ରତ୍ନଭଣ୍ଡାର ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ ପଟ୍ଟନାୟକ
Advertisement
Article Detail0/zeeodisha/odisha2370361

ରତ୍ନଭଣ୍ଡାର ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ ପଟ୍ଟନାୟକ

Sudarshana pattnaik: ଭିତର ରତ୍ନଭଣ୍ଡାର ଅବସ୍ଥା କ’ଣ ଥିଲା ତାହା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି, ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି।

ରତ୍ନଭଣ୍ଡାର ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହୋଇଥିଲା। ଏଥିରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ ଆଲମାରି ଆଦିକୁ ସ୍ଥାନାନ୍ତର କରିବାକୁ ଆଲୋଚନା ହୋଇଥିଲା। ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।

ଦାବି ଅନୁସାରେ, ଭିତର ରତ୍ନଭଣ୍ଡାର ଦ୍ୱାରରେ ୩ଟି ତାଲା ପଡ଼ିଛି। ୩ଟି ତାଲା ମଧ୍ୟରୁ ଗୋଟିଏ ସିଲ୍‌ ଥିବାବେଳେ ଦୁଇଟି ତାଲାରେ ସିଲ୍‌ ବା ଜଉମୁଦ ନଥିଲା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଅନୁରୋଧ କରାଯାଉ ବୋଲି ସୁଦର୍ଶନ ଦାବି କରିଛନ୍ତି। 

ଅନ୍ୟପଟେ ଭିତର ରତ୍ନଭଣ୍ଡାର ଅବସ୍ଥା କ’ଣ ଥିଲା ତାହା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି, ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ତେଣୁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ସହ ସତ୍ୟ ସାମ୍ନାକୁ ଆସିବା ନିମନ୍ତେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଫଳରେ କେଉଁ ମସିହାରେ ରତ୍ନଭଣ୍ଡାର ଶ୍ରୀମନ୍ଦିରରେ ନିର୍ମାଣ କରାଯାଇଥିଲା, କେବେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ବହୁ ତଥ୍ୟ ଲୋକଲୋଚନକୁ ସିବିଆଇ ତଦନ୍ତ କଲେ ଆସିପାରିବ ବୋଲି କହିଛନ୍ତି।