Advertisement
Article Detail0/zeeodisha/odisha2261622
Zee OdishaOdisha StateOdisha Election 2024: ନିର୍ବାଚନ ପ୍ରଚାରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Odisha Election 2024: ନିର୍ବାଚନ ପ୍ରଚାରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Odisha Election 2024: ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ହେବ ଏବଂ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସନ୍ଦେଶକୁ ସାଧାରଣ ଲୋକଙ୍କୁ ଜଣାଇଥିଲେ। ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ମାନସ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଜେପି ବରିଷ୍ଠ ନେତା ଅଂଶୁମାନ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ପାତ୍ର ଭୋଗରାଇବାସୀଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ପ୍ରତିଶ୍ରୁତି ରଖି ଭୋଟ ଭିକ୍ଷା କରିଥିଲେ।

Odisha Election 2024: ନିର୍ବାଚନ ପ୍ରଚାରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Odisha Election 2024: ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଜେପି ଦଳ ପକ୍ଷରୁ କମର୍ଦ୍ଦା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଆକର୍ଷଣ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ଓ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପାଇଁ ଭୋଟ ମାଗିବା ସହିତ ରାଜ୍ୟରେ ଶାସନ କରୁଥିବା ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ। ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ହେବ ଏବଂ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସନ୍ଦେଶକୁ ସାଧାରଣ ଲୋକଙ୍କୁ ଜଣାଇଥିଲେ।

ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ମାନସ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଜେପି ବରିଷ୍ଠ ନେତା ଅଂଶୁମାନ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ପାତ୍ର ଭୋଗରାଇବାସୀଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ପ୍ରତିଶ୍ରୁତି ରଖି ଭୋଟ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ମନ୍ତ୍ରୀ କମଳ ପଟେଲ, ମଥୁରା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ତଥା ଭୋଗରାଇ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ନରେନ୍ଦ୍ର ଜୀ, ଭୋଗରାଇ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅରବିନ୍ଦ ବେହେରା, ସାଂସଦଙ୍କ ଭୋଗରାଇ ପ୍ରତିନିଧି ଆଶିଷ ମହାନ୍ତି ବରିଷ୍ଠ ବିଜେପି ନେତା ସଞ୍ଜୀବ ସାହୁ, ଦିଲ୍ଲୀପ କାମିଳା, ରାଧାକାନ୍ତ ପ୍ରଧାନ, ଅମଳେନ୍ଦୁ ଶେଖର ଦାସ, ସୁନୀଲ କର,କ୍ୟାପଟେନ ଅଶୋକ ଦାସ, ୬ ମଣ୍ଡଳର ସଭାପତି ଓ ମହିଳା ମୋର୍ଚ୍ଚାର ନେତ୍ରୀ ସିପ୍ରାରେଖା ମହାପାତ୍ର, ରତ୍ନବାଳା ପଣ୍ଡା, ରଶ୍ମି ପଟ୍ଟନାୟକଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ମଞ୍ଚାସିନ ଥିଲେ। ସୂଚନା ଥାଉକି ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ବାଚନ ପ୍ରଚାରରେ ଆସି ଦିନ ୩ଟା ସମୟରେ ଭୋଗରାଇ ନିର୍ବାଚନ ମଣ୍ଡଳୀର କମର୍ଦ୍ଦା ଆଖୁବାଡ଼ି ପଡ଼ିଆରେ ପହଞ୍ଚି ଏକ ବିଶାଳ ଶୋଭାଯାତ୍ରାରେ ସଭା ସ୍ଥଳକୁ ଆସିଥିଲେ।

Add Zee News as a Preferred Source
About the Author