Puri Jagannath Temple: ଜୋର୍ ଧରିଲା ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବି, ଆଜିଠାରୁ ଆରମ୍ଭ ହେବ ଦସ୍ତଖତ ଅଭିଯାନ
Advertisement
Article Detail0/zeeodisha/odisha1781569

Puri Jagannath Temple: ଜୋର୍ ଧରିଲା ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବି, ଆଜିଠାରୁ ଆରମ୍ଭ ହେବ ଦସ୍ତଖତ ଅଭିଯାନ

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ପୁରୀ ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ରବିବାର ଦିନଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ପରେ ଏଥିରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥିବା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ନିକଟରେ ବସିଥିବା ରଥଯାତ୍ରା ସମନ୍ବୟ ବୈଠକରେ ଭକ୍ତ ଓ ସେବାୟତଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସେପଟେ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦକୁ ନେଇ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । ପ୍ରଶାସନର ମେରିରାୟ ଶାସନ ପାଇଁ ସ୍ଥାନୀୟ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଥିବା ବେଳେ ମହାପ୍ରସାଦ ପାଇଁ ଦଲାଲଙ୍କ ଶିକାର ହେଉଛନ୍ତି ବହୁ ଭକ୍ତ । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରସାଶନ । ବର୍ତ୍ତମାନ ଏହାକୁ ନେଇ ଆନ୍ଦୋଳନ ମୁଣ୍ତ ଟେକିଛି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ପୁରୀ ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ରବିବାର ଦିନଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ପରେ ଏଥିରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥିବା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବିରେ ଆଜି ଅର୍ଥାତ୍ ରବିବାର ଦିନ ଆରମ୍ଭ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ଦୀର୍ଘ ୮ ଦିନ ଧରି ଚାଲିବ । ଏହି ଦସ୍ତଖତ ଅଭିଯାନ ସିଂହଦ୍ବାରରୁ ଆରମ୍ଭ ହେବ । ଏଥିରେ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯିବ । ଏହାକୁ ବାଦ ଦେଲେ ଯେଉଁ ମାନେ ଚାହିଁବେ ସେମାନେ ନିଜ ଇଚ୍ଛାରେ ଦସ୍ତଖତ ଦେଇପାରିବେ, ପରେ ଏହି ଦସ୍ତଖତ ଥିବା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟପଟେ ଏନେଇ ଦାବି ପୂରଣ ନହେଲେ ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିବା ସହ ସିଂହଦ୍ବାରରେ ଅନଶନରେ ବସିବା ନେଇ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ କହିଛନ୍ତି । ସୂଚନା ଥାଉ କି, ପ୍ରଶାସନ ପ୍ରଥମେ କୋଭିଡ଼ ଓ ପରେ ଗହଳି ଆଳ ଦେଖାଇ ଚାରିଦ୍ବାର ଦର୍ଶନ ବନ୍ଦ କରିଦେଇଥିଲା । ଯାହା ଫଳରେ ଭକ୍ତଙ୍କୁ ଦର୍ଶନ ଲାଗି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ପରିସ୍ଥିତି ଏମିତି ହେଉଛି ଯେ, ମରିଚିକୋଟ ଆଗକୁ ମଧ୍ଯ ଭକ୍ତଙ୍କ ଧାଡ଼ି ଲମ୍ବୁଥିବା ବେଳେ ନାଟମଣ୍ତପରେ ଅଧିକ ଗହଳି ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି । ଶ୍ରୀମନ୍ଦିର ପ୍ରଶାସନ ସାତ ପାହାଚ ନିକଟରେ ଧାଡ଼ି ବ୍ୟବସ୍ଥା କରିଛି, ଫଳକେ ସେଠାରେ ଯେଉଁ ଭକ୍ତମାନେ ଦର୍ଶନ ଲାଗି ଯାଉଛନ୍ତି,  ସେମାନଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ବାହାର ଭକ୍ତଙ୍କୁ ଛିଡ଼ା କରିବାର କୌଣସି ଯଥାର୍ଥତା ନାହିଁ। କାରଣ, ଯେଉଁ ଦ୍ବାର ଦେଇ ବି ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତୁ ସେମାନେ ସାତପାହାଚ ପାଖରେ ଧାଡ଼ିରେ ରହି ଦର୍ଶନ କରିବେ। ଚାରିଦ୍ବାର ଦର୍ଶନ ବନ୍ଦ ହେବା ଦ୍ବାରା ଭକ୍ତ କେବଳ ଅଯଥା ଯନ୍ତ୍ରଣା ପାଉନାହାନ୍ତି ।

Also Read-Surya Gochar 2023: ଆଜି ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

ପ୍ରକାଶ ଥାଉ କି, ଅନ୍ୟପଟେ ଯେଉଁମାନେ ଦର୍ଶନ ପାଇଁ ନ ଯାଇ ଅନ୍ୟ କୌଣସି କାମରେ ଯାଉଛନ୍ତି, ସେମାନଙ୍କୁ ବି ଧାଡ଼ିରେ ଯିବାକୁ ପଡୁଛି। ପୂର୍ବରୁ ମହାପ୍ରସାଦ ଆଣିବାକୁ ହେଲେ ଭକ୍ତମାନେ ଉତ୍ତରଦ୍ବାର ଦେଇ ପ୍ରବେଶ କରୁଥିଲେ, ବର୍ତ୍ତମାନ ସେ ବ୍ୟବସ୍ଥାକୁ ବି ବନ୍ଦ କରି ଦିଆଯାଇଛି। ମହାପ୍ରସାଦ ପାଇଁ ବି ସିଂହଦ୍ବାର ଦେଇ ଯିବାକୁ ପଡୁଛି ବୋଲି ସଚେତନ ନାଗରିକ ମଞ୍ଚ ସଭାପତି କହିଛନ୍ତି।