ଓଡ଼ିଶା ଆସୁଛନ୍ତି ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ଏହି ସବୁ...
Advertisement
Article Detail0/zeeodisha/odisha2432270

ଓଡ଼ିଶା ଆସୁଛନ୍ତି ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ଏହି ସବୁ...

Prime minister: ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ। ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି।

ଓଡ଼ିଶା ଆସୁଛନ୍ତି ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ଏହି ସବୁ...

ଭୁବନେଶ୍ଵର: ଆସନ୍ତାକାଲି ଆରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନିଜେ ଭୁବନେଶ୍ଵର ଆସି ଜନତା ମଇଦାନରେ ଏହି ଯୋଜନାରୁ ଆରମ୍ଭ କରିବେ। ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ପ୍ରଥମ କିସ୍ତି ଅର୍ଥ ଯିବ। ଏଥିପାଇଁ ସରକାରୀ ସ୍ତରରେ ବଡ଼ ଧରଣର ପ୍ରସ୍ତୁତି ଚାଲିଛି। ଗତକାଲି ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ଲେଖାଏ ପଠାଯାଇଛି। ଅନ୍ୟପଟେ ସାରା ରାଜ୍ୟରେ ସୁଭଦ୍ରା ସଚେତନତା ପଦଯାତ୍ରା ବି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି। 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଟ୍ରାଫିକ କଟକଣା କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ୍ ନିର୍ଦ୍ଦେଶନାମା। ଜୟଦେବ ବିହାରରୁ ନାଲକୋ ଛକ, ନାଲକୋ ଛକରୁ ଜୟଦେବ ବିହାର କଟକଣା କରାଯାଇଛି। ନନ୍ଦନକାନନ ପଟୁ ଜୟଦେବ ବିହାର ଆଡ଼କୁ ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ। ସେହିପରି ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଗଲେ ଆଚାର୍ଯ୍ୟ ବିହାର ସୈନିକ ସ୍କୁଲ ଦେଇ ଯିବେ। ଜରୁରୀକାଳୀନ ସେବାରେ ନିୟୋଜିତ ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନଥିବା କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ। 

ଅନ୍ୟପଟେ ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି। ପଞ୍ଜୀକରଣ ପାଇଁ ବଢ଼ୁଥିବା ଗହଳିକୁ ଦେଖି ସ୍ପଷ୍ଟ ଅନୁମେୟ ହେଉଛି ଯେ ଓଡ଼ିଶାରେ ମହିଳାମାନେ ‘ସୁଭଦ୍ରା’କୁ ଆପଣେଇଛନ୍ତି । ଏହାକୁ ଏକ ସଫଳ ଯୋଜନା କରିବା ପାଇଁ ରାଜ୍ୟ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି । ଗାଁଗୁଡ଼ିକରେ ୭୪,୦୦୦ ଜାଗାରେ ଅଙ୍ଗନବାଡ଼ି ଭଉଣୀମାନେ ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅଭିଯାନ ସୁରୁଖୁରରେ ଚଳାଉଛନ୍ତି। ମିସନ ଶକ୍ତି ମହିଳା, ପଞ୍ଚାୟତ ସ୍ତରୀୟ, ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଫେଡେରେସନର ସମସ୍ତ ମା’ଭଉଣୀମାନେ ‘ସୁଭଦ୍ରା’ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ କରୁଛନ୍ତି। ସେପ୍ଟେମ୍ବର ୧୫ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କ ପାଖକୁ ୧୭ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ। ୧୭ ସୁଦ୍ଧା ୧କୋଟି ମହିଳା ପଞ୍ଜିକୃତ ହେବାର ଲକ୍ଷ୍ୟ ରହିଛି। ଓଡ଼ିଶାଗ ଡ଼ିଶାର ରାଜସ୍ବ ଗ୍ରାମଗୁଡ଼ିକରେ ୧୦ହଜାର ‘ସୁଭଦ୍ରା ସଚେତନତା ପଦଯାତ୍ରା ଆୟୋଜନ କରାଯାଇଛି।

ସୂଚନଯୋଗ୍ୟ, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ। ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। 

ତେବେ ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହିଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ। ଉକ୍ତଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ। ଏହାସହିତ ରାଜ୍ୟର ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଆସନ୍ତା ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା କ୍ୱିଣ୍ଟାଲ ପିଛା ଦେବ ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ସରକାର ଏବେ ଧାନର କ୍ୱିଣ୍ଟାଲ ଏମଏସପି ୨୩୦୦ଟଙ୍କା ଦେବେ ଓ ବାକି ୮୦୦ଟଙ୍କା ରାଜ୍ୟ ସରକାର ଉଭୟ ଖରିଫ ଓ ଋବି ଋତୁରେ ଚାଷୀଙ୍କୁ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ। ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।