Puri: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା
Advertisement

Puri: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

Jagannath Temple: ଗୁରୁବାର ବସିବ ପରିଚାଳନା କମିଟି ବୈଠକ (Srimandir Managing Committee Meeting) । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । 

Puri: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

Puri Jagannath Temple: ଗୁରୁବାର ବସିବ ପରିଚାଳନା କମିଟି ବୈଠକ (Srimandir Managing Committee Meeting) । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ, ଶ୍ରୀ ଜଗନ୍ନାଥ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ , ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।

ଖବର ଅନୁଯାୟୀ, ରତ୍ନଭଣ୍ତାରର (Ratna Bhandar) ବାହାର ପଟ ଲେଜର ସ୍କାନିଂର (Laser Scanning) ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବା ସହ ମରାମତି ସମ୍ପର୍କରେ ଆଲୋଚନା ହେବ । ଶ୍ରୀମନ୍ଦିରର ଆଲୋକୀକରଣ ଓ ପ୍ରମୋଦ ଉଦ୍ୟାନର ବିକାଶ ଉପରେ ମଧ୍ଯ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ବାର ଗୁମୁଟ ତଳ ଭାଗରେ ଥିବା ଆଗରୁ ଜଣାପଡ଼ିଥିଲା । ଘଟଣାର ଅନୁଧ୍ୟାନ କରାଯାଇଛି ୨ ଓ ୪ ଦିନ ଭିତରେ ପଥର ବଦଳାଇ ଦିଆଯିବା ନେଇ ପୁରୀ ସର୍କଲର ASI ଅଧୀକ୍ଷକ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ - Road Accident: ଯାତ୍ରୀବାହୀ ବସ- ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୬ ଜଣଙ୍କ ଅବସ୍ଥା ଗୁରୁତର

ସେ ଆଉ ମଧ୍ଯ କହିଛନ୍ତି, କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେହି ଫାଟ ହୋଇଛି। 'ଫାଟ ଆଜିର ନୁହେଁ, ଦୀର୍ଘଦିନର। ଆମେ ଏହାକୁ ରିପ୍ଲେସ କରିବୁ ବୋଲି ଅଧୀକ୍ଷକ କହିଥିଲେ । ଗରୁଡ଼ ସ୍ତମ୍ଭର ପୂର୍ବପଟ ବିମରେ ଫାଟ ଅଛି, ହେଲେ ୫ ବର୍ଷରେ ଫାଟ ବଢ଼ିନି । ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁତ ହୋଇଛି । ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷକ ସୂଚନା ଦେଇଥିଲେ । ରଥଯାତ୍ର ପୂର୍ବରୁ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ।

ଏହା ବି ପଢନ୍ତୁ - Odisha News: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ