ଆଗକୁ ନିର୍ବାଚନ, ଘମାଘୋଟ ଲଢ଼େଇକୁ କେମିତି ନିୟନ୍ତ୍ରଣ କରିବେ ପ୍ରମିଳା?
Advertisement
Article Detail0/zeeodisha/odisha1882598

ଆଗକୁ ନିର୍ବାଚନ, ଘମାଘୋଟ ଲଢ଼େଇକୁ କେମିତି ନିୟନ୍ତ୍ରଣ କରିବେ ପ୍ରମିଳା?

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ପୁରୁଖା ନେତା ତଥା ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।ସାରା ଦେଶ ମହିଳାଙ୍କ ନେତୃତ୍ୱକୁ ନେଇ ଅନେକ ଆଶା ଓ ସମ୍ଭାବନା ସାଉଁଟୁଥିବା ବେଳେ ଓଡ଼ିଶା ବିଧାନସଭାର ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି  ରାଜ୍ୟ ବିଧାନସଭା ଅଧିବେଶନକୁ ଅନାଧୁନିଆ ବନ୍ଦ କରାଯାଉଥିବାର ଉଦାହରଣକୁ ପ୍ରମିଳାଙ୍କ ନତୃତ୍ୱ ରୋକ୍‍ ଲଗାଇପାରିବ କି?

ଯଦି ସବୁକିଛି ଠିକ୍‍ ଚାଲେ, ବାଚସ୍ପତି ଭାବେ ପ୍ରମିଳା ଏହି ମୌସୁମୀ ଅଧିବେଶନ ସହ ଶୀତ ଅଧିବେଶନ ଏବଂ କାମଚଳା ବଜେଟ୍‍ ଅଧିବେଶନକୁ ପରିଚାଳନା କରିବେ। ଏହାପରେ ନିର୍ବାଚନ ଆସିବ। ଅର୍ଥାତ୍‍ ଏହି ଦୁଇ ପୂର୍ଣ୍ଣକାଳୀନ ଅଧିବେଶନ ସରକାରଙ୍କ ପାଇଁ ଯେତିକି ଆହ୍ୱାନପୂର୍ଣ୍ଣ, ବିରୋଧୀ ଦଳ ପାଇଁ ମଧ୍‍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷେ ବାଚସ୍ପତି ଭାବେ ପ୍ରମିଳା ଦଳମତ ନିର୍ବିଶେଷରେ ଉର୍ଦ୍ଧ୍ୱକୁ ଉଠି  ବିରୋଧୀଙ୍କୁ ସମାନ ସୁଯୋଗ ଦେବା ପାଇଁ ଯେଉଁ ପ୍ରତିବଦ୍ଧତା ଆଜି ସ୍ୱୀକାର କରିଛନ୍ତି ତାହାକୁ ରକ୍ଷା କରିପାରିବେ କି?

ବିଧାନସଭାର ଇତିହାସକୁ ଯଦି ଆମେ ଦଖିବା, ତେବେ ନବୀନ ସରକାରଙ୍କ ପଞ୍ଚମ ପାଳିରେ କୌଣସି ବର୍ଷ ମଧ୍ୟ ବିଧଳାନସଭାର ଅଧିବେଶନ ୬୦ ଦିନ ପହଞ୍ଚିପାରିନାହିଁ। ଏପରିକି ୪୦ ଦିନ ବି ଛୁଇନି। ୨୦୧୯ ମସିହାରେ ସରକାରକୁ ଆସିବା ପରେ ଦୁଇଟି ଅଧିବେଶନ ଡକା ଯାଇଥିଲା। ସେ ବର୍ଷ ସମୁଦାୟ ୩୭ ଦିନ ବିଧାନସଭା ବସିଥିଲା। ଏହାଥିଲା କୌଣସି ବର୍ଷର ଅଧିବେଶନଠାରୁ ସର୍ବାଧିକ ସମୟ ବସିଥିବା ସମୟସୀମା।

୨୦୨୦ ବର୍ଷରେ ୨୭ ଦିନ, ୨୦୨୧ ଓ ୨୦୨୨ ବର୍ଷରେ ୩୫ ଦିନ ଲେଖାଏଁ ବିଧାନସଭା ଅଧିବେଶନ ଆଲୋଚନା ପାଇଁ ବସିଥିବା ବେଳେ ୨୦୨୩ରେ ଆାଜି ଯାଏ ୨୨ ଦିନ ଅଧିବେଶନ ବସିଛି। ଯଦି ତ୍ରୟଦଶ ବିଧାନସଭାର ଅଧିବେଶନ ନିର୍ଦ୍ଧାରିତ ୮ ଦିନ ବସେ ତେବେ ଅଧିବେଶନ ଦିବସ ସଂଖ୍ୟା ଏବର୍ଷ ୩୦କୁ ପହଞ୍ଚିବ। ଅବଶ୍ୟ ଏ ବର୍ଷ ଆହୁରି ଏକ ଶୀତକାଳୀନ ଅଧିବେଶନ ବାକି ରହିଛି।

୨୦୨୦ ମସିହାରେ ବିଧାନସଭା ଅଧିବେଶନ ୩୦ ଦିନ ପୂର୍ବରୁ ଅଚାନକ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଡିସେମ୍ବର ୩୧ ଯାଏ ସ୍ଥିର ହୋଇଥିବା ବିଧାନସଭାର ଅଧିବେଶନ ନଭାମ୍ବର ୩୦ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

୨୦୨୧ ମସିହାରେ ବଜେଟ୍‍ ଅଧିବେଶନକୁ ମଧ୍ୟ ୫ ଦିନ ପୂର୍ବରୁ ମୁଲତବୀ ଘୋଷଣା କରାଯାଇଥିଲା। ୨୦୨୨ ରେ ଶୀତ ଅଧିବେଶନକୁ ୨୫ ଦିନ ପୂର୍ବରୁ ମୁଲତବୀ କରାଯାଇଥିଲେ।

ଚଳିତ ବର୍ଷ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍‍ ଅଧିବେଶନକୁ ଦୁଇଟି ଭାବରେ ବିଭକ୍ତ କରାଯାଇ ଏପ୍ରିଲ୍‍ ୬ ତାରିଖ ଯାଏ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ବିନା କୌଣସି କାରଣରେ ନିର୍ଦ୍ଧାରିତ ସମୟପୂର୍ବରୁ ବିଧାନସଭାକୁ ମୁଲତବୀ କରାଯାଇଥିଲା।

ଖାଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଳତବୀ ନୁହେଁ, ବିଧାନସଭାରେ ହଟ୍ଟଗୋଳ ହେତୁ ଅନେକ ସମୟରେ ମୁଲତବୀ କରାଯାଇଛି। ଅପରପକ୍ଷେ ଏବେ ନିର୍ବାଚନ ଋତୁ ଆସିଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳ ଭିତରେ ଘମାଘୋଟ ରାଜନୀତିକ ଚର୍ଚ୍ଚାକୁ ଅପେକ୍ଷା କରାଯାଉଛି। ଏପରି ପରିସ୍ଥିତିରେ ହଟ୍ଟଗୋଳ ହେବା ସ୍ୱଭାବିକ। ଏଣୁ ନୂଆ ବାଚସ୍ପତି ଏଭଳି ପରିସ୍ଥିତିର କିପରି ନିୟନ୍ତ୍ରଣ କରିବେ ତାହାକୁ ଅପେକ୍ଷା।

Also read: ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନେଲେ ଦାୟିତ୍ୱ