Advertisement
Article Detail0/zeeodisha/odisha2327621
Zee OdishaOdisha StatePresident Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?

President Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?

President Droupadi Murmu: ଚାରିଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ଚତୁର୍ଥ ଦିନ...

 

 

President Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?

President Droupadi Murmu: ଚାରିଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ଶେଷ ଦିନରେ ବି ଅନେକ ଗୁଡିଏ କାର୍ଯ୍ୟକ୍ରମ ରହିଛି। ଆଜି ସକାଳ ସାଢେ ୧୦ଟାରେ ଭୁବନେଶ୍ବର ସ୍ଥିତ  ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ଏବଂ କାର୍ଯ୍ୟକ୍ରମ ସାରି ୧୨ଟା ୫୫ ରେ ବିମାନବନ୍ଦରକୁ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଆସୁଥିବାରପ ବିକେ ଆର୍ଟ, ଉତ୍କଳ ସଂସ୍କୃତି ବିଦ୍ୟାଳୟ  ଓ ନାଇଜରର ଛାତ୍ରଛାତ୍ରୀମାନ ଉତ୍ସାହିତ ଅଛନ୍ତି। ବିକେ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଦ୍ବାରା ଅଙ୍କିତ ଚିତ୍ର ପ୍ରଦାନ କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା

ALSO READ: Today Horoscope: ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Add Zee News as a Preferred Source

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ଅବତରଣ କରିଥିଲେ ରାଷ୍ଟ୍ରପତି । ପ୍ରୋଟୋକଲ୍ ଅନୁସାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମେୟର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ।

About the Author