Ratna Bhandar: ରତ୍ନଭଣ୍ଡାରର ଅସ୍ଥିତ୍ୱ ବଜାୟ ରହିବା ଜରୁରୀ: ଜଷ୍ଟିସ ବିଶ୍ୱନାଥ ରଥ
Advertisement
Article Detail0/zeeodisha/odisha2350884

Ratna Bhandar: ରତ୍ନଭଣ୍ଡାରର ଅସ୍ଥିତ୍ୱ ବଜାୟ ରହିବା ଜରୁରୀ: ଜଷ୍ଟିସ ବିଶ୍ୱନାଥ ରଥ

ଭୁବନେଶ୍ୱର: ପୁରୀ ରତ୍ନ ଭଣ୍ଡାରର ହେବ ମରାମତି କାର୍ଯ୍ୟ। ଏଥିପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ। ନିଷ୍ପତ୍ତି ନେବା ପରେ ଏଏସଆଇକୁ କାର୍ଯ୍ୟ ହସ୍ତାନ୍ତର କରାଯିବ। ଏହା ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ବା SJTA ଓ ଏଏସଆଇ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରତ୍ନଭଣ୍ଡାରର ମରାମତି ସମ୍ପର୍କିତ ପ୍ରସଙ୍ଗ ସହିତ ଅ

Ratna Bhandar: ରତ୍ନଭଣ୍ଡାରର ଅସ୍ଥିତ୍ୱ ବଜାୟ ରହିବା ଜରୁରୀ: ଜଷ୍ଟିସ ବିଶ୍ୱନାଥ ରଥ

Ratna Bhandar: ଭୁବନେଶ୍ୱର: ପୁରୀ ରତ୍ନ ଭଣ୍ଡାରର ହେବ ମରାମତି କାର୍ଯ୍ୟ। ଏଥିପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ। ନିଷ୍ପତ୍ତି ନେବା ପରେ ଏଏସଆଇକୁ କାର୍ଯ୍ୟ ହସ୍ତାନ୍ତର କରାଯିବ। ଏହା ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ବା SJTA ଓ ଏଏସଆଇ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରତ୍ନଭଣ୍ଡାରର ମରାମତି ସମ୍ପର୍କିତ ପ୍ରସଙ୍ଗ ସହିତ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ନେଇ ସୂଚନା ରହିଛି। 

ସେପଟେ ଜଷ୍ଟିସ ବିଶ୍ୱନାଥ ରଥ ଆଜି ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ଲାଭ କରିବା ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି,  ମନ୍ଦିରର ରତ୍ନଭଣ୍ଡାର ଏକ ପ୍ରମୁଖ ସ୍ଥାନ। ତାହାର ମରମତି କାର୍ଯ୍ୟ ଅତ୍ୟନ୍ତ ସୁକ୍ଷ୍ମତାର ସହିତ କରିବାକୁ ହେବ। ତାହାର ଦାୟିତ୍ୱ ଏଏସଆଇକୁ ଦିଆଯିବ। ଏନେଇ ପୂର୍ବରୁ ଆଇନ ମନ୍ତ୍ରୀ ମଧ୍ୟ କହି ସାରିଛନ୍ତି। ଆମେ ସୁନିଶ୍ଚିତ କରିବାକୁ ଚାହିଁବୁ ଯେ ଏଏସାଇର ମରାମତି କାର୍ଯ୍ୟ ଅତି କମରେ ୧୦୦ ବର୍ଷ ପାଇଁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ହେବ। ମନ୍ଦିରର ଅସ୍ଥିତ୍ୱ ବଜାୟ ରହିବା ଜରୁରୀ। ରତ୍ନଭଣ୍ଡାରର ଅସ୍ଥିତ୍ୱ ବଜାୟ ରହିବା ମଧ୍ୟ ଜରୁରୀ ବୋଲି ଜଷ୍ଟିସ ରଥ କହିଛନ୍ତି। 

ସେହିପରି ଆହୁରି ମଧ୍ୟ ସେ କହିଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କମିଟି ବର୍ତ୍ତମାନ ଗଣତି ମଣତି ଉପରେ ଫୋକସ କରୁଛି। କମିଟିର ପୁରୀ ଜଗନ୍ନାଥ ମନ୍ଦିରର ସଦସ୍ୟମାନେ ମଧ୍ୟ ସାମିଲ ରହିଛନ୍ତି। ଅଳଙ୍କାରରେ ଯଦି କୌଣସି କ୍ଷତି ନଜରକୁ ଆସେ ତେବେ ତାହାର କିପରି ଯତ୍ନ ନିଆଯିବ ତାହା ମନ୍ଦିର ପ୍ରଶାସନ ପକ୍ଷରୁ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ। ମନ୍ଦିର ପ୍ରଶାସନ ତାଙ୍କ ଲେବୁଲରେ ମରାମତି କରିବେ ବୋଲି ସେ କହିଥିଲେ। 

ଏସଓପିକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସଓପି ଗୋପନୀୟ ପ୍ରସଙ୍ଗ। ତାହା ଗୋପନ ରହିଛି। ସର୍ବସାଧାରଣରେ ତାହା ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଥିଲେ। କିନ୍ତୁ ଏହି ଏସଓପିରେ ସବୁ ଦିଗକୁ ଧ୍ୟାନ ଦିଆଯାଇଛି ବୋଲି ସେ କହିଥିଲେ। ତେବେ ରତ୍ନଭଣ୍ଡାରକୁ ଯାଇ ଆହୁରି ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦେଇ କହିଥିଲେ କି ରତ୍ନ ଭଣ୍ଡାରକୁ ନେଇ ଏକାଧିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୯୫୨ ମସିହାରେ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ, ୧୯୭୮ ମସିହା ହେଉ ଅବା ୧୯୨୬ ମସିହା ରିପୋର୍ଟ ହେଉ ସବୁଥିରେ ରତ୍ନଭଣ୍ଡାରକୁ ନେଇ ଅନେକ ତଥ୍ୟ ରହିଛି। ଦୁଇଟି ରତ୍ନଭଣ୍ଡାର ବ୍ୟତୀତ ଅଧିକ ଭଣ୍ଡାର ଗୃହ ଥିବା ନେଇ ଆଶଙ୍କା କରାଯାଇଛି। କିନ୍ତୁ ତାହା ଉପରେ ଅଧିକ ଗବେଷଣା କରାଯାଇ ନାହିଁ ବୋଲି ସେ କହିଛନ୍ତି। 

ମନ୍ଦିରର ମୌଳିକ ଢାଞ୍ଚାକୁ ସୁରକ୍ଷିତ ରଖି ଏହା ଉପରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଆଧୁନିକ ଶୈଳୀରେ ଖୋଳିବା ଦ୍ୱାରା ମନ୍ଦିରର ମୌଳିକ ଢାଞ୍ଚାରେ ସମସ୍ୟା ଦେଖାଦେଇପାରେ। ତେବେ ରାଜ୍ୟବାସୀ ମହାପ୍ରଭୁଙ୍କ ଉପରେ ଭରସା ରଖିବାରୁ ଆବଶ୍ୟକ ରହିଛି। ମହାପ୍ରଭୁଙ୍କ ଆଶିର୍ବାଦରେ ଏହା ଉପରେ ଅଧିକ ଗବେଷଣା ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି। ଠାକୁରଙ୍କର ସମ୍ପତ୍ତିକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ଆମେ ତାହାକୁ ସୁରକ୍ଷିତ ରଖିପାରିଲେ ଜୀବନ ଧନ୍ୟ ହୋଇଯିବ ବୋଲି ଜଷ୍ଟିସ ରଥ କହିଛନ୍ତି।