Odisha News: କୋରାପୁଟରେ ବଢୁଛି ଜନନୀ ଯନ୍ତ୍ରଣା, ଏଥିପାଇଁ ଦାୟୀ କିଏ?
Advertisement

Odisha News: କୋରାପୁଟରେ ବଢୁଛି ଜନନୀ ଯନ୍ତ୍ରଣା, ଏଥିପାଇଁ ଦାୟୀ କିଏ?

Odisha News: ଜିଲ୍ଲାରେ କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ (Ambulance) ଗାଁରେ ପହଞ୍ଚି ପାରୁ ନ ଥିବାରୁ କେତେବେଳେ ଗର୍ଭବତୀର (pregnant women)ଜୀବନ ଯାଇଛି ତ ଆଉ କେତେବେଳେ ଗର୍ଭସ୍ତ ଶିଶୁର ମୃତ୍ୟୁ ଘଟୁଛି । ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନ କି ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଏପରି ଘଟଣା ବିଶେଷ କରି, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି। 

Odisha News: କୋରାପୁଟରେ ବଢୁଛି ଜନନୀ ଯନ୍ତ୍ରଣା, ଏଥିପାଇଁ ଦାୟୀ କିଏ?

(କୋରାପୁଟ, ନିରଜ ଶତପଥୀ) :  କୋରାପୁଟ (Koraput) ଜିଲ୍ଲାରେ କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ (Ambulance) ଗାଁରେ ପହଞ୍ଚି ପାରୁ ନ ଥିବାରୁ କେତେବେଳେ ଗର୍ଭବତୀର (pregnant women)ଜୀବନ ଯାଇଛି ତ ଆଉ କେତେବେଳେ ଗର୍ଭସ୍ତ ଶିଶୁର ମୃତ୍ୟୁ ଘଟୁଛି । ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନ କି ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଏପରି ଘଟଣା ବିଶେଷ କରି, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏହି ବ୍ଲକରେ ପୂର୍ବରୁ ବହୁବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ତାହାର ପୁନରାବୃତ୍ତି ପୁଣି ଥରେ ଘଟିଛି ଏହି ବ୍ଲକ ଅଞ୍ଚଳରେ। 

ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଲରେଶ ଗାଁକୁ ଗମନା ଗମନ ସୁବିଧା ନ ଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଗାଡ଼ି ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆ ଭାରରେ ବୋହି ଆଣୁ ଥିବା ବେଳେ ଅଧ ବାଟ ରେ ଜନ୍ମ ଦେଲା ଏକ ଶିଶୁ କନ୍ୟା । ସେହି ଠାରୁ ପୁଣି ପାହାଡ଼ ରାସ୍ତା ଦେଇ ୫ କିମି ଦୂର ଭାରରେ ବହି , ମରିଚି ଗୁଡ଼ା ଗାଁ ଛକ ଯାଏଁ ନିଆ ଯାଇ ଥିଲା । ସେହି ଛକ ଠାରୁ ଆମ୍ବୁଲାନ୍ସ ଗାଡ଼ିରେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେହି ମହିଳା ଜଣକ ହେଲେ, ଗୁପ୍ତ ସାଉନ୍ତାଙ୍କ ସ୍ତ୍ରୀ ଦ୍ବିପ ସାଉନ୍ତା (୨୭) ଅନ୍ୟ ପଟେ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଫୁଣ୍ଡା ଗୁଡା ଗାଁରେ ମଧ୍ୟ ଏକ ସମାନ ଘଟଣା ଦେଖିବାକୁ ମିଳିଛି।

ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନ ଥିବାରୁ, ଆମ୍ବୁଲାନ୍ସ ଗାଁ ଯାଏଁ ଯାଇ ପାରି ନ ଥିଲା । ତେବେ ଗର୍ଭବତୀ ମହିଳା ଜଣକ ଅସ୍ଥାୟୀ ବାଉଁଶ ତିଆରି ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲି ଚାଲି ପୋଲ ପାର କରି କିଛି ବାଟ ଗଲାପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଡାକ୍ତରଖାନାକୁ ଯାଇଥିଲେ। ସୂଚନା ମୁତାବକ,  ଲରେଶ ଗାଁର ପ୍ରସୂତିଙ୍କ ସ୍ବାମୀ ଗୁପ୍ତଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ପ୍ରସବ ପାଇଁ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପ୍ରଥମେ ଗାଁ ର ଆଶା କର୍ମୀଙ୍କୁ ଜଣାଇ ଥିଲେ। ଏହା ପରେ ୧୦୨ ଆମ୍ବୁଲାନ୍ସ ଗାଡ଼ି କୁ ଆଶା କର୍ମୀ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ଯିବାକୁ ଭଲ ରାସ୍ତା ନଥିବାରୁ ଗାଁ ଠାରୁ ୫ କିମି ଦୂରରେ ଆମ୍ବୁଲାନ୍ସ ଗାଡି ଅଟକି ରହିଥିଲା। 

ଗାଁ ଲୋକଙ୍କ ସହାୟତାରେ ବୋହି ପ୍ରସୂତିଙ୍କୁ ଭାରା କରି ଆଣୁଥିବା ବେଳେ  ଅଧା ବାଟରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ନେଇଥିଲା । ସେହି ଠାରୁ ମାଆ ଓ ନବଜାତକକୁ ପୁଣି ଏକ ଖଟିଆ ଭାରରେ ପାହାଡ଼ ଘାଟି ରାସ୍ତାରେ ବୋହି, ମରିଚି ଗୁଡ଼ା ଛକ ଯାଏଁ ଆଣିଥିଲେ । ସେହିଠାରୁ ଏକ ଆମ୍ବୁଲାନ୍ସ ଗାଡ଼ି ଦ୍ବାରା ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚାଇ ଥିଲା। ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି । 

ଅନ୍ୟ ପଟେ ଫୁଣ୍ଡା ଗୁଡା ଗାଁର , ପଦ୍ମନି ବିଶୋଇ ମଧ୍ୟ, ରାସ୍ତା ସୁବିଧା ନ ଥିବାରୁ ଅଧ କିମି ଦୂର ଗର୍ଭଯନ୍ତ୍ରଣାରେ ବି ଚାଲି ଚାଲି, ଗାଡ଼ି ପାଖରେ ଥିଲେ। ଏବଂ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ମାଳ ମାଳ ଯୋଜନା, ଏବଂ ଆମ ଗାଁ ଆମ ବିକାଶ କଥା କୁ ନେଇ ଡିମିଣ୍ଡି ପିଟୁଥିବା ବେଳେ, ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବାରମ୍ବାର ଦେଖା ଦେଇଥିବା ବିକଳ ଚିତ୍ରକୁ ନେଇ ସରକାରୀ ଯୋଜନା ଉପରେ ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।