Dola Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ
Advertisement

Dola Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ

Dola Purnima 2024:  ବୈଠକରେ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଅଗ୍ନି ଉତ୍ସବ ଓ ମାର୍ଚ୍ଚ ୨୫ ତାରିଖ ଦୋଳପୂର୍ଣ୍ଣିମା (Dola Purnima 2024) ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଏଥିସହ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୋଳବେଦୀ ନୀତିକାନ୍ତି ନେଇ ମଧ୍ଯ ଚୂଡ଼ା ନିଷ୍ପତ୍ତି ନିଆଯାଇଛି ।

Dola Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ

Dola Purnima 2024: ସୋମବାର ଶ୍ରୀମନ୍ଦିର ଛତିଶା ନିଯୋଗ (Chhatisa Nijaog Meeting) ଓ ନୀତି ସବ କମିଟି ବୈଠକ (Niti Sub Committee Meeting) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ (Samarth Verma) ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଅଗ୍ନି ଉତ୍ସବ ଓ ମାର୍ଚ୍ଚ ୨୫ ତାରିଖ ଦୋଳପୂର୍ଣ୍ଣିମା (Dola Purnima 2024) ଲାଗି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଏଥିସହ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୋଳବେଦୀ ନୀତିକାନ୍ତି ନେଇ ମଧ୍ଯ ଚୂଡ଼ା ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ଦୋଳପୂର୍ଣ୍ଣିମାରେ ସକାଳ ୮ଟାରୁ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିବା ପରେ ସକାଳ ୮ଟାରୁ ସାଢେ ୯ଟା ଭିତରେ ସୁନାବେଶରେ (Suna Besha) ଦର୍ଶନ ଦେବେ ମହାପ୍ରଭୁ । ପରେ ରାତି ୧୦ଟା ୩୫ରେ ବେଶ ଓଲାଗି ବା ମଇଲମ ହେବ । ନିର୍ଘଣ୍ଟ ନୀତି ଅନୁଯାୟୀ, ଦୋଳପୂର୍ଣ୍ଣିମାରେ ରାତି ୩ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରେ ଦୋଳ ବିମାନକୁ ଦିଅଁ ବିଜେ, ସାଢେ ୧୦ଟାରୁ ସାଢେ ୧୧ଟା ବିମାନ ବେଢ଼ା, ୧୦ଟାରୁ ସାଢ଼େ ୧ଟା ଭିତରେ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ଦୋଳବେଦୀ ଉପର ନୀତି ଅନୁଯାୟୀ, ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୋଳବେଦୀକୁ ଠାକୁରଙ୍କ ବିମାନ ବିଜେ କରିବ। ୧୨ଟା ୪୫ ମିନିଟ୍ ରେ ବେଢ଼ା ଶେଷ ପରେ ୧୨ଟା ୫୦ରେ ଦୋଳିକୁ ଦିଅଁ ବିଜେ କରିବେ।  ଅପରାହ୍ନ ୧ଟା ୧୦ରେ ମଇଲମ ଓ ମହାସ୍ନାନ ପରେ ୧ଟା ୨୦ରେ ବେଶ ଓ ଅନ୍ୟାନ୍ୟ ନୀତି ହେବ। ଅପରାହ୍ନ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ପରେ ରାତି ୭ଟା ୪୦ରେ ଛେରା ପହଁରା ନୀତି, ୭ଟା ୪୫ରୁ ୭ଟା ୫୫ ଦୋଳବେଦୀ ଉପର ବେଢ଼ା, ୮ଟାରେ ବନ୍ଦାପନା ଓ ରାଜନୀତି, ୮ଟା ୫ରେ ବିମାନକୁ ଦିଅଁ ବିଜେ, ସାଢ଼େ ୮ଟାରେ ଦୋଳବେଦୀ ତଳ ବେଢ଼ା ଓ ଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ବେଢ଼ା ‌ଶେଷ, ୧୦ଟା ୧୫ରେ ସରସ୍ବତୀ ମନ୍ଦିର ନିକଟରେ ଭୋଗ ଓ ବନ୍ଦାପନା, ୧୦ଟା ୨୦ରେ ବିମାନ ସହ ଭିତରକାଠକୁ ଦିଅଁ ବିଜେ, ୧୦ଟା ୨୫ରେ କର୍ପୂର ଆଳତି ଓ ଜଳଲାଗି, ସାଢ଼େ ୧୦ଟାରେ ଲକ୍ଷ୍ମୀ ଓ ସରସ୍ବତୀ ସିଂହାସନକୁ ଓ ଦକ୍ଷିଣ ଘରକୁ ଦୋଳଗୋବିନ୍ଦ ବିଜେ କରିବେ। ସାଢ଼େ ୧୧ଟାରେ ମହାସ୍ନାନ ଶେଷ ପରେ ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ, ସଂଧ୍ୟା ଆଳତି, ସଂଧ୍ୟାଧୂପ, ୨ଟା ୪୫ରେ ମଇଲମ ଓ ଚନ୍ଦନଲାଗି, ୩ଟା ୧୫ରେ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଡ଼ସିଂହାର ଭୋଗ, ୩ଟା ୪୫ରେ ରାତ୍ର ପହୁଡ଼ ହେବ।

ସେହିପରି ଅଗ୍ନିଉତ୍ସବ (Agni Utsav) ଦିନ ସକାଳ ୩ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଅନ୍ୟାନ୍ୟ ଦୈନନ୍ଦିନ ନୀତି ବଢ଼ିବା ପରେ ଅପରାହ୍ନ ସାଢ଼େ ୩ଟାରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହେବ। ପରେ ଚାଚେରି ଭୋଗ ଓ ଦକ୍ଷିଣିଘର ଭୋଗ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ମହାଲକ୍ଷ୍ମୀ ମନ୍ଦିରକୁ ଦିଅଁ ବିଜେ କରିବେ। ୭ଟା ୧୫ରେ ଠାକୁର ଦୋଳବେଦିକୁ ଯିବେ। ଦୋଳବେଦି ନୀତି ସାରି ୯ଟା ୧୫ରେ ଠାକୁର ବାହୁ‌ଡ଼ିବେ। ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୨ଟାରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ।