IPS ସ୍ତରରେ ଅଦଳ ବଦଳ, ବଦଳିଲେ କମିସନରେଟ୍‌ ପୁଲିସରେ ଏସିପି
Advertisement
Article Detail0/zeeodisha/odisha1938425

IPS ସ୍ତରରେ ଅଦଳ ବଦଳ, ବଦଳିଲେ କମିସନରେଟ୍‌ ପୁଲିସରେ ଏସିପି

ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରର ଏସିପି ବଦଳିଥିବା ବେଳେ ଅନ୍ୟ ଦୁଇ ବିଭାଗରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କମିଶନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଉମାଶଙ୍କର ଦାଶଙ୍କର ଡିଆଇଜି ପାହ

IPS ସ୍ତରରେ ଅଦଳ ବଦଳ, ବଦଳିଲେ କମିସନରେଟ୍‌ ପୁଲିସରେ ଏସିପି

IPS Reshuffle ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରର ଏସିପି ବଦଳିଥିବା ବେଳେ ଅନ୍ୟ ଦୁଇ ବିଭାଗରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କମିଶନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଉମାଶଙ୍କର ଦାଶଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସେହିପରି ଅନ୍ୟ ୪ ଅଧିକାରୀଙ୍କର ମଧ୍ୟ ପଦୋନ୍ନତି ହୋଇଥିବା ନେଇ ସୂଚନା ରହିଛି।

କଟକ-ଭୁବନେଶ୍ୱର ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଉମାଶଙ୍କର ଦାଶଙ୍କ ପଦୋନ୍ନତି ହୋଇଛି। ସେ ଅତିରିକ୍ତ ଏସପି ପାହ୍ୟାରୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଅତିରିକ୍ତ ଏସପିରୁ ଡିଆଇଜି ଏସଆଇଡବ୍ଲ୍ୟୁକୁ (DIG, SIW) ଶ୍ରୀ ଦାସଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ବ୍ରିଜେଶ ରାୟଙ୍କୁ କଟକ-ଭୁବନେଶ୍ୱରର ଅତିରିକ୍ତ ଏସପି ଭାବେ ନିଯୁକ୍ତ କରାଯାଇଛି। 

ସେହିପରି ଗୃହ ବିଭାଗରେ ଓଏସଡି ଦାୟିତ୍ୱରେ ଥିବା ଅରୁଣ କୁମାର ରାୟଙ୍କୁ ମୁଦ୍ରଣ, ଷ୍ଟେସନାରୀ ଓ ପ୍ରକାଶନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ମାନବ ଅଧିକାର ସୁରକ୍ଷା ବିଭାଗର ସ୍ପେଷାଲ ଡିଜିପି ଭାବେ କାର୍ଯ୍ୟ କରୁଥିବା ଏଏମ ପ୍ରସାଦଙ୍କୁ କାରାଗର ମୁଖ୍ୟ ଭାବେ ବଦଳି କରାଯାଇଛି। ସେହିପରି ମୁଦ୍ରଣ, ଷ୍ଟେସନାରୀ ଓ ପ୍ରକାଶନ ବିଭାଗରେ କାର୍ଯ୍ୟ କରୁଥିବା ଲଳିତ କୁମାର ଦାସଙ୍କୁ ଏଚଆରପିସିର ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଛି। 

Also Read: World Cup 2023: ପାକିସ୍ତାନ ଖେଳାଳିଙ୍କୁ ପସନ୍ଦ ନାହିଁ ହୋଟେଲ ଖାଦ୍ୟ, ଅନଲାଇନରେ ଅର୍ଡର କରି ଖାଇଲେ ବିରିୟାନି-କବାବ ସମେତ ଏସବୁ ଖାଦ୍ୟ

Also Read: iPhone ହ୍ୟାକିଂ ମାମଲାରେ Apple ଜାରି କଲା ବଡ଼ ବୟାନ, ସରକାର ଦେଲେ ଏହି ନିର୍ଦ୍ଦେଶ

Also Read: Rajasthan Elections 2023: ନିର୍ବାଚନରେ ମତଦାନ କରିବେ ରାଜ୍ୟପାଳ-ରାଷ୍ଟ୍ରପତି; କଲେକ୍ଟର ମଧ୍ୟ ପାଇବେ ସୁଯୋଗ