ଜଙ୍ଗଲ ମନ୍ତ୍ରୀଙ୍କ ବାସଭବନରୁ ବାହାରିଲା ସାପ
Advertisement
Article Detail0/zeeodisha/odisha2418923

ଜଙ୍ଗଲ ମନ୍ତ୍ରୀଙ୍କ ବାସଭବନରୁ ବାହାରିଲା ସାପ

Snake rescued: ଆଜି ସକାଳେ ସେଇ କ୍ୱାର୍ଟର ଭିତରେ ଥିବା କର୍ମଚାରୀମାନେ କବାଟ ଖୋଲିବା ବେଳକୁ ଏକ ବଡ଼ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇଯାଇଥିଲେ।

ଜଙ୍ଗଲ ମନ୍ତ୍ରୀଙ୍କ ବାସଭବନରୁ ବାହାରିଲା ସାପ

ଭୁବନେଶ୍ଵର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନରୁ ବାହାରିଲା ସାପ। ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବା ବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି।

ମନ୍ତ୍ରୀଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନ ଏସଜିଓ-୨ ରେ ବର୍ତ୍ତମାନ ରିନୋଭେସନ୍ କାମ ଚାଲୁ ଅଛି। ଆଜି ସକାଳେ ସେଇ କ୍ୱାର୍ଟର ଭିତରେ ଥିବା କର୍ମଚାରୀମାନେ କବାଟ ଖୋଲିବା ବେଳକୁ ଏକ ବଡ଼ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇଯାଇଥିଲେ। ସ୍ନେକ୍ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଖବର ଦିଆଯାଇଥିଲା। ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା। ଷ୍ଟାଫମାନେ ସାପଟିକୁ ଜଗି ରହିଥିଲେ। ସାଢେ଼ ୫ ଫୁଟ ଲମ୍ବର ଢମଣା ସାପଟିକୁ ଶୁଭେନ୍ଦୁ ଉଦ୍ଧାର କରି ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ସାପଟିକୁ ଛାଡ଼ି ଦିଆଯାଇଛି ବୋଲି ସୂଚନା ମିଳିଛି।