ଭିଜିଲାନ୍ସ ହାତରେ ଧରାପଡିଲେ ସହିଦ ନଗର SI
Advertisement

ଭିଜିଲାନ୍ସ ହାତରେ ଧରାପଡିଲେ ସହିଦ ନଗର SI

Crime News: ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକଟର ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା ।

ସୂଚନା ମୁତାବକ, ଡ୍ରାଇଭିଂ ଲାଇସେନ୍ସ ଫେରାଇବାକୁ ମୋଟ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏସଆଇ । ମାର୍ଚ୍ଚ ୨୧ ତାରିଖ ଦିନ ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେଇଥିଲେ ମଧ୍ୟ ଏସଆଇ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଫେରାଇ ନଥିଲେ । ଆଉ ୨ ହଜାର ଟଙ୍କା ଦେବାପାଇଁ ପ୍ରିୟବ୍ରତ ବ୍ୟକ୍ତିଜଣଙ୍କୁ କହିଥିଲେ । ତେବେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବ୍ୟକ୍ତି ।

ଅନ୍ୟପଟେ, ପ୍ରିୟବ୍ରତଙ୍କୁ ଗିରଫ କରିବା ପରେ ତାଙ୍କ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ଟିମ୍ ଚଡାଉ ଜାରି ରଖିଛି । ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ ।

Also Read- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିତ୍ତ କନକ୍ଲେଭ୍ ‘ଫିନୋମେନା-୨୦୨୪’

Also Read- ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ