Rath Yatra: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ । ସେପଟେ ପବିତ୍ର ଘୋଷଯାତ୍ରା ଅବସରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Trending Photos
Rath Yatra 2023: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଞ୍ଚଚଳ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତକୁ ପାଖରୁ ଦର୍ଶନ ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସୁଦର୍ଶନଙ୍କ ପହଣ୍ତି ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗଥର ନ୍ନାଥ ଜଗନ୍ନାଥଙ୍କ ପହଣ୍ତି ହୋଇଛି । ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ । ସେପଟେ ପବିତ୍ର ଘୋଷଯାତ୍ରା ଅବସରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ… pic.twitter.com/j0yIzDaBw7
— President of India (@rashtrapatibhvn) June 20, 2023
ପବିତ୍ର ରଥଯାତ୍ରା ନେଇ ରାଷ୍ଟ୍ରପତି ଦୌପତୀ ମୁର୍ମୁ (Draupadi Murmu) ଟ୍ବିଟ କରି ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ !
Rath Yatra greetings to everyone. As we celebrate this sacred occasion, may the divine journey of Lord Jagannath fill our lives with health, happiness and spiritual enrichment. pic.twitter.com/ATvXmW3Yr0
— Narendra Modi (@narendramodi) June 20, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଟ୍ବିଟ କରି ଲେଖିଛନ୍ତି ଯେ, ରଥଯାତ୍ରା ଲାଗି ସମସ୍ତଙ୍କୁ ଶୁଭେଚ୍ଛା । ଆମେ ଏହି ପବିତ୍ର ଉତ୍ସବ ପାଳନ କରିଥାଉ, ପ୍ରଭୁ ଜଗନ୍ନାଥଙ୍କ ଏହି ଈଶ୍ବରୀୟ ଯାତ୍ରା ଆମ ଜୀବନକୁ ସ୍ବାସ୍ଥ୍ୟ, ସୁଖ ଓ ଆଧ୍ଯାତ୍ମିକ ସମୃଦ୍ଧରେ ପରିପୂର୍ଣ୍ଣ କରେ ।
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। #ଜୟଜଗନ୍ନାଥ #RathaJatra2023 #ରଥଯାତ୍ରା୨୦୨୩ pic.twitter.com/OimnwSQVya
— Naveen Patnaik (@Naveen_Odisha) June 20, 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଲେଖିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ । ଜୟ ଜଗନ୍ନାଥ ।
#ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତ୍ମ୍ ଅନୁସରଣର ମାର୍ଗ।
ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ସେ ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିଛନ୍ତି। pic.twitter.com/BvT8RqfDBV— Governor Odisha (@GovernorOdisha) June 20, 2023
ରଥଯାତ୍ରା ଅବସରରେ ରାଜ୍ୟପାଳ ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଯାଇଛନ୍ତି ।ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତମ ଅନୁସରଣର ମାର୍ଗ । ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାନରେ ସହାୟକ ହେଉ ବୋଲି ସେ ଶ୍ରୀଜିଉଙ୍କୁ ପ୍ରାର୍ଥନା କରିଛନ୍ତି ।
ପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ।
पवित्र रथ यात्रा की हार्दिक शुभकामनाएं।
Warm greetings to everyone on the sacred occasion of Rath Yatra. We bow to Mahaprabhu Jagannath and seek his blessings and benevolence. Jai Jagannath#RathaJatra #RathaYatra pic.twitter.com/QFpgFFY7gJ
— Dharmendra Pradhan (@dpradhanbjp) June 20, 2023
ସେହିଭଳି କେନ୍ଦ୍ରମନ୍ତ୍ରୀ (Dharmendra Pradhan) ମଧ୍ଯ ରଥଯାତ୍ରା ନେଇ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ।