ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ
Advertisement
Article Detail0/zeeodisha/odisha1791670

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ

Puri Jagannath Temple: ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତି ଭାବକୁ ଅଣଦେଖା କରି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁଭଳି ମନମୁଖୀ ଶାସନ ଚାଲିଛି ଏନେଇ ଅସନ୍ତୋଷ ପ୍ରକାଶ କରି ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । 

ସୌ(ସୋସିଆଲ ମିଡିଆ)

Puri Jagannath Temple: ଦିନକୁ ଦିନ ଉଗ୍ର ରୂପ ନେଉଛି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ପ୍ରସଙ୍ଗ। ଏନେଇ ଦିନ ଗଡ଼ିବା ସହ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତି ଭାବକୁ ଅଣଦେଖା କରି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁଭଳି ମନମୁଖୀ ଶାସନ ଚାଲିଛି ଏନେଇ ଅସନ୍ତୋଷ ପ୍ରକାଶ କରି ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । ଏଭଳି ସ୍ଥିତିରେ ସେବକଙ୍କ ମୁଣ୍ତରେ ଅଠା ବୋଳି, ଆଗାମୀ ଦିନରେ ଚାରିଦ୍ବାର ଖୋଲିବା ଉପରେ ଯାହା କିଛି ନିଷ୍ପତି ହେବ ତାହା ସେବାୟତଙ୍କ ମତ କହି ଖସିଯିବାକୁ ଉଦ୍ୟମ କରାଯାଉଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ବିଭିନ୍ନ ମହଲରୁ ଚାପ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଗତ ଗୁରୁବାର ଦିନ ଛତିଶା ନିଯୋଗ ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ଏନେଇ କୌଣସି ନିଷ୍କର୍ଷ ବାହାରିପାରି ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ ୮ ଜଣିଆ କମିଟି ଗଠନ କରି ଦାୟିତ୍ବ ସାରି ଦେଇଛି ମନ୍ଦିର ପ୍ରଶାସନ । କମିଟି ରିପୋର୍ଟ ଆଧାରରେ, ପରବତ୍ରିର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ରଂଜନ କୁମାର ଦାସ କହିଛନ୍ତି । ସେପଟେ ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚାରିଦ୍ବାରା ଖୋଲିବା ପ୍ରସଙ୍ଗରେ ସରକାର ଓ ପ୍ରଶାସନ ଅଯଥା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ନିଯୋଗ ବୈଠକ ଡ଼କାଯାଇ ଏକ କମିଟି ଗଠନ କରାଗଲା । କିନ୍ତୁ ଛତିଶା ନିଯୋଗ କେବଳ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ନିଷ୍ପତ୍ତି ନେଇପାରିବ । ତେବେ କାହିଁକି ଏହି ବୈଠକ ଡକାଯାଇଥିଲା?  ପୂର୍ବରୁ କ’ଣ ଛତିଶା ନିଯୋଗ ବୈଠକ ଡ଼ାକି ଦ୍ବାର ବନ୍ଦ କରାଯାଇଥିଲା କି? ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରଶ୍ନ କରିଛନ୍ତି । ସେ ଆଉ ମଧ୍ଯ କହିଛନ୍ତି , ଏବେ ସେବାୟତଙ୍କ ମୁଣ୍ତରେ ଅଠା ବୋଳି ପ୍ରଶାସନ ଦୋଷ ଖସାଇବାକୁ ବସିଛି । ଏଯାଏଁ କେହି ଜାଣିପାରିଲେ ନାହିଁ ଯେ, କାହିଁକି ଚାରିଦ୍ବାର ବନ୍ଦ ରହିଛି । ଯେଉଁ କମିଟି ଗଠନ ହୋଇଛି ଏହାକୁ ତୁରନ୍ତ ବରଖାସ୍ତ କରାଯାଉ । ଏଥିରେ କେବଳ ପ୍ରଶାସନ ଓ ସେବକ ପ୍ରତିନିଧିଙ୍କୁ ରଖାଯାଇଥିବା ବେଳେ ଏଠାରେ ଭକ୍ତଙ୍କ ଚିହ୍ନ ବର୍ଣ୍ଣ ନାହିଁ ।  ତେବେ ଏପରି ସ୍ଥିତିରେ ଭକ୍ତଙ୍କ ଦୁଃଖ କିଏ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ନାଟକ କରାଯାଇ କେବଳ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରାଯାଉଛି । ଯଦି ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ନଯାଏ ତାହାଲେ ଶ୍ରୀ ଜଗନ୍ନାଥ ସେନା ଆହ୍ନାନରେ ପୁରୀ ବନ୍ଦ କରାଯିବ ବୋଲି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତ ଦେଇଛନ୍ତି ।

Also Read-Odisha Train Accident: ରାଜ୍ୟରେ ଥମୁନି ଟ୍ରେନ୍ ଦୁର୍ଘଟଣା, ସୋର ଷ୍ଟେସନରେ ଟ୍ରେନରୁ ଅଲଗା ହେଲା ବଗି

Also Read-Road Accident: ବସକୁ ପଛରୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

ପ୍ରକାଶ ଥାଉ କି, ଏନେଇ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଦିନଠାରୁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ । ଦସ୍ତଖତ ସଂଗ୍ରହ ପରେ ଆସନ୍ତା ୧ ତାରିଖରେ ୧ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତଙ୍କ ସହ ବୁଦ୍ଧିଜୀବୀ ଓ ନିଯୋଗ ସାମିଲ ହୋଇଛନ୍ତି ।