Odisha News: ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂତନ ବାଇପାସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ପ୍ରୋଜେକ୍ଟ ସଂପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସହ ଆଲୋଜନା କରି ବଜେଟ୍ ଆଲୋକେସନ କରିଥିଲେ । ୧୫୯.୫୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ନୂତନ ବାଇପାସର ପାଇଁ ସଂପୂର୍ଣ୍ଣ ଜମି ଅଧିଗ୍ରହଣ ସରିଛି । ୬ କିଲୋମିଟର ୩ଶହ ମିଟର ରାସ୍ତା ମଧ୍ୟରୁ ଏକ କିଲୋମିଟର ୯୬୦ ମିଟର ରାସ୍ତା ଓଭର ବ୍ରିଜ୍ ରହିଛି । ଏଥିସହ ୧୨ଟି କଲଭର୍ଟ ମଧ୍ୟ ଏହି ରାସ୍ତାରେ ରହିଛି । ରାସ୍ତାର ପ୍ରସ୍ତ ୧୨ ମିଟର ରହିଥିବା ବେଳେ, ବ୍ରିଜ୍ ନିକଟ ସର୍ଭିସ ରାସ୍ତା ୫.୫ମିଟର ଧାର୍ଯ୍ୟ ହୋଇଛି।
Trending Photos
Odisha News:(ସୂର୍ଯ୍ୟନାରାୟଣ ମହାନ୍ତି) ୫୭ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଠାରୁ ସରଧାପୁର ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ନୂତନ ବାଇପାସ ରାସ୍ତା ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ ଜଗଦେବ ବୁଲି ଦେଖିବା ସହ ବିଭାଗୀୟ କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । କାର୍ଯ୍ୟର ଗତି ମନ୍ତର ହେଉଥିବାରୁ ସାଂସଦ ସଂପୃକ୍ତ ଠିକାଦାର ଓ ଜାତୀୟ ରାଜପଥ କର୍ତୁପକ୍ଷଙ୍କୁ ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖୋର୍ଦ୍ଧାବାସୀଙ୍କ ବହୁ ଦିନର ଦାବି ଏବେ ପୁରଣ ହେବାକୁ ଯାଉଛି । ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂତନ ବାଇପାସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ପ୍ରୋଜେକ୍ଟ ସଂପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସହ ଆଲୋଜନା କରି ବଜେଟ୍ ଆଲୋକେସନ କରିଥିଲେ । ୧୫୯.୫୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ନୂତନ ବାଇପାସର ପାଇଁ ସଂପୂର୍ଣ୍ଣ ଜମି ଅଧିଗ୍ରହଣ ସରିଛି । ୬ କିଲୋମିଟର ୩ଶହ ମିଟର ରାସ୍ତା ମଧ୍ୟରୁ ଏକ କିଲୋମିଟର ୯୬୦ ମିଟର ରାସ୍ତା ଓଭର ବ୍ରିଜ୍ ରହିଛି । ଏଥିସହ ୧୨ଟି କଲଭର୍ଟ ମଧ୍ୟ ଏହି ରାସ୍ତାରେ ରହିଛି । ରାସ୍ତାର ପ୍ରସ୍ତ ୧୨ ମିଟର ରହିଥିବା ବେଳେ, ବ୍ରିଜ୍ ନିକଟ ସର୍ଭିସ ରାସ୍ତା ୫.୫ମିଟର ଧାର୍ଯ୍ୟ ହୋଇଛି।
ତେବେ ଏହି ନିର୍ମାଣ କାର୍ଯ୍ୟ ୩/୫/୨୦୨୩ ତାରିଖରେ ଆରମ୍ଭ ହୋଇଥିବା ବେଳେ, ୨/୧୧/୨୦୨୪ ମଧ୍ୟରେ ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷା ଓ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ଏହି କାର୍ଯ୍ୟ ୩୧/୦୫.୨୦୨୫ ମଧ୍ୟରେ ସରିବ ବୋଲି ଜାତୀୟ ରାଜପଥ କର୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ଜଗଦେବଙ୍କୁ ବରିଷ୍ଠ ବିଜେପି ନେତା ନିକୁଂଜ କିଶୋର ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ ହୋତା, ବିଭୁରଂଜନ ବଳିୟାରସିଂ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ ଦଳେଇ, କୁନିଲତା ସ୍ୱାଇଁ ପ୍ରମ୍ମୁଖ ଉପସ୍ଥିତ ରହି ଖୋର୍ଦ୍ଧାର ପ୍ରବେଶ ଦ୍ୱାରରେ ସୁଉଚ୍ଚ ତୋରଣ ଗେଟ୍ କରିବାକୁ ପ୍ରସ୍ତାବ ଦେଇଥିଲେ।