Free Gold: ମାଗଣାରେ ମିଳୁଛି ସୁନା ! ନେବାକୁ ଲୋକଙ୍କ ଭିଡ଼
Advertisement
Article Detail0/zeeodisha/odisha2366542

Free Gold: ମାଗଣାରେ ମିଳୁଛି ସୁନା ! ନେବାକୁ ଲୋକଙ୍କ ଭିଡ଼

Free Gold: ସୁନା ପୁଣି ମାଗଣାରେ ? ବିଶ୍ୱାସ ହେଉନଥିଲେ ଥରେ ପଢନ୍ତୁ ଏହି ଖବର ....

Free Gold: ମାଗଣାରେ ମିଳୁଛି ସୁନା ! ନେବାକୁ ଲୋକଙ୍କ ଭିଡ଼

Free Gold: ମାଗଣାରେ ସୁନା ମିଳିବା ଖବର ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କାରଣ ସୁନା ଦର ଏବେ ଆକାଶ ଛୁଆଁ, ଗରିବ ପରିବାର ତ ଦୂରର କଥା ସାଧାରଣ ପରିବାର ଲୋକଙ୍କ ପାଇଁ ମଧ୍ୟ ମନ ମୁତାବକ ସୁନା କିଣିବା ସମ୍ଭବ ହେଇପାରୁ ନାହିଁ । କିନ୍ତୁ ଆମେ ଆପଣଙ୍କୁ ଯେଉଁ ସୂଚନା ଦେବାକୁ ଯାଉଛୁ ତାହା ଆପଣଙ୍କୁ ନିଶ୍ଚେ ଚକିତ କରିବ । ନଦୀରେ ଭାସି ଆସୁଛି ସୁନା ଆଉ ସେହି ସୁନାକୁ ସଂଗ୍ରହ କରିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ବୀଭୂମ ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

୨ ବର୍ଷ ହେବ ଅନେକ ଲୋକ ନଦୀ କୂଳରେ ସୁନା ସନ୍ଧାନରେ ନିଜକୁ ବ୍ୟସ୍ତ ରଖୁଛନ୍ତି । କାରଣ ଲୋକମାନେ ଦାବି କରିଛନ୍ତି ଯେ, ନଦୀ ବାଲିରୁ ମିଳୁଛି ସୁନା । ବୀଭୂମ ଜିଲ୍ଲାର ପାର୍କାଣ୍ଡି ଗାଁ ମଧ୍ୟ ଦେଇ ପ୍ରବାହିତ ହେଉଛି ବାନ୍ସଲୋଇ ନଦୀ । ଆଉ ବାନ୍ସଲୋଇ ନଦୀ କୂଳରେ ଲୋକମାନେ ସୁନାର ସନ୍ଧାନ ଚଳାଇଛନ୍ତି । ବର୍ତ୍ତମାନ ବର୍ଷା ଦିନ ତେଣୁ ନଦୀରେ ଜଳ ଅଧିକ ରହିଥିବା କାରଣରୁ ଲୋକମାନେ ସୁନା ସନ୍ଧାନ ପାଇଁ ଅପେକ୍ଷା କରିଥାନ୍ତି ଖରା ଦିନକୁ । ନଦୀ ଶୁଖିବା ଆରମ୍ଭ କରିବା ମାତ୍ରେ ନଦୀ କୂଳରେ ବସବାସ କରୁଥିବା ଲୋକେ ଘଣ୍ଟା ଘଣ୍ଟା ନଦୀରେ ସମୟ ବିତାଇ ସୁନା ଖୋଜିବାରେ ଲାଗିପଡନ୍ତି । ପିଲାଠୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସଭିଏଁ ନଦୀର ବାଲିକୁ ହାତରେ ଖେଳାଇ ହଳଦିଆ ରଙ୍ଗର ବସ୍ତୁ ଖୋଜିଥାନ୍ତି । ବର୍ଷେ ତଳେ ଝାରଖଣ୍ଡର ଜଣେ ବ୍ୟକ୍ତି ନଦୀରୁ ସୁନା ଅଳଙ୍କାର ପାଇଥିଲେ । ଏହା ପରଠୁ ସ୍ଥାନୀୟ ଲୋକେ ସୁନା ପାଇବା ଆଶା ନେଇ ଅନେକ ସମୟରେ ନଦୀ ମଧ୍ୟରେ ସୁନା ଖୋଜା ଖୋଜି ଜାରି ରଖିଛନ୍ତି । କିଛି ବ୍ୟକ୍ତିଙ୍କୁ ନଦୀ ବାଲିରୁ ଛୋଟ ଛୋଟ ସୁନାର ଅଂଶ ମିଳିଥିବା ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି । ତେବେ ନଦୀରୁ ମିଳୁଥିବା ସୁନା ପ୍ରକୃତରେ କେଉଁଠୁ ଆସୁଛି ତାହା ଜାଣିବା ମଧ୍ୟ ଏକ କୌତୁହଳ ବିଷୟ ପାଲଟିଛି । ଲୋକଙ୍କ କହିବା ମୁତାବକ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା କାରଣରୁ ‘ମହେଶପୁର ରାଜବାରୀ’ ନାମକ ଏକ ସ୍ଥାନ ବୁଡିଯାଇଥିଲା । ସେହି ସ୍ଥାନରୁ ଶାଖା ନଦୀ ବାନ୍ସଲୋଇ ମାଧ୍ୟମରେ ସୁନା ଆସିଥାଇପାରେ ବୋଲି ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି । ତେବେ ଏହା କେତେ ସତ କେତେ ମିଛ ତାହାର ସ୍ପଷ୍ଟତା ଆସିନଥିବା ସମୟରେ ଏ ଘଟଣା ବାବଦରେ ଖବର ପ୍ରଶାସନ ନିକଟରେ ପହଞ୍ଚିଥିବା କୁହାଯାଉଛି । ମୁରାରାଇ ବିଡିଓ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପରେ କିଛି ମାସ ତଳେ ଉକ୍ତ ନଦୀକୁ ଲୋକଙ୍କୁ ପ୍ରବେଶ କରିବାକୁ ପାଇଁ ବାରଣ କରାଯାଇଥିଲା ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Top 10 News Today: ରବିବାର ୪ ଘଣ୍ଟା ବନ୍ଦ ଜଗା ଦର୍ଶନ ଖବର ସହ ଅନ୍ୟ ଖବର

Also Read- Crime News: ଯୁବତୀଙ୍କୁ ଫସାଇ ଲୁଟ୍ କରୁଥିଲା ରସିକିଆ ଯୁବକ, ପ୍ରେମିକା ସାଜି ଧରିଲା ପୋଲିସ