Ratnabhandar: ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଡ. ରଥ
Advertisement
Article Detail0/zeeodisha/odisha2334975

Ratnabhandar: ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଡ. ରଥ

ଭୁବନେଶ୍ୱର: ଆସନ୍ତା କାଲି ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ରତ୍ନଭଣ୍ଡାର। ଦୀର୍ଘ ୪ ଦଶନ୍ଧି ପରେ ଖୋଲିବାକୁ ଯାଉଛି ରତ୍ନ ଭଣ୍ଡାର। ଏନେଇ ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି ଜାରି ହୋଇଛି। ସେପଟେ ଆସନ୍ତା କାଲି ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜ

Ratnabhandar: ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଡ. ରଥ

Ratnabhandar: ଭୁବନେଶ୍ୱର: ଆସନ୍ତା କାଲି ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ରତ୍ନଭଣ୍ଡାର। ଦୀର୍ଘ ୪ ଦଶନ୍ଧି ପରେ ଖୋଲିବାକୁ ଯାଉଛି ରତ୍ନ ଭଣ୍ଡାର। ଏନେଇ ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି ଜାରି ହୋଇଛି। ସେପଟେ ଆସନ୍ତା କାଲି ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ। ଚାବିରେ ଯଦି ଚାବିରେ  ନଖୋଲେ ତେବେ ତାଲା ଭଙ୍ଗାଯାଇ ଖୋଲାଯିବ। ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍‌କୁ ମଧ୍ୟ ଡକାଯାଇଛି। ଏଥିସହ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ।

ଜଷ୍ଟିସ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌ ଭିତରକୁ ଯିବେ । ତାଙ୍କ ସହ ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ମଧ୍ୟ ଭିତରକୁ ଯିବେ । ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ଜଷ୍ଟିସ ରଥ।

ସେପଟେ ଆସନ୍ତା କାଲି ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲି ନିଶ୍ଚିତ ଭାବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ତେବେ କେତେବେଳେ ଖୋଲାଯିବ ସେନେଇ ମନ୍ଦିରର ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି । କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି । ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତଜର୍ମା କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।