President Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha2327621

President Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?

President Droupadi Murmu: ଚାରିଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ଚତୁର୍ଥ ଦିନ...

 

 

President Droupadi Murmu: ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତର ଆଜି ଚତୁର୍ଥ ଦିନ, ଜାଣନ୍ତୁ ଆଜି କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ?

President Droupadi Murmu: ଚାରିଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ତାଙ୍କ ଗସ୍ତର ଶେଷ ଦିନରେ ବି ଅନେକ ଗୁଡିଏ କାର୍ଯ୍ୟକ୍ରମ ରହିଛି। ଆଜି ସକାଳ ସାଢେ ୧୦ଟାରେ ଭୁବନେଶ୍ବର ସ୍ଥିତ  ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ଏବଂ କାର୍ଯ୍ୟକ୍ରମ ସାରି ୧୨ଟା ୫୫ ରେ ବିମାନବନ୍ଦରକୁ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଆସୁଥିବାରପ ବିକେ ଆର୍ଟ, ଉତ୍କଳ ସଂସ୍କୃତି ବିଦ୍ୟାଳୟ  ଓ ନାଇଜରର ଛାତ୍ରଛାତ୍ରୀମାନ ଉତ୍ସାହିତ ଅଛନ୍ତି। ବିକେ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଦ୍ବାରା ଅଙ୍କିତ ଚିତ୍ର ପ୍ରଦାନ କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା

ALSO READ: Today Horoscope: ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ଅବତରଣ କରିଥିଲେ ରାଷ୍ଟ୍ରପତି । ପ୍ରୋଟୋକଲ୍ ଅନୁସାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମେୟର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ।