Bamana janma niti: ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଏହି ଦିନ ଅଦିତିଙ୍କଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିରେ ଦ୍ବିପହର ଧୂପ ପରେ ପରେ ଏହି ନୀତି ପାଳନ କରଯାଏ ।
Trending Photos
Jagannath Temple Bamana janma niti: ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଏହି ଦିନ ଅଦିତିଙ୍କଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିରେ ଦ୍ବିପହର ଧୂପ ପରେ ପରେ ଏହି ନୀତି ପାଳନ କରଯାଏ । ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି । ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ପୂଜାପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି ।
ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି (Bamana janma niti) । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ଵିଧି ଅନୁଷ୍ଠିତ ହେବ । ସଡ଼ ଜୟନ୍ତୀମାନଙ୍କ ମଧ୍ୟରୁ ବାମନ ଜନ୍ମ ଅନ୍ୟତମ ହୋଇଥିବାରୁ ଗତକାଲି ରାତିରେ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ଅଧିବାସ ହୋଇଥିଲା । ସୋମବାର ଦିନ ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ସମ୍ପର୍ଣ୍ଣ ହୋଇଥିଲା। ଆଜି ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ନୀତି ରହିଛି। ଗତକାଲି ନୀତି ବିଳମ୍ବ ଯୋଗୁଁ ଆଜି ସକାଳ ପ୍ରାୟ ୫ଟା ପରେ ମହାପ୍ରଭୁ ପହୁଡ଼ ହୋଇଥିଲେ। ଗତକାଲି ପହୁଡ଼ ହୋଇନପାରିବା ଯୋଗୁଁ ମହାପ୍ରଭୁ ରାତି ଉଜାଗର ରହିଥିଲେ। ମହାପ୍ରଭୁ ସକାଳେ ପହୁଡ଼ ଯୋଗୁଁ ଦର୍ଶନରେ ମଧ୍ୟ ଅହେତୁକ ବିଳମ୍ବ ହୋଇଥିଲା। ସକାଳ ୭ଟା ୫୨ ମିନିଟ୍ ରେ ସିଂହଦ୍ଵାର ଫିଟିଥିବା ବେଳେ ପ୍ରାୟ ୮ଟା ପରେ ଦର୍ଶନ ଆରମ୍ଭ ହୋଇଥିଲା। ନୀତିକାନ୍ତି ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଗତକାଲିର ରାତି ପହୁଡ଼ ଆଜି ଦିନରେ ହେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି । ସେପଟେ ବାମନ ଜନ୍ମ ନୀତି ପାଇଁ ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଜଣାପଡିଛି।
ପ୍ରକାଶ ଥାଉ କି, ଭକ୍ତଙ୍କ ଲାଗି ଶ୍ରମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରିବା ଦାବିରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡ଼ାକରା ଦେଇଥିଲା ଜଗନ୍ନାଥ ସେନା। ମାତ୍ର ପରେ ଶ୍ରୀ ଜଗନ୍ନାଥ ସେନା ଏହି ବନ୍ଦ ଡାକରାରୁ ଓହରିଯାଇଛି । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବନ୍ଦ ଆନ୍ଦୋଳନକୁ ସ୍ଥଗିତ (Jagannath Sena Odisha Bandh Postponed) କରାଯାଇଛି। ରବିବାର ଦିନ ବସିଥିବା ବୈଠକ ବିଫଳ ହେବା ପରେ ସୋମବାର ଦିନ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ (Deputy Chief Administrator of Shrimandir) ତଥା ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ (Srimandir Administration) ପକ୍ଷରୁ ଜିଲ୍ଲାପାଳ ଲିଖିତ ପ୍ରତିଶୃତି ଦେବା ପରେ ବନ୍ଦ ଡାକରାରୁ ଓହରିଥିଲା ଶ୍ରୀ ଜଗନ୍ନାଥ ସେନା (Jagannath Sena Odisha)। ସେପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା କାରଣରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାଡ଼ ହୋଇଯାଛି। ଏଣୁ ଚାରିଦ୍ୱାର ପ୍ରବେଶ ଭକ୍ତଙ୍କ ଲାଗି ବିପଦ ସୃଷ୍ଟି କରିପାରେ । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ତତଃ ପରିକ୍ରମା ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଜଗନ୍ନାଥ ସେନା (Jagannath Sena Puri)।
Also Read-Weather: ୮ ଦିନ ବିଳମ୍ବରେ ଆରମ୍ଭ ହେଲା ମୌସୁମୀ ଅପସାରଣ ପ୍ରକ୍ରିୟା