ଏହି ଦିନ ପଡୁଛି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି
Advertisement

ଏହି ଦିନ ପଡୁଛି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି

Chandra Grahan 2023: ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ (kumar purnima 2023) ପଡୁଛି ଚନ୍ଦ୍ର ଗ୍ରହଣ (chandra grahan 2023) । ଏନେଇ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି ।

ସୌ(ସୋସିଆଲ ମିଡିଆ)

Chandra Grahan 2023: ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ (kumar purnima 2023) ପଡୁଛି ଚନ୍ଦ୍ର ଗ୍ରହଣ (chandra grahan 2023) । ଏନେଇ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ତ ଗ୍ରାସ ଚନ୍ଦ୍ର ଗ୍ରହଣ (Chandra grahan 2023) ପଡୁଥିବାରୁ ଏନେଇ ଶ୍ରୀମନ୍ଦିରରେ (Srimandir) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି । ଏହି ଗ୍ରହଣ ରାତି ୧ଟା ବାଜି ୪ ମିନିଟରୁ ଆରମ୍ଭ ହୋଇ ୨ଟା ବାଜି ୨୪ ମିନିଟରେ ଶେଷ ହେବ। ଅର୍ଥାତ୍ ଗ୍ରହ ୧ ଘଣ୍ଟା ୧୭ ମିନିଟ୍ ପର୍ଯ୍ୟନ୍ତ ରହିବ । ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ରୁ ରାତି ୨ଟା ବାଜି ୨୪ ମିନିଟ୍ ପର୍ଯ୍ୟନ୍ତ ପାକତ୍ୟାଗ ହେବ । କିନ୍ତୁ ଏପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥାଏ । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ (chakraraj sudarshan) ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିଥାଆନ୍ତି । ପାକତ୍ୟାଗ ପୂର୍ବରୁ ଚକ୍ରରାଜ ସୁଦର୍ଶନ ରତ୍ନସିଂହାସନରେ (Ratna Singhasana) ବିଜେ କରିଥାଆନ୍ତି । ଗ୍ରହଣ ସ୍ପର୍ଶ କରିବା ସମୟରୁ ହିଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଓ ଗ୍ରହଣ ଖଇକୋରା ଭୋଗ ନୀତି ସମାପନ ହୋଇଥାଏ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପାଳିଆ ସେବକଙ୍କ ସହଯୋଗ କାମନା କରାଯାଇଥିବା ନେଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ (Ranjan Kumar Das) ସୂଚନା ଦେଇଛନ୍ତି ।

Also Read-Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି, ୩୫ ଡ଼ିଗ୍ରୀ ଉପରେ ୧୭ ସହର

Also Read- ଆଜିଠାରୁ ଆରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’