Puri News: ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ, ଏହି ସମୟରେ ବଳଭଦ୍ର-ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା
Advertisement
Article Detail0/zeeodisha/odisha1848821

Puri News: ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ, ଏହି ସମୟରେ ବଳଭଦ୍ର-ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

Puri News: ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ।  ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶ ଏବଂ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି( ଅଗଷ୍ଟ ୩୧) ରେ ଶ୍ରୀମନ୍ଦିରରେ (Srimandir) ପବିତ୍ର ଗହ୍ମା ପୂର୍ଣମୀ  ଓ ବଳଭଦ୍ର ଜନ୍ମ ଉତ୍ସବ ପାଳନ (birthday of Balabhadra) କରାଯିବ ବୋଲି ସ୍ଥିର ହୋଇଛି। ଏହି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ।  

ସୌଜନ୍ୟ- ସୋସିଆଲ ମିଡି଼ଆ

Puri News: ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା (Gamha Purnima)। ଏନେଇ ଚଳଚଞ୍ଚଳ ହୋଇ ପଡି଼ଛି ଶ୍ରୀକ୍ଷେତ୍ର (srikhetra) । କାହିଁକିନା ଆଜି ଶ୍ରୀମନ୍ଦିରରେ (Puri Srimandir ) ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ (birthday of Balabhadra)ମଧ୍ୟ ପାଳନ ହେଉଛି। ଏନେଇ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳିତ ହୋଇଥାଏ । ଶ୍ରୀବଳଭଦ୍ରଙ୍କୁ କୃଷିର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ ଅଟେ। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶ ଏବଂ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି( ଅଗଷ୍ଟ ୩୧) ରେ ଶ୍ରୀମନ୍ଦିରରେ (Srimandir) ପବିତ୍ର ଗହ୍ମା ପୂର୍ଣମୀ  ଓ ବଳଭଦ୍ର ଜନ୍ମ ଉତ୍ସବ ପାଳନ (birthday of Balabhadra) କରାଯିବ ବୋଲି ସ୍ଥିର ହୋଇଛି। ଏହି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ।  ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ଦେବୀ ସୁଭଦ୍ରା । ଏନେଇ  ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Also Read: Astro tips: ୩ ଦିନ ପରେ ଘଟିବାକୁ ଯାଉଛି ମହାସଂଯୋଗ; ନୂତନ ନିଯୁକ୍ତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ!

Also Read: Horoscope Today: ଆକସ୍ମିକ ଧନଲାଭର ଯୋଗ ସହ ମିଳିବ ସୁସମ୍ବାଦ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?

ବଲଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ (Lord Jagannath) ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ ହୋଇଛି। ବେଶ ନିଷ୍ଠାର ସହ ରାକ୍ଷୀ ପ୍ରସ୍ତୁତି କରିଛନ୍ତି କାରିଗର । ରାକ୍ଷୀ ସହ ମହାପ୍ରଭୁଙ୍କ ଲାଗି ତିଆରି ହୋଇଛି ଗୁଆମାଳ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରାୟ ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଳମାଳର ମଧ୍ଯ ରକ୍ଷାବନ୍ଧନ ଅବସରରେ ରହିଛି ସ୍ବତନ୍ତ୍ର ପରମ୍ପରା । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ଯ ରାକ୍ଷୀ ପ୍ରସ୍ତୁତି କରିଛନ୍ତି ପାଟେରା ବିଷୋୟୀ ସେବାୟତ । ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାଆନ୍ତି । ପ୍ରକାଶ ଥାଉ କି, ଶ୍ରୀମନ୍ଦିରରେ (Puri Jagannath Temple) ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣିମା (Gamha Purnima) ସହ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପରେ ଏହି ନୀତି ସମ୍ପନ୍ନ ହେବ। ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଏବଂ ତାଙ୍କୁ ମଧ୍ୟ ରାକ୍ଷୀ ବନ୍ଧା ଯାଏ। 

ସ୍ନେହ ଓ ବନ୍ଧନର ପର୍ବ ରାକ୍ଷୀ (Rakhi 2023) । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଗତକାଲି କିଛି ସ୍ଥାନରେ ପାଳନ ହୋଇଥିବା ବେଳେ ଆଜି ରାକ୍ଷୀ ପୂର୍ଣ୍ଣିମା ଆଉ କିଛି ସ୍ଥାନରେ ପାଳନ କରାଯିବ। କିନ୍ତୁ ଚଳିତ ଥର ଯୋଡା ଶ୍ରାବଣ କାରଣରୁ ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି। ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି । ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ତେବେ, ଏହି ପ୍ରଥମ ମଳ ପୂର୍ଣ୍ଣିମା ଅଗଷ୍ଟ ୧ରେ ପଡିଛି। ସେହିପରି, ଶ୍ରାବଣର ଦ୍ବୀତିୟ ପୂର୍ଣ୍ଣିମା  (Gambha Purnima) ଅଗଷ୍ଟ ୩୦ ଅର୍ଥାତ୍ ବୁଧବାର ପଡୁଛି । ଏହାର ଶୁଭ ସମୟ ବୁଧବାର  ସକାଳ ୧୦ଟା ୫୮ ରୁ ଆରମ୍ଭ ହୋଇ ଗୁରୁବାର ସକାଳ  ୭ଟା ୫ ଯାଏଁ ରହିବ।