Advertisement
Article Detail0/zeeodisha/odisha2326052
Zee OdishaOdisha Stateରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

Rath Yatra 2024: ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଏବଂ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଆହତ ମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

 

Puri Jagannath Rath Yatra
Puri Jagannath Rath Yatra

ଭୁବନେଶ୍ୱର: ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ  ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁଛୁ ଯେ ରଥ ଟଣା ସମୟରେ ଏକ ବଡ଼ ଅଘଟଣ ଘଟିଥିଲା। ଏହି ଅଘଟଣ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆସିବା ସମୟରେ ହିନ୍ଦୀ ସ୍କୁଲ ସାମ୍ନାରେ ଘଟିଥିଲା । ଏଠାରେ ଠେଲାପେଲା ଯୋଗୁଁ ଜଣେ ମୃତ ଓ ଶତାଧିକ ଆହତ ହୋଇଥିଲେ। ହଠାତ୍ ତାଳଧ୍ଵଜ ରଥ ନିକଟରେ ଏଭଳି ଠେଲାପେଲା ହୋଇଥିଲା ଯେ ଅନେକ ଲୋକ ଆହତ ହେବା ସହ ଜଣେ ଅଣଓଡ଼ିଆ ଭକ୍ତଙ୍କର ମୃତ୍ୟୁ ଘଟିଛି।

Add Zee News as a Preferred Source

ଭକ୍ତଙ୍କ କହିବାନୁସାରେ ରଥ ଦଉଡ଼ି ଭାବି ଏକ ବ୍ୟାରିକେଡ଼ ଦଉଡ଼ିକୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ଟାଣି ନେବାକୁ ଲାଗିଥିଲେ। ଫଳରେ ଲକ୍ଷାଧିକ ଲୋକଙ୍କ ଭିତରେ ହଠାତ୍ ଠେଲାପେଲା ଦେଖାଯାଇଥିଲା। ଏହି ସମୟରେ ପାଖାପାଖି ଶତାଧିକ ଲୋକ ତଳେ ପଡିଯାଇଥିଲେ । ଆଉ ତାଙ୍କ ଉପରେ ଚଢ଼ି ଯାଇଥିଲେ ହଜାର ହଜାର ଲୋକ । ଯାହା ଫଳରେ ପ୍ରାୟ ୪୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ହିନ୍ଦୀ ସ୍କୁଲ ଆଶୁ ଚିକିତ୍ସା କେନ୍ଦ୍ରରେ ଭତ୍ତି କରାଯାଇଥିଲା । ଏହାପରେ ୧୦ଜଣଙ୍କୁ ପୁରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯେଉଁ ଥିଲେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

About the Author