Puri Rath Yatra 2023: ଅଣସରର ଚତୁର୍ଥ ଦିନ, ଚାଲିଛି ମହାପ୍ରଭୁଙ୍କ ସେବା
Advertisement

Puri Rath Yatra 2023: ଅଣସରର ଚତୁର୍ଥ ଦିନ, ଚାଲିଛି ମହାପ୍ରଭୁଙ୍କ ସେବା

  ପୁରୀ: ଶ୍ରୀମନ୍ଦିରରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ। ଆଜି ଅଣସରର ୪ର୍ଥ ଦିବସ। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଥଣ୍ଡା ଜ୍ୱରରେ ପିଡିତ ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଥଣ୍ଡା ଉପଚାର। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି ମାନେ ଦିନରାତି ନିଷ୍ଠାର ସହ ତାଙ୍କର ସେବା କରୁଛନ୍ତି। ଅଣସ

Puri Rath Yatra 2023: ଅଣସରର ଚତୁର୍ଥ ଦିନ, ଚାଲିଛି ମହାପ୍ରଭୁଙ୍କ ସେବା

Puri Rath Yatra 2023:  ପୁରୀ: ଶ୍ରୀମନ୍ଦିରରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ। ଆଜି ଅଣସରର ୪ର୍ଥ ଦିବସ। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଥଣ୍ଡା ଜ୍ୱରରେ ପିଡିତ ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଥଣ୍ଡା ଉପଚାର। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି ମାନେ ଦିନରାତି ନିଷ୍ଠାର ସହ ତାଙ୍କର ସେବା କରୁଛନ୍ତି। ଅଣସର ପିଣ୍ଡିରେ କେବଳ ଦିପ ଆଲୁଅ ଜଳୁଛି। ପଥିଭୋଗ ବ୍ଯତିତ ଆଉ କିଛି ଲାଗି ହେଉନାହିଁ। ଶୁକ୍ଳ ବସ୍ତ୍ର ପରିଧାନ କରୁଛନ୍ତି ଠାକୁର। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନିତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ବାଜୁନାହିଁ ଶଂଖ,କାହାଳୀ ଆଉ ଘଣ୍ଟଘଣ୍ଟା। ଆଉ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁଙ୍କ ପଟିଦିଅଁ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ମାଆ ଭୁବନେଶ୍ୱରୀ। ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ପଟ୍ଟିଦିଅଁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ ଲାଗିଛି। ଆଉ ମାତ୍ର କେଇଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଥଣ୍ଡା ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ସେଥିପାଇଁ ରଥ ନିର୍ମାଣ ଅନ୍ତିମ ପର୍ଯ୍ଯାୟରେ ପହଞ୍ଚିଛି। ତିନି ଭୁଇଁ ଉଠିବା ପରେ ୧୩ ପରସ୍ତ ପୋଟଳ ବସିବା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ରୂପକାର ମାନେ ରଙ୍ଗକାମ କରୁଥିବା ବେଳେ ରଥକପଡା କାମ ଶୁଭାରମ୍ଭ କରିଛନ୍ତି ଦର୍ଜୀ ସେବକ।

ସୂଚନାଯୋଗ୍ୟ ସ୍ନାନ ଯାତ୍ରାରେ ୧୦୮ ଗରା ଜଳରେ ସ୍ନାନ ପରେ ଦାରୁ ଦିଅଁ ଏବେ ଜ୍ଵରରେ ପୀଡ଼ିତ ହୋଇଛନ୍ତି। ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ୱରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ଯ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି। ଜ୍ୱରରେ ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି। ମହାପ୍ରଭୁଙ୍କୁ ଦଇତାପତି ସେବକ ଏହି ଉପଚାର ଆରମ୍ଭ କରିଛନ୍ତି।

ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ। ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ। ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟି ଦିଅଁ ପୂଜା ପାଇଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଦେବୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ। ଏହି ଅଣସର ୧୫ ଦିନ ଶ୍ରୀ ବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀ ମନ୍ଦିରରେ ପୂଜା ପାଇବେ। ଶ୍ରୀ ମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ ସେହି ନୀତି ପଟି ଦିଅଁଙ୍କ ଠାରେ ହୋଇଥାଏ। 

ସେପଟେ ଅଣସରର ପ୍ରଥମ ଦିନରେ ଦଇତା ପତି ସେବକ ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ଏବଂ ସ୍ଵତନ୍ତ୍ର ଗୁପ୍ତ ପୂଜା ବିଧି ଆରମ୍ଭ କରିଛନ୍ତି। ରବିବାର ଭୋର ସମୟରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ବିଜେ କରାଯିବା ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା, ରାହୁ ରେଖା ଉଲାଗି ହୋଇଛି। ପରମ୍ପରା ଅନୁଯାୟୀ ସୋମବାର ମଧ୍ୟାହ୍ନ ଧୂପ ପରେ ଅଣସର ଦ୍ଵାର ଖୋଲିଥିଲା। ଦଇତା ପତି ସେବକ ଅଣସର ଘରେ ପ୍ରବେଶ କରି ମହାପ୍ରଭୁ ଗୁପ୍ତ ଉପଚାର ଏବଂ ପୂଜା ବିଧି ଆରମ୍ଭ ଯାଇଛନ୍ତି। ଏହି ଅଣସର ନୀତି ସମୟରେ ମହାପ୍ରଭୁଙ୍କ ଠାରେ ଚକଟା ଭୋଗ, ଫଳ ଭୋଗ ଲାଗି ହୋଇଥାଏ। ଶ୍ଵେତ ପୁଷ୍ପ ଲାଗି ହୋଇଥାଏ। ତୁଳସୀ ଲାଗି ହୋଇ ନ ଥାଏ।

ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀ ମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ। ଶୂନ ଶାନ୍ ମନ୍ଦିରକୁ ରଖାଯାଏ। ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗୀ ସହ ପରମ୍ପରା ଅନୁଯାୟୀ ବିଶେଷ ଦିନରେ ଫୁଲୁରିତେଲ ଲାଗି, ଔଷ ଲାଗି, ଚକା ବିଜେ, ଚନ୍ଦନ ଲାଗି ଏବଂ ଘଣା ଲାଗି ନୀତି ହୋଇଥାଏ। ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିହ ଭଗବାନଙ୍କୁ ପୂଜା କରାଯାଏ। 

Also Read: Puri: ସ୍ନାନ ପରେ ଆରମ୍ଭ ଦାରୁ ଦିଅଁଙ୍କ ଉପଚାର ବିଧି, ଚାଲିଛି ସ୍ୱତନ୍ତ୍ର ଗୁପ୍ତ ପୂଜା ବିଧି

Also Read: Rath yatra 2023 : ପୁରୀରେ ପହଞ୍ଚିଲା ଦିଅଁ ଦଉଡ଼ି, ଚଳଚଞ୍ଚଳ ରଥଖଳା

Also Read: Puri News: ଶ୍ରୀଜିଉଙ୍କୁ ଜ୍ବର, ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ