Sambalpur Lok Mahotsav: ଆଜି ଠାରୁ ଆରମ୍ଭ ହେଲା ଓଡିଶାର ସର୍ବ ପୁରାତନ ଲୋକ ମହୋତ୍ସବ
Advertisement

Sambalpur Lok Mahotsav: ଆଜି ଠାରୁ ଆରମ୍ଭ ହେଲା ଓଡିଶାର ସର୍ବ ପୁରାତନ ଲୋକ ମହୋତ୍ସବ

Sambalpur Lok Mahotsav: ଆଜି ଠାରୁ ଓଡିଶା ରେ ସର୍ବ ପୁରାତନ ଲୋକ ମହୋତ୍ସବ ଆରମ୍ଭ।ସମ୍ବଲପୁର PHED ପଡିଆରେ ଆଜିଠାରୁ ଆରମ୍ଭ ହେଉଛି ସମ୍ବଲପୁର ଲୋକ ମହୋତ୍ସବ ୨୦୨୪। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ସାଂସ୍କୃତିକ ମହାକୁମ୍ଭ ୩ ଦିନ ଧରି ଚାଲିବ। ଏଥିରେ ସ୍ଥାନୀୟ ତଥା ଓଡ଼ିଶା ଓ ଓଡ଼ିଶା ବାହାରର ଶତାଧିକ କଳାକାର ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ସକାଳ ସାଢେ ଆଠ ଟାରୁ ବାଲିବନ୍ଧା ସୋମନାଥ ମନ୍ଦିର ନିକଟରୁ ମ୍ୟୁନିସିପାଲିଟି ଛକ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବ। 

Sambalpur Lok Mahotsav: ଆଜି ଠାରୁ ଆରମ୍ଭ ହେଲା ଓଡିଶାର ସର୍ବ ପୁରାତନ ଲୋକ ମହୋତ୍ସବ

Sambalpur Lok Mahotsav: ଆଜି ଠାରୁ ଓଡିଶା ରେ ସର୍ବ ପୁରାତନ ଲୋକ ମହୋତ୍ସବ ଆରମ୍ଭ।ସମ୍ବଲପୁର PHED ପଡିଆରେ ଆଜିଠାରୁ ଆରମ୍ଭ ହେଉଛି ସମ୍ବଲପୁର ଲୋକ ମହୋତ୍ସବ ୨୦୨୪। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ସାଂସ୍କୃତିକ ମହାକୁମ୍ଭ ୩ ଦିନ ଧରି ଚାଲିବ। ଏଥିରେ ସ୍ଥାନୀୟ ତଥା ଓଡ଼ିଶା ଓ ଓଡ଼ିଶା ବାହାରର ଶତାଧିକ କଳାକାର ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ସକାଳ ସାଢେ ଆଠ ଟାରୁ ବାଲିବନ୍ଧା ସୋମନାଥ ମନ୍ଦିର ନିକଟରୁ ମ୍ୟୁନିସିପାଲିଟି ଛକ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବ। ଏଥିରେ ସଂକୀର୍ତ୍ତନ, ସମ୍ପ୍ରଦା, ଦୁଲଦୁଲି ବଜା, ଶଙ୍ଖୁଆ, ଦଣ୍ଡ, କିସାନ ଆଦି ଦଳ ସହ ବହୁ ଲୋକନୃତ୍ୟ ଦଳ ସାମିଲ ହେବେ। ଏହି ଶୋଭାଯାତ୍ରା ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିବ। ଶୋଭାଯାତ୍ରା ପରେ ପିଏଚ୍‌ଡି ପଡିଆରେ ପ୍ରଦର୍ଶନୀ କଳାଗ୍ରାମ ଉଦଘାଟନ କରାଯିବ।

ସନ୍ଧ୍ୟା ୫ଟାରେ ଫଟୋ, ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ କରିବା ପରେ ସମ୍ବଲପୁର ଲୋକ ମହୋତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଉଦ୍‌ଘାଟନ କରିବେ। ଅତିଥି ଭାବେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ରାଜ୍ୟ ହସ୍ତତନ୍ତ, ବୟନକଳା ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ, ଜିଲା ପରିଷଦ ଅଧ୍ୟକ୍ଷ କୁମୋଦିନୀ ନାୟକ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ଯୋଗ‌ଦେବେ। ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ସ୍ୱତନ୍ତ୍ର ପ୍ରଦର୍ଶନୀ ମଞ୍ଚରେ ଦୁଇଟି ଲେଖାଏ ଅବଲୁପ୍ତପ୍ରାୟ ‘ଲୋକବାଦ୍ୟ’ ପରିବେଷଣ କରାଯିବ। ପ୍ରଥମ ଦିନ ଲୋକଗୀତ କାର୍ଯ୍ୟକ୍ରମରେ ଦୁଇଜଣ ଲେଖାଏ ଗାୟକ ଓ ଗାୟିକା ତାଙ୍କର ସଂଗୀତ ପରିବେଷଣ କରିବେ।

Also Read: Accident News: କାମାକ୍ଷାନଗରରେ ସିରିଜ ଦୁର୍ଘଟଣା, ୪୦ରୁ ଅଧିକ ଯାତ୍ରୀ ଆହତ

 ଲୋକନୃତ୍ୟରେ ସମ୍ବଲପୁର ଟ୍ରାଇବାଲ ଆଣ୍ଡ ଫୋକ୍ ଆର୍ଟ ସେଣ୍ଟର (ସମ୍ବଲପୁର), ଉତ୍ତରାଖଣ୍ଡ, କୁଚିଣ୍ଡା , ରାଜସ୍ଥାନ, ମଧ୍ୟପ୍ରଦେଶ, କୋରାପୁଟ, ଗୁଜରାଟ, ଭାରତୀ କଳା ବିକାଶ କେନ୍ଦ୍ର (ବୁର୍ଲା), ହରିଆଣା, ସୋନପୁର ଓ ପଞ୍ଜାବ ଦଳ ସହ ଥାଇଲାଣ୍ଡରୁ ଆସିଥିବା ଆନ୍ତର୍ଜାତୀୟ ଦଳ ତାଙ୍କର ନୃତ୍ୟ ପରିବେଷଣ କରିବେ। ଲୋକ ମହୋତ୍ସବର ଦ୍ବିତୀୟ ଓ ତୃତୀୟ ଦିନ ଆଲୋଚନାଚକ୍ର ପୂର୍ବାହ୍ଣ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଆୟୋଜିତ ହେବ। ୫ ତାରିଖ ‘ଲୋକଗୀତରେ ଲୋକ ସଂସ୍କୃତି’ ଆଲୋଚନା ଏବଂ ଲୋକ ନୃତ୍ୟ ଓ ବାଦ୍ୟରେ ପାରମ୍ପରିକ ‘ପାର୍‌‌’ ପ୍ରଦର୍ଶନ ଏବଂ ୬ ତାରିଖ ‘ସମ୍ବଲପୁରୀ ନାଟକରେ ପଶ୍ଚିମ ଓଡ଼ିଶାର ପରମ୍ପରାର ଝଲକ’ ଆଲୋଚନା ଏବଂ ଦ୍ବିତୀୟ ଅଧିବେଶନରେ ସମ୍ବଲପୁରୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରହିଛି।