ନଷ୍ଟ ହେଉଛି ଅର୍ପଣ ଚାଉଳ, ଏହି ପଦକ୍ଷେପ ନେବେ ସରକାର
Advertisement
Article Detail0/zeeodisha/odisha2366705

ନଷ୍ଟ ହେଉଛି ଅର୍ପଣ ଚାଉଳ, ଏହି ପଦକ୍ଷେପ ନେବେ ସରକାର

ଉକ୍ତ ଅର୍ପଣ ଚାଉଳକୁ ଆଉ ମହାପ୍ରଭୁଙ୍କୁ ଭୋଗ ଲଗାଯିବନି ବୋଲି ଖବର ଆସିବା ପରେ ସେ ଚାଉଳ କଣ ହେବ ସେନେଇ ଆଲୋଚନା କରାଯିବ । ସୁଆର ମହାସୁଆର ନିଯୋଗ ପ୍ରସ୍ତାବ ଦେଇଛି ଯେ, ଉକ୍ତ ଚାଉଳକୁ କୌଣସି ଏନଜିଓ ସଂସ୍ଥାକୁ ଦିଆଯାଉ ।

ନଷ୍ଟ ହେଉଛି ଅର୍ପଣ ଚାଉଳ, ଏହି ପଦକ୍ଷେପ ନେବେ ସରକାର

ପୁରୀ:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ରାଜ୍ୟର କୋଣ ଅନୁକୋଣରେ ଅର୍ପଣ ରଥ ମାଧ୍ୟମରେ ଚାଉଳ ସଂଗ୍ରହ କରାଯାଇଥିଲା । ସମୁଦାୟ ଚାଉଳର ଓଜନ ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଥିଲା । ତନ୍ମଧ୍ୟରୁ ୪ ହଜାର କ୍ୱିଣ୍ଟାଲ ଚାଉଳ ବ୍ୟବହାର କରାଯାଇଥିଲା । ଉକ୍ତ ଚାଉଳରେ ମହାପ୍ରସାଦ କରାଯାଇ ଭକ୍ତମାନଙ୍କୁ ବଣ୍ଟାଯାଇଥିଲା । କିନ୍ତୁ ଏବେ ମଧ୍ୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ପଡି ରହି ଖତ ଖାଉଛି । ସୁଆର ମହାସୁଆର ନିଯୋଗ ଏନେଇ ସୂଚନା ଦେବା ପରେ ବର୍ତ୍ତମାନ ଏହାକୁ ନେଇ ଭକ୍ତମାନେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । ଉକ୍ତ ଅର୍ପଣ ଚାଉଳକୁ ଆଉ ମହାପ୍ରଭୁଙ୍କୁ ଭୋଗ ଲଗାଯିବନି ବୋଲି ଖବର ଆସିବା ପରେ ସେ ଚାଉଳ କଣ ହେବ ସେନେଇ ଆଲୋଚନା କରାଯିବ । ସୁଆର ମହାସୁଆର ନିଯୋଗ ପ୍ରସ୍ତାବ ଦେଇଛି ଯେ, ଉକ୍ତ ଚାଉଳକୁ କୌଣସି ଏନଜିଓ ସଂସ୍ଥାକୁ ଦିଆଯାଉ ।

ଅନ୍ୟପଟେ, ଅର୍ପଣ ଚାଉଳର ସଦୁପଯୋଗ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅର୍ପଣ ଚାଉଳ ଭଗବାନଙ୍କ ନିକଟରେ ଅର୍ପଣ ଯୋଗ୍ୟ ନୁହେଁ ତେଣୁ ଏହାକୁ ମନ୍ଦିର ଭିତରେ ବ୍ୟବହାର କରାଯାଇ ପାରିବନି ବୋଲି ସେବାୟତ କହିଛନ୍ତି ତେଣୁ ଏନେଇ ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ତାହାକୁ ସରକାର ମାନିବେ ବୋଲି ମନ୍ତ୍ରୀ କହିଛନ୍ତି । FCI ଗୋଦାମରେ ହଜାର ହଜାର କ୍ବିଣ୍ଟାଲ ଚାଉଳ ଗଛିତ ହୋଇ ରହିଛି । ସେଥିରୁ କିଛି ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଉକ୍ତ ଚାଉଳରେ ଭକ୍ତଙ୍କ ଭାବାବେଗ ରହିଥିବାରୁ ପରିଚାଳନା କମିଟି ନିଷ୍ପତ୍ତି ପରେ ସରକାର ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ହରିଚନ୍ଦନ ।

Also Read- Mangal Nakshatra Gochar: ୬ ସେପ୍ଟେମ୍ୱର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ ଏହି ରାଶି

Also Read- Free Gold: ମାଗଣାରେ ମିଳୁଛି ସୁନା ! ନେବାକୁ ଲୋକଙ୍କ ଭିଡ଼