Bhitarkanika: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
Advertisement
Article Detail0/zeeodisha/odisha2046421

Bhitarkanika: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

Bhitarkanika: ପକ୍ଷୀମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି। ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ। 

Bhitarkanika: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

Bhitarkanika: ପକ୍ଷୀମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି। ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ। ଗତବର୍ଷ ପକ୍ଷୀ ୧୪୦ ପ୍ରଜାତିର   ମୋଟ ୧ଲକ୍ଷ ୩୯ହଜାର ୯୫୯ ଟି ପକ୍ଷୀ ଆସିଥିଲେ। ଚଳିତ ବର୍ଷ ଅଧିକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ। ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୮ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ ରେ ୫ ରୁ ୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।

ଏହି ଗଣନା ପାଇଁ ଗତକାଲି ରାଜନଗର ବନଖଣ୍ଡ କାର୍ଯ୍ୟାଳୟରେ ରାଜନଗର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ରାଜନଗର ବନଖଣ୍ଡ ର ୫ଟି ରେଞ୍ଜ ରାଜନଗର , କନିକା ଗହୀରମଥା, ମହାକାଳପଡ଼ା, କୁଜଙ୍ଗରେ ଗଣନା କରାଯାଉଛି। ଭିତରକନିକା,ଗହୀରମଥା , କାଳିଭଞ୍ଜଡିଆ ଖୋଳା,ସାତଭାୟା ,ରାଜନଗର,ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦୀପ ଆଦି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି।

ସେପଟେ ଚିଲିକାରେ (Chilika Lake) ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ (bird census) ହୋଇଛି। ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି । ନଳବଣରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ସର୍ବାଧିକ ନର୍ଦନ ପିଙ୍କଟେଲ ପ୍ରଜାତିର ୨ ଲକ୍ଷ ୧୮ ହଜାର ୬୧୪ ଆସିଥିବା ବେଳେ ସର୍ବନିମ୍ନ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖା ଯାଇଛି। ଦଶ ବର୍ଷ ପରେ ପୁଣି ଏକ ନୂଆ ପ୍ରଜାତିର ପକ୍ଷୀ ପଲାଜ ଫିସ ଈଗଲ ଚଳିତ ବର୍ଷ ଦେଖିବାକୁ ମିଳିଛି ।ଗତ ବର୍ଷ ଚିଲିକାରେ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଆସିଥିବା ବେଳେ ଚଳିତ ବର୍ଷ ୫ ହଜାର ୮୩୦ ଟି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ବିଦେଶାଗତ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଟି ଥିବାବେଳେ ଦେଶୀ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୮୮୦ ଥିଲେ । ଚଳିତ ବର୍ଷ ସମନ୍ତରାଳ ଭାବେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ ବିଦେଶୀ ପକ୍ଷୀ ଆସିଥିବାବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା ୩୮ ହଜାର ୯୪୬ ଟି ୭୯ ପ୍ରଜାତିର ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ ।

Also Read: Odisha News: ଚିଲିକାରେ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଆସିଛନ୍ତି ୧୮୭ ପ୍ରଜାତିର ପକ୍ଷୀ