Ratnabhandar: ଖୋଲିଲା ରତ୍ନ ଭଣ୍ଡାର, ସାମ୍ନାକୁ ଆସିଲା ରୋଚକ ତଥ୍ୟ..
Advertisement
Article Detail0/zeeodisha/odisha2341456

Ratnabhandar: ଖୋଲିଲା ରତ୍ନ ଭଣ୍ଡାର, ସାମ୍ନାକୁ ଆସିଲା ରୋଚକ ତଥ୍ୟ..

 Ratnabhandar: ୧୪ ତାରିଖ ଦିନ ୧୧ ଜଣିଆ କମିଟି ଦ୍ୱାରା ପ୍ରଥମେ ଚଳନ୍ତି ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରକୁ ସ୍ଥାନାନ୍ତର କରାଯାଇଥିଲ।ଆଜି ପୁଣି ଥରେ ୧୧ ଜଣିଆ ଅଧିକୃତ କମିଟି ଯିବ।କମିଟିର କୌଣସି ସଦସ୍ୟ ଧାତଵ ପଦାର୍ଥ କିମ୍ବା ସୁନା ଜିନିଷପତ୍ର ପିନ୍ଧି ଯିବେ ନାହିଁ। ଭିତର ରତ୍ଵଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ।

Ratnabhandar: ଖୋଲିଲା ରତ୍ନ ଭଣ୍ଡାର, ସାମ୍ନାକୁ ଆସିଲା ରୋଚକ ତଥ୍ୟ..

Ratnabhandar: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ପୁଣି ଥରେ ରୋଚକ ଓ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ପୁଣି ଥରେ ଖୋଲିବ ଭିତର ରତ୍ନଭଣ୍ଡାର।ଶୁଭ ମୁହୂର୍ତ୍ତରେ ସକାଳ ୯.୫୧ ରୁ ୧୨.୧୫ ମଧ୍ୟରେ ଟ୍ରେଜେରୀରୁ ନୂଆ ଚାବି ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବ।ପୂର୍ବ ଏସଓପିକୁ ଅନୁପାଳନ କରାଯିବ।ଆଜି ସନ୍ଧ୍ୟା ସୁଦ୍ଧା ହିଁ ଭିତର ରତ୍ଵଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ସୁରକ୍ଷିତ ଭାବେ ଅସ୍ଥାୟୀ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ।

ତେବେ ଗତ ୧୪ ତାରିଖ ଦିନ ୧୧ ଜଣିଆ କମିଟି ଦ୍ୱାରା ପ୍ରଥମେ ଚଳନ୍ତି ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରକୁ ସ୍ଥାନାନ୍ତର କରାଯାଇଥିଲ।ଆଜି ପୁଣି ଥରେ ୧୧ ଜଣିଆ ଅଧିକୃତ କମିଟି ଯିବ।କମିଟିର କୌଣସି ସଦସ୍ୟ ଧାତଵ ପଦାର୍ଥ କିମ୍ବା ସୁନା ଜିନିଷପତ୍ର ପିନ୍ଧି ଯିବେ ନାହିଁ। ଭିତର ରତ୍ଵଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ। ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି।ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ।ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ।ସ୍ନେକ ହେଲ୍ପ ଲାଇନ ,ଓଡ୍ରାଫ ,ସ୍ବେଚ୍ଛାସେବୀ,ଡାକ୍ତରୀ ଟିମ,ମାଜିଷ୍ଟ୍ରେଟ ,ବୈଷୟିକ ଟିମ ମୁତୟନ ହେବେ।ଚାଙ୍ଗଡ଼ା ଘର ଷ୍ଟ୍ରଙ୍ଗ ରୁମରେ ବାହାର ରତ୍ନଭଣ୍ଡାର ରତ୍ନାଳଙ୍କାର ପୂର୍ବରୁ  ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଜି ଭିତର ରତ୍ନଭଣ୍ଡାର ଖୋଲି ସମସ୍ତ ରତ୍ନାଳଙ୍କାର ଆଲମାରୀ ଓ ସିନ୍ଦୁକରେ ରଖି ଅସ୍ଥାୟୀ ଷ୍ଟ୍ରଙ୍ଗ ରୂମ୍ ଅର୍ଥାତ ଖଟସେଜ ଘରେ ରଖାଯିବ।

ଅସ୍ଥାୟୀ ଭିତର ରତ୍ନଭଣ୍ଡାରରେ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଏସଓପି ଅନୁଯାୟୀ କରାଯାଇଛି।ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ସ୍ଥାନାନ୍ତର ପରେ ହିଁ ଏଏସଆଇକୁ ହସ୍ତାନ୍ତର କରାଯିବ।  ଏଏସଆଇ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ସହ  ମରାମତି ପାଇଁ ଅନୁମତି ଦିଆଯିବ।ପରେ ରତ୍ନଭଣ୍ଡାର ରତ୍ନଅଳଙ୍କାର ଗଣତି ମଣତି ପାଇଁ ପ୍ରତିଦିନ ଟ୍ରେଜେରୀରୁ ଜଉମୁଦରେ ଥିବା ଚାବି ପ୍ରତିଦିନ ଅଣାଯିବ।

ତେବେ ଭିତର ରତ୍ଵଭଣ୍ଡାରରେ କେତୋଟି ସିନ୍ଦୁକ ଓ ଆଲମିରା ରହିଛି, କାନ୍ଥ ପର୍ଶ୍ୱକୁ ଥିବା ସିନ୍ଦୁକ ଓ ଆଲମିରା  ପଛ ପଟେ ଆଉ କୋଠରୀ ରହିଛି ନାଁ ନାହିଁ,ତାହା ଆଜି ତାରିଖରେ ହିଁ ସ୍ପଷ୍ଟ ହେବ। ସେପଟେ ଏବେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ୍ରାଫ୍, ଫାୟାର, ସ୍ନେକ ହେଲପ ଲାଇଲ ଆଦି ଟିମ୍ ନିଜନିଜ ଇକ୍ଯୁପମେଣ୍ଟସ ନେଇ ଭିତରକୁ ପ୍ରବେଶ କରିଛନ୍ତି। ଏଥିରେ ସର୍ଚ୍ଚ ଲାଇଟ୍, ଜେନେରେଟର, ଅକ୍ସିଜେନ, ଫାୟାର କଟର, ସାପଧରା ଷ୍ଟିକ୍ ଆଦି ଆବଶ୍ୟକ ସାମଗ୍ରୀ ଧରି ମନ୍ଦିରକୁ ନିଆଯାଇଛି। ସେପଟେ ରତ୍ନଭଣ୍ଡାର ଖୋଲିବା ଦୃଷ୍ଟିରୁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ଲାଗି ବନ୍ଦ କରାଯାଇଛି। ସିଂହଦ୍ଵାର ଦେଇ କେବଳ ଅଧୀକୃତ ବ୍ଯକ୍ତି ମନ୍ଦିରକୁ ପ୍ରବେଶ ଅନୁମତି ରହିଛି।