Advertisement
Article Detail0/zeeodisha/odisha2196859
Zee OdishaOdisha StateElection 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

Election 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

Odisha Politics: ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସ (x)ରେ ବବି ଲେଖିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ ହୋଇପାରେ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ। ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି। ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ।

Election 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

ଭୁବନେଶ୍ୱର: ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଗଲାଣି ପ୍ରଚାରପ୍ରସାର । କିଛିଦିନ ତଳେ ବିଜେଡିର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) ମାଆ ସମଲେଇଙ୍କ ଆଶୀର୍ବାଦ ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେପଟେ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି କାଉଣ୍ଟର । ଆଜି ସୋସିଆଲ ମିଡିଆ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ ଛାଡିଛନ୍ତି ବବି ।

ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସ (x)ରେ ବବି ଲେଖିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ ହୋଇପାରେ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ। ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି। ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ।

Post-

Add Zee News as a Preferred Source

ବବିଙ୍କ ଏପରି ପୋଷ୍ଟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେ ମଧ୍ୟ ଖୁବଶୀଘ୍ର ନିଜ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କିନ୍ତୁ ବବିଙ୍କ ପୋଷ୍ଟରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ବିଜେପି ଓଡ଼ିଶା ପ୍ରଦେଶ ସାମାଜିକ ଗଣମାଧ୍ୟମ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯ  ପ୍ରତିକ୍ରିୟା ଯାହା ପ୍ରତିକ୍ରିୟା ଦେଇଛନ୍ତି ପଢିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ

Post1-

Also Read- କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

Also Read- Grah Gochar 2024: ନବରାତ୍ରୀ ସମୟରେ ଗ୍ରହ ଚଳନ, ୩ ରାଶି ହେବେ ପ୍ରଭାବିତ

About the Author