Advertisement
Article Detail0/zeeodisha/odisha2305658
Zee OdishaOdisha StateRatnabhandar: ‘ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ’, ରତ୍ନ ଭଣ୍ଡାର ମରାମତି ପାଇଁ ଦାବି

Ratnabhandar: ‘ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ’, ରତ୍ନ ଭଣ୍ଡାର ମରାମତି ପାଇଁ ଦାବି

Ratnabhandar: ରତ୍ନ ଭଣ୍ଡାର ଛାତରୁ ପାଣି ଗଳୁଥିବା ବେଳେ ଛାତ ଦୁର୍ବଳ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଫାଟ ରହିଚି। ପଥର ବି ଖସିଥିବା ଏଏସଆଇ ରିପୋର୍ଟ୍ ରେ ଉଲ୍ଲେଖ ଅଛି। ଏମିତିକି ଲେଜର ସ୍କାନିଂ ରିପୋର୍ଟରେ ମଧ୍ୟ ସମାନ କଥା କୁହାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବ ସରକାର୍ ରତ୍ନ ଭଣ୍ଡାରର ମରାମତି ନେଇ କୌଣସି ପଦକ୍ଷେପ ନେଲେ ନାହିଁ।

Ratnabhandar: ‘ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ’, ରତ୍ନ ଭଣ୍ଡାର ମରାମତି ପାଇଁ ଦାବି

Ratnabhandar: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ। ତୁରନ୍ତ ଖୋଲାଯାଇ ରତ୍ନ ଭଣ୍ଡାରକୁ ମରାମତି କରାଯାଉ। ପୁଣି ନିଜର ବାଲୁକାକୃତି ଜରିଆରେ ଦାବୀ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବିଚ୍ ରେ ଏହି ପ୍ରସଙ୍ଗରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଏକ ଅବିକଳ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ବାର୍ତା ଦେଇଛନ୍ତି। ସୁଦର୍ଶନ କହିଛନ୍ତି ଗତ ୨୦୧୮ ମସିହାରେ ଏଏସଆଇର ରିପୋର୍ଟ୍ କହୁଛି ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ରତ୍ନ ଭଣ୍ଡାର ଛାତରୁ ପାଣି ଗଳୁଥିବା ବେଳେ ଛାତ ଦୁର୍ବଳ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଫାଟ ରହିଚି। ପଥର ବି ଖସିଥିବା ଏଏସଆଇ ରିପୋର୍ଟ୍ ରେ ଉଲ୍ଲେଖ ଅଛି। ଏମିତିକି ଲେଜର ସ୍କାନିଂ ରିପୋର୍ଟରେ ମଧ୍ୟ ସମାନ କଥା କୁହାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବ ସରକାର୍ ରତ୍ନ ଭଣ୍ଡାରର ମରାମତି ନେଇ କୌଣସି ପଦକ୍ଷେପ ନେଲେ ନାହିଁ।

ତେବେ ନୁଆ ସରକାର ଆସିବା ପରେ ରତ୍ନ ଭଣ୍ଡାର ଖୋଲାଯାଇ ମରାମତି ହେବ ବୋଲି ସବୁ ଭକ୍ତଙ୍କ ଆଶା ରହିଚି। ଯେହେତୁ ବିଜେପି ସରକାର ଗଠନ ହେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିଲା। ଏଣୁ ଭକ୍ତଙ୍କ ବିଶ୍ୱାସ ରହିଛି ବିଜେପି ସରକାର୍ ରତ୍ନ ଭଣ୍ଡାର ଖୋଲି ଏହାର ମରାମତି କରିବେ। ଶ୍ରୀମନ୍ଦିର ସୁରକ୍ଷା ହେଉଚି ଆମ ଓଡ଼ିଆଙ୍କ ପ୍ରାଥମିକ କାର୍ଯ୍ୟ। ଓଡ଼ିଆ ଜାତିର ପରିଚୟ ଓ ଗର୍ବ ହେଉଛନ୍ତି ମହାପ୍ରଭୁ ଶ୍ରଜଗନ୍ନାଥ ଓ ଶ୍ରୀ ମନ୍ଦିର। ଏଣୁ ଏହାର ସୁରକ୍ଷା ହେଉଚି ପ୍ରାଥମିକ କାର୍ଯ୍ୟ। ତୁରନ୍ତ ଆଉ ବିଳମ୍ବ ନ କରି ରାଜ୍ଯ ସରକାର୍ ରତ୍ନ ଭଣ୍ଡାର ଖୋଲି ମରାମତି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

Add Zee News as a Preferred Source
About the Author