President Droupadi Murmu: ଆଜି ଓଡି଼ଶା ଆସୁଛନ୍ତି ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha2323820

President Droupadi Murmu: ଆଜି ଓଡି଼ଶା ଆସୁଛନ୍ତି ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

President Droupadi Murmu: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ୯ ତାରିଖ ପର୍ଯ୍ୟନ୍ତ ସେ ଓଡି଼ଶା ଗସ୍ତରେ ରହିବେ। ଏନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ରାଷ୍ଟ୍ରପତି ପହଞ୍ଚିବେ।  ଏ-ନେଇ ସୁରକ୍ଷା ବଳୟରେ ରହିଛି ପୂରା ଭୁବନେଶ୍ବର।  

President Droupadi Murmu: ଆଜି ଓଡି଼ଶା ଆସୁଛନ୍ତି ମ୍ୟାଡମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

President Droupadi Murmu: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ୯ ତାରିଖ ପର୍ଯ୍ୟନ୍ତ ସେ ଓଡି଼ଶା ଗସ୍ତରେ ରହିବେ। ଏନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ରାଷ୍ଟ୍ରପତି ପହଞ୍ଚିବେ।  ଏ-ନେଇ ସୁରକ୍ଷା ବଳୟରେ ରହିଛି ପୂରା ଭୁବନେଶ୍ବର।  ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନ ହୁଏ। ସେନେଇ  ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କ ପାଇଁ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯିବ। ଏହାସହ  ସୁରକ୍ଷା ଦାୟିତ୍ବରେ ୩ଟି କୁଇକ୍ ରେସପନ୍ସ ଟିମ୍ ,୨ଟି ସ୍ପେଶାଲ୍ ଟେକନିକାଲ୍ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବରେ ରହିବ। ଏହାସହ ୬ ଜଣ ଆଡିସନାଲ୍ ଡିସିପି,୧୭ ଏସପି, ୨୫ ଜଣ ଇନ୍ସପେକ୍ଟର, ୧୦୦ ଜଣ ଏସଆଇ ଓ ଏଏସଆଇ, ୧୨୦ ଜଣ ଟ୍ରାଫିକ୍ କର୍ମଚାରୀ,  ୧୦୦ ଜଣ ହୋମଗାର୍ଡଙ୍କ ସହ ଅଗ୍ନିଶମ ଅଧିକାରୀ ମଧ୍ୟ ନିୟୋଜିତ ହେବେ।

ଆଜି ସନ୍ଧ୍ୟାରେ ବିମାନ ବନ୍ଦରରୁ ସିଧା ଜୟଦେବ ଭବନ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ।  ରାତିରେ ସେ ରାଜଭବନରେ ରହିବେ।  ତା ପରଦିନ ପୁରୀ ଯିବେ। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବେ।  ସେଥିପାଇଁ ବାୟୁସେନାର ରଥଯାତ୍ରାର ୩ ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି। ସେହିପରି, ୮ ତାରିଖରେ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ସେହିଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନର ଶୁଭାରମ୍ଭ କରିବେ। ଏବଂ ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ।  ସେହି ଦିନ ହିଁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ଭୁବନେଶ୍ବରର ବିମାନ ବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ  ଏବଂ ସେଠାରୁ ଖଣ୍ତଗିରି ଓ ନଇଜର ପର୍ଯ୍ୟନ୍ତ ରିହଲର୍ସାଲ୍ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ନେଇ ଡିଜପି ଅରୁଣ ଷଡଙ୍ଗୀ ପୁଲିସ୍ କମିଶନର ,କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପିଙ୍କ ସହ ଆଲୋଚନା ହୋଇଛି। ଏନେଇ ଆସନ୍ତାକାଲି ପୁରୀରେ କାରକେଡ୍ ରିହଲର୍ସାଲ୍ କରାଯିବ।