Snana Yatra 2023: ସୁରୁଖୁରୁରେ ଶେଷ ହେବ ବିଶ୍ୱନିୟନ୍ତାଙ୍କ ସ୍ନାନଯାତ୍ରା, ଖୁବଶୀଘ୍ର କମିଟି ବୈଠକ
Advertisement
Article Detail0/zeeodisha/odisha1713525

Snana Yatra 2023: ସୁରୁଖୁରୁରେ ଶେଷ ହେବ ବିଶ୍ୱନିୟନ୍ତାଙ୍କ ସ୍ନାନଯାତ୍ରା, ଖୁବଶୀଘ୍ର କମିଟି ବୈଠକ

Snana Yatra 2023: ଚଳିତ ମାସ ୨୯ ରେ ବସିବ ମହାପ୍ରଭୁଙ୍କ ସ୍ନାନଯାତ୍ରା (Snana Yatra 2023) ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଜୁନ ୪ତାରିଖ ଦେବପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ରଥଖଳା ମଧ୍ୟ ବେଶ ଚଳଚଞ୍ଚଳ ରହିଛି । ରଥଯାତ୍ରା ସମୟରେ ଗର୍ଭଗୃହ ମରାମତି ଓ ସଂରକ୍ଷଣ କରାଯିବାକୁ ନେଇ ମୁଖ୍ୟ ପ୍ରଶାସକ ଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Snana Yatra 2023: ମହାପ୍ରଭୁଙ୍କ (Lord Jagannath) ରଥଯାତ୍ରା (Ratha Yatra 2023) ଓ ସ୍ନାନପୂର୍ଣ୍ଣିମା (Snana Yatra 2023)ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଗୋଟିଏ ପଟେ ରଥ ନିର୍ମାଣ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର (Sri Mandir) ଓ ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ତତ୍ପର ହୋଇଉଠିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ସହିତ ଅନ୍ଯାନ୍ଯ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଥିବା ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ଏସ ଆଇ, ଶ୍ରୀମନ୍ଦିର ବୈଷୟିକ ଟିମ ଓ ପରିଚାଳନା କମିଟି ସଦସ୍ଯଙ୍କ ସହ ହୋଇଛି ବିସ୍ତୃତ ଆଲୋଚନା। ରଥଯାତ୍ରା ଭିତରେ ଗର୍ଭଗୃହ ଯାଞ୍ଚ ଓ ସଂରକ୍ଷଣ କରିବା ନେଇ ବୈଠକରେ ହୋଇଛି ଆଲୋଚନା । ବିଶେଷକରି ରତ୍ନବେଦୀ ନିକଟରେ ଚୁନ ପ୍ଲାଷ୍ଟର ଖସିବା ସ୍ଥାନ ଓ ଜଗମୋହନରୁ ପଥର ଖସିବା ସ୍ଥାନ ଚିହ୍ନଟ ହୋଇ ମରାମତି କରାଯିବ। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ ରତ୍ନବେଦୀରେ ନଥିବାରୁ ଗର୍ଭଗୃହର ମରାମତି କାର୍ଯ୍ୟ ହୋଇଥାଏ। ଏଣୁ ଯାହା ମୁଖ୍ୟ କାର୍ଯ୍ୟ ରହିଛି ତାହାକୁ ପ୍ରାୟୋରିଟିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ରୁଟିନ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯିବ। ଗର୍ଭଗୃହରେ ମୁଷା ମାନଙ୍କ ଉପଦ୍ରବକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ମୁଷା ,ଅସରପା ନିରାକରଣ ପାଇଁ ସ୍ଥାୟୀ ପ୍ରତିକାର ବ୍ଯବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ତାସହିତ ଗତବର୍ଷ ଗର୍ଭଗୃହରେ ଚନ୍ଦନ ଅର୍ଗଳି ନିକଟରେ ଚୁନପ୍ଲାଷ୍ଟର ଖସିବା ଘଟଣାକୁ ନେଇ ଟିକନିକ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ ମେ୩୦ସୁଦ୍ଧା ପରିକ୍ରମା ପ୍ରକଳ୍ପର ବାହ୍ଯ ପ୍ରଦକ୍ଷଣ ମାର୍ଗ ଶେଷ କରିବାକୁ ସ୍ଥିର କରାଯାଇଛି। ଗୁଣ୍ଡିଚା ମନ୍ଦିର ମରାମତି କାର୍ଯ୍ୟ ମଧ୍ୟ ଜୁନ୍୪ ତାରିଖ ସୁଦ୍ଧା ଅର୍ଥାତ ସ୍ନାନଯାତ୍ରା ପୂର୍ବରୁ ଶେଷ କରାଯିବ। ମେ ୨୯ରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନିତିକାନ୍ତି ଚୁଡାନ୍ତ ମୋହର ଓ ଗର୍ଭଗୃହ ମରାମତି ନେଇ ଆଲୋଚନା କରାଯିବ।

ଏହାବି ପଢନ୍ତୁ : Jackfruit Benefits: ଏହି ଉପାୟରେ ପଣସ ଖାଇଲେ ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ!

ଏହାବି ପଢନ୍ତୁ : Bollywood: ଦୁନିଆରେ ସବୁଠୁ ଦାମୀ କାର୍ ଚଢନ୍ତି ଏହି ସବୁ ସେଲିବ୍ରେଟି

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଭଳି ଚଳିତଥର ମହାପ୍ରଭୁଙ୍କ ମହାମାନବୀୟ ଲୀଳା ଦେଵସ୍ନାନ ପୂର୍ଣ୍ଣିମା ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ବ୍ୟାପକ ପ୍ରସ୍ତୁତି  ଆରମ୍ଭ ହୋଇଛି । ଭିଡକୁ ଦୃଷ୍ଟିରେ ରଖି ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପୁରୀ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି । ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ଡ,ପୁରୀର ପ୍ରବେଶ ପଥ ଓ ସର୍ବୋପରି ସ୍ନାନବେଦୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ। ଯାତ୍ରାର ଭିଡ଼ ସମୟରେ ଆମ୍ବୁଲାନ୍ସ କରିଡର,ବେଳାଭୁମିରେ ସେକ୍ଟରାଲ ସୁରକ୍ଷା ବ୍ୟବସ୍ଥା,ନୋଳିଆ ଓ ଅଗ୍ନିଶମକୁ ନେଇ ବେଳାଭୂମି ସୁରକ୍ଷା ଉପରେ ରଖାଯାଇଛି ନଜର । ସହରରେ ଅଚଳ ସିସିଟିଭିକୁ ବି ସଚଳ କରାଯିବ କହିଛନ୍ତି ଏସ୍ପି । ଯୁବଶକ୍ତି,ମାତୃଶକ୍ତି ଓ ବିଭିନ୍ନ ଅନୁଷ୍ଠାନକୁ ଭଲୁଣ୍ଟିଆର ଭାବରେ ନେଇ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ସ୍ନାନ ପୂର୍ଣ୍ଣିମା ପୂର୍ବ ରାତ୍ରିରୁ ବିଭିନ୍ନ କଟକଣା ଲଗାଯିବ ବୋଲି ଜଣାପଡିଛି।  ଟ୍ରାଫିକ କଟକଣାକୁ ନେଇ ମଧ୍ୟ ଯୋଜନା ସାରିଛି ପୋଲିସ। ମାର୍କେଟ ଛକ ପର୍ଯ୍ୟନ୍ତ ଦୁଇଚକିଆ ଓ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଯାଇପାରିବ ଚାରିଚକିଆ ଗାଡି । ମାର୍କେଟ ଛକ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇଚକିଆ ଗାଡି ପାର୍କିଂ ରହିବ ।ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ମେଡ଼ିକାଲ ଛକରୁ ଗୁଣ୍ଡିଚା ମନ୍ଦିର ରାସ୍ତା ପାର୍ଶ୍ଵରେ ଚାରିଚକିଆ ଗୁଡିକ ପାର୍କିଂ ହେବ ।

ଦେବସ୍ନାନ ପୂର୍ଣ୍ଣିମା:

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।