Puri News: ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଗଲା 'ପରିକ୍ରମା' ନିମନ୍ତ୍ରଣ
Advertisement
Article Detail0/zeeodisha/odisha2029116

Puri News: ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଗଲା 'ପରିକ୍ରମା' ନିମନ୍ତ୍ରଣ

Srimandir Parikrama Project: ଆଉ ଦିନ କେଇଟା ପରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ (Srimandir Parikrama Project Inauguration)। ଲୋକାର୍ପଣ ଉତ୍ସବକୁ ଧୂମଧାମରେ ପାଳନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। କାର୍ଯ୍ୟକ୍ରମକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ ପତ୍ର ପଠାଯିବା(Invitation Cards) ଆରମ୍ଭ ହୋଇଛି।  

Puri News: ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଗଲା 'ପରିକ୍ରମା' ନିମନ୍ତ୍ରଣ

Srimandir Parikrama Project: ଆଉ ଦିନ କେଇଟା ପରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ (Srimandir Parikrama Project Inauguration)। ଲୋକାର୍ପଣ ଉତ୍ସବକୁ ଧୂମଧାମରେ ପାଳନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। କାର୍ଯ୍ୟକ୍ରମକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ ପତ୍ର ପଠାଯିବା(Invitation Cards) ଆରମ୍ଭ ହୋଇଛି।  ବିଶେଷ କରି, ଦେଶର ପ୍ରମୁଖ ଦେବଦେବୀ ପୀଠ,ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ସହ ଚାରିଧାମର ପୀଠାଧୀଶ୍ୱର ଓ ବିଶିଷ୍ଟ ଧର୍ମଗୁରୁଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି।

ALSO READ: Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଏଠି ୫୦ ହଜାର ତଳେ ମିଳୁଛି ସୁନା

ସେହିପରି,  ଆଜି ଠାରୁ ଦେଶର ପ୍ରମୁଖ ଦେବପୀଠଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୩୦ଟି ଟିମ୍‌ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିଛନ୍ତି। ତେବେ ଏହି ନିମନ୍ତ୍ରଣ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଦାନ କରାଯାଇଛି। ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ବଣ୍ଟନ ଦାୟିତ୍ୱରେ ଥିବା ଟିମ୍‌ ଆଜି ସକାଳୁ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ସେଠାରେ ଲିଙ୍ଗରାଜଙ୍କୁ (Lingaraja Temple) ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ  ବୋଲି ଜଣାପଡିଛି। ଏହାପରେ ପ୍ରତ୍ୟେକ ଟିମ୍‌ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ତେବେ, ଆମେ ଏଠାରେ ଆପମଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଜାନୁଆରୀ ୧୭ ରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଆଜି (ମଙ୍ଗଳବାର) ସକାଳ ୮ଟା ୩୦ ମିନିଟରେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବା ପାଇଁ ଯାତ୍ରା ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଥିଲା, ପରେ ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଏବଂ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିଥିଲେ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ସେବାୟତ ଓ ଅଧିକାରୀ ମାନେ ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥିଲେ। ଅନ୍ୟପଟେ ୧୩ଟି ଟିମ୍ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିଥିବା ବେଳେ ଅନ୍ୟ ୧୭ଟି ଟିମ୍ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିବେ। ୨୬ରୁ ୨୯ ମଧ୍ୟରେ ନିମନ୍ତ୍ରଣ କାମ ସାରି ଟିମ୍ ପୁରୀ ଫେରିବ ।