Puri News: ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନା ଅତୀବ ପ୍ରାଚୀନ ପରମ୍ପରା ଅଟେ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଆଶ୍ୱୀନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଷ ଦିବସ ବ୍ୟାପି ପାଳିତ ହୁଏ । ସର୍ବତ୍ର ମା ଦୁର୍ଗାଙ୍କୁ ଶିବ ପ୍ରିୟା ଭାବେ ପୂଜା କରାଯାଉଥିବା ବେଳେ ଶ୍ରୀ କ୍ଷେତ୍ରରେ ବିଶେଷତଃ ଶ୍ରୀମନ୍ଦିରରେ ମାଧବ ପୂଜା ପାଇଥାନ୍ତି । ଏଥି ପ୍ରଶ୍ନ ଉଠେ ଏପରି କାହିଁକି ହୋଇଥାଏ ।
Trending Photos
Durga Madhab Upasana Ritual: ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନା ଅତୀବ ପ୍ରାଚୀନ ପରମ୍ପରା ଅଟେ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଆଶ୍ୱୀନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଷ ଦିବସ ବ୍ୟାପି ପାଳିତ ହୁଏ । ସର୍ବତ୍ର ମା ଦୁର୍ଗାଙ୍କୁ ଶିବ ପ୍ରିୟା ଭାବେ ପୂଜା କରାଯାଉଥିବା ବେଳେ ଶ୍ରୀ କ୍ଷେତ୍ରରେ ବିଶେଷତଃ ଶ୍ରୀମନ୍ଦିରରେ ମାଧବ ପୂଜା ପାଇଥାନ୍ତି । ଏଥି ପ୍ରଶ୍ନ ଉଠେ ଏପରି କାହିଁକି ହୋଇଥାଏ ।
ମା’ ଶବ୍ଦ ଲକ୍ଷ୍ମୀଙ୍କୁ ବୁଝାଉଥିବା ବେଳେ ଧବ ଧାରଣ କରିବାକୁ ବୁଝାଏ । ଯିଏ ଲକ୍ଷ୍ମୀଙ୍କୁ ଧାରଣ କରନ୍ତି ସେ ହେଲେ ମାଧବ। ଆଉ ଉମାଧବ ହେଲେ ସ୍ଵୟଂ ଶଙ୍କର ଭଗବାନ ଅର୍ଥାତ୍ ଯେ ଭଗବତୀ ଉମାଙ୍କୁ ଧାରଣ କରିଛନ୍ତି। ଏଠୁ ସ୍ପଷ୍ଟ ଜଣାଯାଏ, ଉମାଧବ ଅର୍ଥାତ୍ ମହାଦେବ ଆଉ ମାଧବଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ପରସ୍ପରର ଆତ୍ମା। ଠିକ୍ ସେହିପରି ମୂଳ ପ୍ରକୃତି ମହାଲକ୍ଷ୍ମୀଙ୍କ ସ୍ୱରୂପା ହେଲେ ଭଗବତୀ ଜୟଦୁର୍ଗା। ତେଣୁ ମାଧବ ରୂପୀ ଉମାଧଵ ମହାଲକ୍ଷ୍ମୀ ସ୍ୱରୂପା ଜୟଦୂର୍ଗାଙ୍କ ସଙ୍ଗେ ବିରାଜିତ। ସମସ୍ତ ଶକ୍ତି ପୀଠରେ ଦେବୀଙ୍କ ଭୈରବ କେବଳ ରୁଦ୍ର, କିନ୍ତୁ ବିମଳା ଯିଏ କି ପାଦ ପୀଠର ଅଧିଷ୍ଠାତ୍ରୀ ଆଉ ତାଙ୍କ ପୀଠ ହେଉଛି ପଡ଼ ପୀଠ ଯାହା ଶରୀରର ମୂଳ ଆଧାର, ତାଙ୍କର ଭୈରବ ହେଉଛନ୍ତି ସ୍ଵୟଂ ଉମାଧବ ରୂପୀ ମାଧବ।
ସେଥିପାଇଁ ତ କୁହାଯାଇଛି..
ଲୋକନାଥ ଶିବ ଯତ୍ର, ତୀର୍ଥ ରାଜ ମହୋଦଧି।
ବିମଳା ଭୈରବୀ ଯତ୍ର, ଜଗନ୍ନାଥସ୍ତୁ ଭୈରଵଃ।।
ଉତ୍କଳେ ନାଭିଦେଶେ ଚ ବିରଜା କ୍ଷେତ୍ରମୁତମମ୍ ।
ବିମଳା ସା ମହାଦେବୀ ଜଗନ୍ନାଥ ସ୍ତୁ ଭୈରବମ୍।। (ମହା ନିର୍ବାଣ ତନ୍ତ୍ର)
ମା ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ । ସହସ୍ର କୁମ୍ଭ ଅଭିଷେକ ଦିନ ମହାପ୍ରଭୁଙ୍କ ସକାଳ ଧୂପରେ ସୁଭଦ୍ରାଙ୍କ ଆଜ୍ଞାମାଳ ଭଗବତୀ ଜୟ ଦୁର୍ଗାଙ୍କୁ ଦିଆଯାଏ। ତାପରେ ପତି ମହାପାତ୍ର ସେବକ ଜୟଦୁର୍ଗାଙ୍କୁ ମଜେନା ମଣ୍ଡପକୁ ବିଜେ କରାନ୍ତି। ସେଠି ପୂଜାପଣ୍ଡା, ପତି, ଆଉ ମୁଦିରସ୍ତଙ୍କ ଦ୍ଵାରା ଆଚାର୍ଯ୍ୟ ବରଣ ଆଉ ବ୍ରହ୍ମା ବରଣ ହୋଇଥାନ୍ତି। ତା’ପରେ ସହସ୍ର କୁମ୍ଭ ଅଭିଷେକ ନୀତି ପରେ ଶୀତଳ ଭୋଗ ନୈବେଦ୍ୟ ହୋଇ ବନ୍ଦାପନା ବଢେ। ମୂଳାଷ୍ଟମୀ ଦିନ ମହାପ୍ରଭୁଙ୍କ ସକାଳ ଧୂପ ସମାପନ ପରେ ଦୁର୍ଗା ଆଉ ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୁଅନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ମାଧବ ଆଉ ସୁଭଦ୍ରାଙ୍କ ଆଜ୍ଞାମାଳ ଜୟଦୁର୍ଗାଙ୍କୁ ଦିଆଯାଏ। ଏହାପରେ ବିମାନ ବଡୁ ସେବକ ପାଲିଙ୍କିରେ ଦୁର୍ଗ ମାଧବଙ୍କୁ ନେଇ ବିମଳାଙ୍କ ମନ୍ଦିରରେ ବିଜେ କରନ୍ତି। ସେଠି ଭିତରଛୁ ମହାପାତ୍ର ଦୁର୍ଗାମାଧବଙ୍କୁ ଶୀତଳ କର୍ପୁର ଜଳ ଲାଗି କରନ୍ତି ଆଉ ମହାଜନ ସେବକ ବିମଳାଙ୍କ ଜଗମୋହନସ୍ଥ ପଲଙ୍କ ଉପରେ ଦୁର୍ଗା ମାଧବଙ୍କୁ ବିଜେ କରାନ୍ତି । ସେଠାରେ ଶୀତଲ ଭୋଗ ଓ ବନ୍ଦାପନା ହୁଏ । ଏହିପରି ତିନି ଧୂପ ଶେଷ କରାଯାଇ ଶ୍ରୀଜୀଉଙ୍କର ଭିତର (ରାତ୍ରି) ଚନ୍ଦନ ଲାଗି ପରେ ବିମାନ ବଡୁ଼ ସେବକ ପାଲିଙ୍କିରେ ଦୁର୍ଗାମାଧବଙ୍କୁ ଜଗମୋହନକୁ ବିଜେ କରିବା ପରେ ମହାଜନ ଭଣ୍ଡାର ଘରେ ଦୁର୍ଗା ମାଧବଙ୍କୁ ବିଜେ କରନ୍ତି ।
ଏହିପରି ନୀତି କୃଷ୍ଣ ଅଷ୍ଟମୀରୁ ଆରମ୍ଭ ହୋଇ ଆଠ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଆଠ ଦିନ ଶୁକ୍ଳ ପ୍ରତିପଦାଠାରୁ ଅଷ୍ଟମୀ ଦିନ ପର୍ଯ୍ୟନ୍ତ ଆଠ ଦିନ ଯାକ ରୁନ୍ଧା ହୋଇଥିବା ଦୁର୍ଗା ମାଧବ ରଥରେ ବିଜେ କରି ଦୋଳମଣ୍ଡପ ସାହି ନାରାୟଣୀଙ୍କ ମନ୍ଦିରକୁ ଯାଇଥାନ୍ତି । ବିଧି ବ୍ୟବସ୍ଥା ଅନୁଯାୟୀ, ନୀତିମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉ ମାନଙ୍କର ଭିତର ଚନ୍ଦନ ବଢିଲେ ଶ୍ରୀ ମନ୍ଦିରକୁ ରଥରେ ବସାଇ ବାହୁଡା ବିଜେ କରି ଭଣ୍ଡାର ଘରକୁ ଅଣାଯାଏ । ଏହାକୁ ଶାରଦୀୟ ରଥଯାତ୍ରା ଅଥବା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ ।
Also Read-Bhubaneswar: ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ