ସାଇବର ଠକେଇର ଶିକାର ହେଲେ ତୁରନ୍ତ ରିପୋର୍ଟ କରନ୍ତୁ ଏହି ୱେବସାଇଟରେ, 'ଏକ୍ସ' ରେ ଓଡ଼ିଶା ପୁଲିସ ଦେଲା ସୂଚନା
Advertisement
Article Detail0/zeeodisha/odisha2267360

ସାଇବର ଠକେଇର ଶିକାର ହେଲେ ତୁରନ୍ତ ରିପୋର୍ଟ କରନ୍ତୁ ଏହି ୱେବସାଇଟରେ, 'ଏକ୍ସ' ରେ ଓଡ଼ିଶା ପୁଲିସ ଦେଲା ସୂଚନା

ସନ୍ଦେହଜନକ ୱେବସାଇଟ୍,  ହ୍ୱାଟସ୍ଅପ୍ ନମ୍ବର, ଟେଲିଗ୍ରାମ୍, ଫୋନ୍ ନମ୍ବର, ଇମେଲ ଆଇଡି ଏବଂ ସୋସିଆଲ୍ ମିଡିଆ ଭଳି ସ୍ଥାନରେ ସାଇବର ଅପରାଧର ଯଦି କିଏ ଶିକାର ହୁଅନ୍ତି, ତାହେଲେ ସାଇବର କ୍ରାଇମ ପୋର୍ଟାଲ cybercrime.gov.in/Webform/cyber ରେ ରିପୋର୍ଟ କରନ୍ତୁ। ସଜାଗ ଓ ସଚେତନ ରହିଲେ ଏକ ନୂତନ ପରିବର୍ତ୍ତନ ଆଣିପାରେ ବୋଲି ଆଜି ଓଡ଼ିଶା ପୁଲିସ ପକ୍ଷରୁ ' ଏକ୍ସ' ମାଧ୍ୟମରେ ସୂଚନା ଦିଆଯାଇଛି।

ସାଇବର ଠକେଇର ଶିକାର ହେଲେ ତୁରନ୍ତ ରିପୋର୍ଟ କରନ୍ତୁ ଏହି ୱେବସାଇଟରେ, 'ଏକ୍ସ'  ରେ ଓଡ଼ିଶା ପୁଲିସ ଦେଲା ସୂଚନା

ଭୁବନେଶ୍ୱର, ଦିନକୁ ଦିନ ରାଜଧାନୀ ସମେତ ରାଜ୍ୟର ସାଇବର ଠକେଇ ବଢ଼ି ଚାଲିଛି। ସଧାରଣ ଲୋକଙ୍କୁ ସାଇବର ଠକମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୁଟି ଚାଲିଛନ୍ତି। ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ସନ୍ଦେହଜନକ ୱେବସାଇଟ୍,  ହ୍ୱାଟସ୍ଅପ୍ ନମ୍ବର, ଟେଲିଗ୍ରାମ୍, ଫୋନ୍ ନମ୍ବର, ଇମେଲ ଆଇଡି ଏବଂ ସୋସିଆଲ୍ ମିଡିଆ ଭଳି ସ୍ଥାନରେ ସାଇବର ଅପରାଧର ଯଦି କିଏ ଶିକାର ହୁଅନ୍ତି, ତାହେଲେ ସାଇବର କ୍ରାଇମ ପୋର୍ଟାଲ cybercrime.gov.in ରେ ରିପୋର୍ଟ କରନ୍ତୁ। ସଜାଗ ଓ ସଚେତନ ରହିଲେ ଏକ ନୂତନ ପରିବର୍ତ୍ତନ ଆଣିପାରେ ବୋଲି ଆଜି ଓଡ଼ିଶା ପୁଲିସ ପକ୍ଷରୁ ' ଏକ୍ସ' ମାଧ୍ୟମରେ ସୂଚନା ଦିଆଯାଇଛି। 

ସୂଚନା ଥାଉକି, ସାଇବର ଅପରାଧୀ ମାନେ କେତେବେଳେ କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇବାର ପ୍ରଲୋଭନ ଦେଖାଇ ତ ପୁଣି କେତେବେଳେ ଫେକ୍ କଲ୍, ବୀମା, ଅନଲାଇନ୍ ସପିଂ, ବିଦ୍ୟୁତ୍ ବିଲ୍ ପୈଠ, ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ଫଳରେ ସାଧାରଣ ଲୋକଟି ସର୍ବସ ହରାଇ ମୁଣ୍ଡରେ ହାତ ଦଉଛି ପରେ ନିରାଶ ହୋଇ ସାଇବର ପୁଲିସର ଦ୍ୱାରସ୍ଥ ହେଉଛି। କେତେକ କ୍ଷେତ୍ରରେ ଲୋକ ଟଙ୍କା ଫେରି ପାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଟଙ୍କା ଆଉ ଫେରି ପାଉ ନାହାଁନ୍ତି। ଉଦାହରଣ ସ୍ୱରୂପ, ଗତକାଲି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ବୃଦ୍ଧଙ୍କ ଠାରୁ ସାଇବର ଲୁଟେରା ମାନେ ବ୍ୟାଙ୍କ ଅଧିକାରୀଙ୍କ ପରିଚୟ ଦେଇ ୬୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 

ଅନ୍ୟପଟେ ସାଇବର ଲୁଟେରାଙ୍କ ବିରୋଧରେ କମିଶନରେଟ୍ ପୁଲିସ ପକ୍ଷରୁ ବ୍ଲୁ ନକ୍ସା ପ୍ରସ୍ତୁତ ହୋଇଛି। ବିଭିନ୍ନ ସ୍କୁଲ ଓ କଲେଜର ବଛାବଛା ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ଯୋଦ୍ଧା ପ୍ରସ୍ତୁତ କରାଯାଇଛି। ବିଶେଷ କରି ଆଇଆଇଆଇଟି ଓ ଆଇଆଇଟି ଭଳି ବୈଷୟିକ ପାଠ ପଢୁଆ ଛାତ୍ରଛାତ୍ରୀ ଙ୍କୁ ଏଥିରେ ଗୁରୁତ୍ଵ ଦିଆଯାଇଛି। ଏହି ଅଭିଯାନରେ ସାମିଲ ହେବାକୁ ୬୫୦ଜଣ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୧ଜଣ ଛାତ୍ରଙ୍କୁ ସାମିଲ କରାଯାଇଛି।

Also Read- Lakshmi Narayan yog 2024: ମେ ଶେଷରେ ବିରଳ ରାଜଯୋଗ, ୩ ରାଶି ଭାଗ୍ୟରେ ଧନ ବର୍ଷା