Vigilance Raid Odisha: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ତହସିଲ ସେଟେଲମେଣ୍ଟ ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2140631

Vigilance Raid Odisha: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ତହସିଲ ସେଟେଲମେଣ୍ଟ ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

Settlement Amin Arrest in Odisha: ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ବେଳେ ସେଟେଲମେଣ୍ଟ ଅମିନଙ୍କୁ ବାନ୍ଧିଛି ଭିଜିଲାନ୍ସ।

 Vigilance Raid Odisha: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ତହସିଲ ସେଟେଲମେଣ୍ଟ ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

Tehsil Settlement Amin Arrested by Vigilance: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡି଼ଛନ୍ତି ତହସିଲ ସେଟେଲମେଣ୍ଟ ଅମିନ। ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଗଲପୁର ତହସିଲ ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ସୋମବାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଚଢାଉ କରି ତହସିଲ ସେଟେଲମେଣ୍ଟ ଅମିନଙ୍କୁ ଗିରଫ କରିଛି ଭିଜିଲାନ୍ସ।  

ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ୫୦୦୦ ଟଙ୍କାର ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏ ସମ୍ପର୍କରେ ଭିଜିଲାନ୍ସ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଅମିନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍। ଏନେଇ ହୋଇଥିବା ଯୋଜନା ଅନୁଯାୟୀ ଅମିନ ସଦାନନ୍ଦ ସାହୁ ଲାଞ୍ଚ ନେଉଥିବା ବେଳେ ତାକୁ ମାଡି ବସିଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ସହ ଅମିନ ସଦାନନ୍ଦ ସାହୁ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ପରେ ତାଙ୍କ କାର୍ଯ୍ୟାଳୟ ତଥା ଉପରେ ଭିଜିଲାନ୍ସ ଟିମ୍ ଚଢାଇ କରୁଥିବାର ଖବର ଆସିଛି। 

ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ମ୍ୟୁଟେସନ କେସ ପରେ ପଟ୍ଟା ପାଇଁ ଦେବା ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଗତ ବର୍ଷ ଏହି ମ୍ୟୁଟେସନ କେସ ହୋଇଥିବା ବେଳେ ଏହାର ପଟ୍ଟା କରିବା ପାଇଁ ଅଭିଯୋଗକାରୀ ଜଣକ ଅମିନଙ୍କୁ ଅନୁରୋଧ କରିଥିଲେ। ହେଲେ ଅଭିଯୋଗକାରୀଙ୍କୁ ପଟ୍ଟା ଦେବା ବଦଳରେ ଲାଞ୍ଚ ନେବା ଆଶାରେ ଦିନ ଗଡାଇ ଚାଲିଥିଲେ। ବାରମ୍ବାର ଅଭିଯୋଗକାରୀ ତହସିଲ ଅଫିସ ଦୌଡିବା ପରେ ଅମିନ ତାଙ୍କୁ ୫୦୦୦ ଟଙ୍କାର ଲାଞ୍ଚ ମାଗିଥିଲେ। 

ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ତାଙ୍କ ଅଭିଯୋଗକ୍ରମେ ସୋମବାର ଯୋଜନା ଅନୁସାରେ ଅମିନ ସଦାନନ୍ଦ ସାହୁଙ୍କୁ ଅଭିଯୋଗକାରୀ ରସାୟନ ଲଗାଯାଇଥିବା ୫୦୦୦ ଟଙ୍କା ପ୍ରଦାନ କରିଥିଲେ। ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଚଢାଉ କରି ଉକ୍ତ ଟଙ୍କା ସହ ଅମିନଙ୍କୁ ମାଡ଼ି ବସିଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୫/୨୦୨୪ ଆଧାରରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ସ୍ଥାନରେ ଚଢାଉ କରାଯାଇଥିବା ନେଇ ଭିଜିଲାନ୍ସ ଜଣାଇଛି।