Sit meeting: ନିର୍ବାଚନ ସମୟରେ ମିଳିଥିବା ସକରାତ୍ମକ ଫଳାଫଳ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରଶଂସା କରାଯିବ।
Trending Photos
କଟକ: ଆଜି କଟକରେ ବସୁଛି ଏସଆଇଟି ବୈଠକ।ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍ ପଶାୟତଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବ। ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଯୋଗ ଦେବେ। ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବି ଯୋଗ ଦେବେ। ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେବେ।
ବୈଠକରେ ମୁଖ୍ୟତଃ ନିର୍ବାଚନ ସମୟରେ ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପରେଆଲୋଚନା କରାଯିବ। ନିର୍ବାଚନ ସମୟରେ ମିଳିଥିବା ସକରାତ୍ମକ ଫଳାଫଳ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରଶଂସା କରାଯିବ। ରାଜ୍ୟରେ ସରକାର ପରିବର୍ତ୍ତନ, କଳାଧନ ଏବଂ ଟିକସ ଫାଙ୍କିବା ଭଳି ପ୍ରମୁଖ ପ୍ରସଙ୍ଗ ସହ ସିବିଡିଟି ଅଧିକାରୀଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି।