Road Accident: ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
Advertisement
Article Detail0/zeeodisha/odisha2185054

Road Accident: ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Road Accident: ଅଶୁଭ ମଙ୍ଗଳବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୪ ଜୀବନ। ଛାରଖାର୍ ହୋଇଗଲା ସବୁକିଛି । ପଛପଟୁ ଟ୍ରକକୁ ପିଟିଲା ସ୍କର୍ପିଓ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ମୃତକମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି।

Road Accident: ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Road Accident: ଅଶୁଭ ମଙ୍ଗଳବାର! ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଛାରଖାର୍ ହୋଇଗଲା ସବୁକିଛି । ପଛପଟୁ ଟ୍ରକକୁ ପିଟିଲା ସ୍କର୍ପିଓ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ ସାଇ ମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ମୃତକମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି।

ALSO READ : Road Accident: ଛାତିଥରା ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ସୂଚନା ଅନୁସାରେ, ଆଜି ଭୋର ସମୟରେ ପଶ୍ଚିମବଙ୍ଗର ଏକ ପରିବାର ସ୍କର୍ପିଓରେ ବସି ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। କିନ୍ତୁ ହଠାତ୍ ଏହି ସମୟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ନଳାଙ୍ଗ ସାଇମନ୍ଦିର ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ସହ ଗାଡି଼ ଭିତରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।  ସ୍କର୍ପିଓ ଭିତରେ ଥିବା ବାକି ତିନି ଜଣ ଗୁରୁତର ହୋଇପଡିଛନ୍ତି । ଏନେଇ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଦୁଇ ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏବଂ ପୋଲିସ୍ ଘଟଣାର ଛାନଭିନ୍ ଚଳାଇଛି।

ସେପଟେ, ଆଜି ମଧ୍ୟ ଅନୁଗୁଳରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ତଳ ଥାନା କରତପଟା ନିକଟରେ ଏପରି ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା ।  କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।