Advertisement
Article Detail0/zeeodisha/odisha1908340
Zee OdishaWeatherWeather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି, ୩୫ ଡ଼ିଗ୍ରୀ ଉପରେ ୧୭ ସହର

Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି, ୩୫ ଡ଼ିଗ୍ରୀ ଉପରେ ୧୭ ସହର

Weather Update: ଗୋଟେ ପଟେ ମୌସୁମୀ ଫେରିବା ସମୟ ଆସିଥିବା ବେଳେ ରାଜ୍ୟରେ ବଢିଛି ତାତି । ଅନ୍ୟପଟେ ଅକ୍ଟୋବର ମାସ ଅଧା ହେବାକୁ ବସିଥିବା ବେଳେ ଶୀତର ଦେଖାନାହିଁ । ଆର୍ଦ୍ରତା ଅଧିକ ରହୁଥିବାରୁ ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ରାଉଲକେଲା ଆଦି ସହରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Weather Update: ଗୋଟେ ପଟେ ମୌସୁମୀ (Monsoon 2023) ଫେରିବା ସମୟ ଆସିଥିବା ବେଳେ ରାଜ୍ୟରେ ବଢିଛି ତାତି । ଅନ୍ୟପଟେ ଅକ୍ଟୋବର ମାସ ଅଧା ହେବାକୁ ବସିଥିବା ବେଳେ ଶୀତର (Winter) ଦେଖାନାହିଁ । ଆର୍ଦ୍ରତା ଅଧିକ ରହୁଥିବାରୁ ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ରାଉଲକେଲା ଆଦି ସହରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

ସୂଚନା ଅନୁଯାୟୀ, ମୌସୁମୀ (Monsoon) ଅପସାରଣ ବେଳେ ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ଗ୍ରୀଷ୍ମ ଯାଇ ବର୍ଷା ଋତୁ ସରିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଉପମୁହାଁ ରହିଛି ତାପମାତ୍ରା (Heat Wave)। ତେବେ ଆଗାମୀ ୧୦ ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ । କେତେକ ସ୍ଥାନରେ କାଁ ଭାଁ ଘଡ଼ଘଡି଼ ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ରାଜ୍ୟରେ କେବେଠାରୁ ଶୀତ ଅନୁଭୂତ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଅନୁମାନ କରାଯାଇପାରିନାହିଁ । ସୋମବାର ରାଜଧାନୀ ଭୁବନେଶ୍ବର ଓ କଟକ ସହରର ତାପମାତ୍ରା ସ୍ବାଭାବିକଠାରୁ ଦୁଇ ଡିଗ୍ରୀ ଅଧିକ ରହିଥିବା ବେଳେ ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା (Temperature High) ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନୟାଗଡ଼ରେ ୩୬, ଚାନ୍ଦବାଲିରେ ୩୫.୬, ପାରାଦୀପରେ ୩୫.୮, ସମ୍ବଲପୁର ଓ ସୋନପୁରରେ ୩୫.୬, ବାଲେଶ୍ବର ଓ ଗୋପାଳପୁରରେ ୩୫.୫, ବାରିପଦା ଓ ବରଗଡ଼ ୩୫.୪, ହୀରାକୁଦରେ ୩୫.୨, ତାଳଚେର, ବୌଦ୍ଧ, ଜଗତ୍‌ସିଂହପୁର, ଟିଟିଲାଗଡ଼, ମାଲକାନଗିରି ଓ ପୁରୀରେ ୩୫ ଡିଗ୍ରୀ ଥିଲା।

Also Read-Sarat Chandra Mishra Passed Away: ରାଜଧାନୀର ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର

ପ୍ରକାଶ ଥାଉ କି, ଉତ୍ତର ଦିଗରୁ ପବନ ଆସୁ ନଥିବାରୁ ଏବେ ରାଜ୍ୟର ତାପମାତ୍ରା ବଢିଛି । ଅନ୍ୟପଟେ ଏ ଯାଏଁ ସମୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇ ନଥିବା ବେଳେ ଚଳିତ ବର୍ଷ ଥଣ୍ତା (Winter) ବିଳମ୍ବରେ ଅନୁଭୂତ ହେବ । ସାଧାରଣତଃ ଏହି ସମୟରେ ମୌସୁମୀ ବିଦାୟ ନେବା ପରେ ଚେନ୍ନାଇ ଉପକୂଳରେ ଲଘୁଚାପ (low pressure) ସୃଷ୍ଟି ହୋଇଥାଏ ଯାହା ଫଳରେ ଓଡ଼ିଶାରେ ଥଣ୍ଡା ପଡ଼ିଥାଏ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ମତ ଦେଇଛନ୍ତି ।

About the Author