଆସୁଥିଲା। ପୂର୍ବରୁ ପ୍ରତ୍ୟକଦିନ ୧୭୦ଟି ଆଳୁ ଗାଡି ଓଡି଼ଶା ଅଭିମୁଖେ ଆସୁଥିଲା। ବିଶେଷ କରି, ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ବିଶେଷଭାବେ ଆଳୁ ଗାଡି଼ ଆସୁ ନାହିଁ।
ସେପଟେ ନାଫେଡ ଜରିଆରେ ଉତ୍ତରପ୍ରଦେଶରୁ ଆସିବ ଆଳୁ । ଖାଉଟିମାନଙ୍କୁ ୩୦ ଟଙ୍କା ଆଳୁ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ଏହାଦ୍ବାରା ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଯୋଗାଇଦିଆଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଖୁଚୁରା ଦେକାନରେ ଉପଲବ୍ଧ ହେବ ବୋଲି ଜଣାପଡିଛି। ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ, କଟକରେ ହୋଲସେଲ ଗୋଦାମରୁ ୪୫ କେଜି ଆଳୁ ପ୍ୟାକେଟ୍ କୁ ୧୭୦୦ ରୁ ୧୮ ଟଙ୍କାରେ ଖୁଚୁରା ବ୍ୟବସାୟୀ କିଣୁଥିବା ଜଣାପଡିଛି।