Road Accident: ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଅଘଟଣ, ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ, ଅନେକ ଆହତ
Advertisement
Article Detail0/zeeodisha/odisha1758786

Road Accident: ସଂକୀର୍ତ୍ତନ ପାଇଁ ଯାଉଥିବା ବେଳେ ଅଘଟଣ, ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ, ଅନେକ ଆହତ

Road Accident: ବଲାଙ୍ଗୀର ଜିଲ୍ଲା ବାନ୍ଧନବାଡ଼ି ଗାଁରେ ଏକ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେବା ଲାଗି ରାମପୁରର ଏକ ସଂକୀର୍ତ୍ତନ ଦଳ ପିକଅପ୍ ଭ୍ୟାନ ଯୋଗେ ବାନ୍ଧନବାଡ଼ି ଅଭିମୁଖେ ଯାଉଥିଲେ । ଏହି ସମୟରେ ଭଇଁଷା ଗ୍ରାମ ବସଷ୍ଟାଣ୍ତ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । 

ସୌ(ସୋସିଆଲ ମିଡିଆ)

Road Accident: ଏମିତି ବି ଆସେ ମୃତ୍ୟୁ । ସଂକୀର୍ତ୍ତନରେ ଯୋଗ ଦେବାକୁ ଯାଇଥିବା ବେଳେ ପାଟଣାଗଡ଼ ବଲାଙ୍ଗୀର (Balangir) ମୁଖ୍ୟ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍ (Pickup van Accident) । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ବାନ୍ଧନବାଡ଼ି ଗାଁରେ ଏକ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେବା ଲାଗି ରାମପୁରର ଏକ ସଂକୀର୍ତ୍ତନ ଦଳ (Sankirtan Team) ପିକଅପ୍ ଭ୍ୟାନ ଯୋଗେ ବାନ୍ଧନବାଡ଼ି ଅଭିମୁଖେ ଯାଉଥିଲେ । ଏହି ସମୟରେ ଭଇଁଷା ଗ୍ରାମ ବସଷ୍ଟାଣ୍ତ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୧୦ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ (Bhima Bhoi Medical College) ଭର୍ତ୍ତି କରାଯାଇଥିଲା । ଅନ୍ୟ ଆହତମାନଙ୍କୁ ପାଟଣାଗଡ଼ ଉପଖଣ୍ତ ଡ଼ାକ୍ତରଖାନାକୁ ନିଆଯାଇଥିଲା । ବଲାଙ୍ଗୀର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ୫ ଜଣଙ୍କ ମଧ୍ଯରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ପିକଅପ୍ ଭ୍ୟାନଟି ପ୍ରାୟ ୨୫ରୁ ୩୦ଜଣ ଲୋକଙ୍କୁ ଏକା ସଙ୍ଗେ ଧରି ଯାଉଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି ।

ପ୍ରକାଶ ଥାଉ କି, ବୁଧବାର ଦିନ ଗଜପତି ଜିଲ୍ଲା (Gajapati) ଆର. ଉଦୟଗିରି ଥାନା ଚମ୍ପାଘାଟିରେ (champaghati) ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଡ଼େଙ୍ଗାଉତ୍ସା ଅଞ୍ଚଳ ଓ ପୁରୁଣା ପାଣି ଅଞ୍ଚଳରୁ କିଛି ଶ୍ରମିକ ଏକ ପିକଅପ୍ ଭ୍ୟାନ ଯୋଗେ ଆର. ଉଦୟଗିରି ଥାନା ଲୁବୁରୁସିଂ ଗାକୁ ଯାଇଥିଲେ । ସେଠାରେ ଜଣ ବ୍ୟକ୍ତିଙ୍କ ଘରେ ଛାତ ପକାଇବା କାମ ସାରିବା ପରେ ରାତି ପ୍ରାୟ ୮ଟାରେ ସେମାନେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ କୌଣସି କାରଣବଶତଃ କାରଟି ଭାରସାମ୍ୟ ହରାଇ ଚମ୍ପାଘାଟିରେ ୧୫ ଫୁଟ ତଳକୁ ଓଲଟି ପଡ଼ିଥିଲା । ଫଳରେ ପ୍ରାୟ ୧୫ ଜଣ ଶ୍ରମିକ (labour) ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ (MKCG medical college Brahmapur) ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

Also Read-Suna Besha 2023: ଆଜି ଶ୍ରୀଜିଉଙ୍କ ସୁନାବେଶ, ଏହି ସମୟରୁ ହେବ ଆରମ୍ଭ...

ସେହିପରି ନିକଟରେ କେନ୍ଦୁଝର ଜିଲ୍ଲାରେ ବରଯାତ୍ରୀ ଯିବା ସମୟରେ ଘଟିଥିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ । ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଦଳ ୨୦ ନମ୍ବର ଜାତୀୟ ରାଜପଥରେ ବାଜା ବଜାଇ ରୋଷଣ ନେଇ ଆସୁଥିଲେ । ବରଯାତ୍ରୀ ଷଠିଘର ନିକଟରେ ପହଁଞ୍ଚିବା ସମୟରେ ଏକ ଟ୍ରକଟି ଦୁତ୍ର ଗତିରେ ଆସି ବରଯାତ୍ରୀଙ୍କ (wedding procession) ଉପରକୁ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତରଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ ଜଣ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା (Accident) ପରେ ଉତ୍ତ୍ୟକ୍ତ ଲୋକେ ରାଜମୁଣ୍ତା- ପାଣିକୋଇଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିଲା । ଏହି ଦୁର୍ଘଟଣା ପରେ ବର ବାହା ନ ହୋଇ ଫେରିଯାଇଥିବା ଜଣାପଡ଼ିଛି ।