Puri Jagannath Temple: ତୁଟିଲା ବିବାଦ, ଏହି ଦିନ ହେବ ମହାପ୍ରଭୁଙ୍କ ବନକଲାଗି
Advertisement
Article Detail0/zeeodisha/odisha1811403

Puri Jagannath Temple: ତୁଟିଲା ବିବାଦ, ଏହି ଦିନ ହେବ ମହାପ୍ରଭୁଙ୍କ ବନକଲାଗି

Puri Jagannath Temple: ଦୀର୍ଘ ଦିନ ଧରି ଦତ୍ତ ମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ବନକଲାଗି ଲାଗିକୁ ନେଇ ବିବାଦ ମୁଣ୍ତ ଟେକିଥିଲା । ଫଳରେ ନୀଳାଦ୍ରି ବିଜେର ୧ ମାସ ଉର୍ଦ୍ଦ୍ବ ସମୟ ବିତିଥିଲେ ବି ବିଶ୍ବ ନିୟନ୍ତାଙ୍କ ବନକଲାଗି ନୀତି ହୋଇପାରିନାହିଁ । ତେବେ ଶୁକ୍ରବାର ଦିନ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ବୁଧବାର ଦିନ ବନକଲାଗି କରିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ତୁଟିଲା କଳି । ବିବାଦର ହେଲା ଅନ୍ତ । ଆସନ୍ତା ବୁଧବାର ଦିନ ହେବ ମହାପ୍ରଭୁଙ୍କ ବନକଲାଗି ଲାଗି ନୀତି (Banaka lagi ritual) । ତେବେ ଶୁକ୍ରବାର ଦିନ ଶ୍ରୀମନ୍ଦିର ପରିଚଳାନା କମିଟି ବୈଠକରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ତେବେ ଦୀର୍ଘ ଦିନ ଧରି ଜିଦରେ ଅଟଳ ଥିବା ଦତ୍ତ ମହାପାତ୍ର ନିଯୋଗ ଶେଷରେ ବୁଧବାର ଦିନ ବନକଲାଗି ଲାଗି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଦତ୍ତ ମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ବନକଲାଗି ଲାଗିକୁ ନେଇ ବିବାଦ ମୁଣ୍ତ ଟେକିଥିଲା । ଫଳରେ ନୀଳାଦ୍ରି ବିଜେର ୧ ମାସ ଉର୍ଦ୍ଦ୍ବ ସମୟ ବିତିଥିଲେ ବି ବିଶ୍ବ ନିୟନ୍ତାଙ୍କ ବନକଲାଗି ନୀତି ହୋଇପାରିନାହିଁ । ତେବେ ଶୁକ୍ରବାର ଦିନ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ବୁଧବାର ଦିନ ବନକଲାଗି କରିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନା ଥାଉ କି, ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାପରେ ମାସାଧିକ କାଳ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଖରା ହୋଇପାରିନାହିଁ । ବନକଲାଗି ନୀତି ଲାଗି ଦାୟିତ୍ବରେ ଥିବା ଦତ୍ତ ମହାପାତ୍ର ନିଯୋଗ ମନଇଚ୍ଛା ସମୟ ଗଡାଇ ଚାଲିଥିବା ବେଳେ ଏହାର ସମାଧାନ ଲାଗି ଗତ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍ କମିଟି ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ତେବେ ଆସନ୍ତା ଅଗଷ୍ଟ ୧ ତାରିଖ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ସେପଟେ କିନ୍ତୁ ସବ୍ କମିଟି ବୈଠକ ପରେ ନରମିଥିଲା ଦତ୍ତ ମହାପାତ୍ର ନିଯୋଗ । ତେବେ ଶୁକ୍ରବାର ବସିଥିବା ଶ୍ରୀମନ୍ଦିର ପରିଚଳାନା କମିଟି ବୈଠକରେ ଆସନ୍ତା ବୁଧବାର ଦିନ ବନକଲାଗି କରିବା ନେଇ ସୂଚନା ଦିଆଯାଇଛି ।

Also Read-Bhubaneswar to colombo flight: ଖୁବଶୀଘ୍ର ଭୁବନେଶ୍ବର ବିମାନ ବନ୍ଦରରୁ ଶ୍ରୀଲଙ୍କାକୁ ଉଡ଼ିବ ବିମାନ

Also Read-Dengue: କଟକରେ ଡ଼େଙ୍ଗୁ ନେଲା ପ୍ରଥମ ଜୀବନ! ହଟସ୍ପଟରେ ଏହି ଦୁଇ ଜିଲ୍ଲା

ପ୍ରକାଶ ଥାଉ କି, ମହାପ୍ରଭୁ ମାନବଦେହୀ ଅଟନ୍ତି । ଭକ୍ତଟିଏ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରେ, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ନୀଳାଦ୍ରି ବିଜେର ୭ରୁ ୮  ଦିନ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ମଧ୍ଯରେ ବିବାଦ ଯୋଗୁ ଏହି ନୀତି ହୋଇପାରିନାହିଁ ଫଳରେ ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ଦେଖାଦେଇଛି ।

Also Read-School closed: ବନ୍ୟା ବିତ୍ପାତ; ଏହି ସ୍ଥାନରେ ଆଜି ବନ୍ଦ ରହିଲା ସ୍କୁଲ

Also Read: Horoscope Today Aug 5 2023: ବ୍ୟବସାୟରେ ଆୟ ବୃଦ୍ଧି ସହ ଏହି ସବୁ ରାଶିର ଲୋକଙ୍କୁ ମିଳିବ ସୁସମ୍ବାଦ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?