Sri Jagannath Ratna Bhandara: ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ବାହାର ରତ୍ନ ହେଲା ସ୍ଥାନାନ୍ତରଣ, ଭଣ୍ଡାର ଭିତରକୁ ଯାଇପାରିଲେନି ଟିମ୍‍
Advertisement
Article Detail0/zeeodisha/odisha2335864

Sri Jagannath Ratna Bhandara: ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ବାହାର ରତ୍ନ ହେଲା ସ୍ଥାନାନ୍ତରଣ, ଭଣ୍ଡାର ଭିତରକୁ ଯାଇପାରିଲେନି ଟିମ୍‍

ଭିତର ରତ୍ନ ଭଣ୍ଡାରକୁ ୨୦୧୮ ମସିହାରେ ଖୋଲିବା ଲାଗି ଚେଷ୍ଟା କରାଯାଇଥିଲା। ହେଲେ ତାହା ସଫଳ ହୋଇ ନଥିଲା। ଚାବି ନଥିବାରୁ ପ୍ରତିନିଧି ଦଳ ଫେରି ଯାଇଥିଲେ। ଆଜି ୬ ବର୍ଷ ପରେ ଏହି ତାଲାଗୁଡ଼ିକୁ ଚାବି ଅଭାବରୁ ଭାଙ୍ଗି ଦିଆଯାଇଛି। ଚାବି ଭାଙ୍ଗିବା ପରେ ସେଠାରେ ତିନୋଟି ନୂଆ ତାଲା ପକାଯାଇଛି। ଚାବିଗୁଡ଼ିକୁ ଜିଲ୍ଲା କୋଷାଗାରକୁ ପ୍ରଦାନ କରାଯାଇଥିବା ଶ୍ରୀ ପାଢ଼ୀ କହିଛନ୍ତି।

Sri Jagannath Ratna Bhandara: ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ:  ବାହାର ରତ୍ନ ହେଲା ସ୍ଥାନାନ୍ତରଣ,  ଭଣ୍ଡାର ଭିତରକୁ ଯାଇପାରିଲେନି ଟିମ୍‍

Sri Jagannath Ratna Bhandara: ଭୁବନେଶ୍ୱର: ୪୬ ବର୍ଷ ପରେ ଆଜି ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ଓ ଉଚ୍ଚ କ୍ଷମତାପନ୍ନ କମିଟି ଆଜି ତାଲା ଭାଙ୍ଗିଥିଲେ ମଧ୍ୟ ଭିତରକୁ ପ୍ରବେଶ କରି ନାହାନ୍ତି। ଆଜି ସମୟ ନଥିବାରୁ ଆଉ କେବେ ଏଥିପାଇଁ ସମୟ କଢ଼ାଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ। 

ଅନେକ ବାଦ ବିବାଦ ପରେ ଆଜି ବିଜେପି ସରକାରଙ୍କ ପକ୍ଷରୁ ଦ୍ୱିତୀୟ  ରତ୍ନ ଭଣ୍ଡାରକୁ ଖୋଲିବା ଲାଗି ପ୍ରୟାସ ହୋଇଥିଲା। ଏଥିଲାଗି ଆବଶ୍ୟକ ବିଶେଷଜ୍ଞ ଏକ କମିଟିର ଏକ ୧୧ ଜଣିଆ ପ୍ରତିନିଧି ଦଳ ଭିତରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ପରି ଏହି ଦଳର ସଦସ୍ୟମାନେ ପରିଧାନ କରିଥିଲେ। ଶ୍ରୀ ଲୋକନାଥଙ୍କଠାରୁ ଆଜ୍ଞାମାଳ, ମହାଲକ୍ଷ୍ମୀ ଏବଂ ବିମଳାଙ୍କଠାରୁ ଆଶୀର୍ବାଦ ଆଣିବା ପରେ ବାହାର ରତ୍ନ ଭଣ୍ଡାରକୁ ଅପରାହ୍ଣ ୧ଟା ୨୮ ମିନିଟ ସମୟରେ ଖୋଲାଯାଇଥିଲା। ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ନିଆଯାଇଥିଲା।
 
ଏହାପରେ ଭିତର ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଧାରିତ ୧୨ ଜଣିଆ କମିଟି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତିନୋଟି ଯାକ ତାଲାକୁ ଖୋଲିବାକୁ ଉଦ୍ୟମ କରିଥିଲେ। ଜିଲ୍ଲା କୋଷାଗାରରୁ ଆସିଥିବା ଚାବିରେ ଏହି ତାଲାଗୁଡ଼ିକ ଖୋଲି ନଥିବାରୁ ତାଲା କଟାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ତାଲା କଟା ଗଲା ପରେ ଲୁହା ଗେଟ ଦେଇ ଭିତର ରତ୍ନ ଭଣ୍ଡାରକୁ ପ ସମସ୍ତ ସଦସ୍ୟ ପ୍ରବେଶ କରିଥିଲେ। ‘ଆମେ ଆଲମିରା ଏବଂ ସିନ୍ଦୁକ ଭିତରେ ରତ୍ନ ଓ ଅଳଙ୍କାର ଥିବା ଦେଖିଲୁ। କିନ୍ତୁ ସମୟ ଅଭାବରୁ କୌଣସି ଅଳଙ୍କାରକୁ ସ୍ଥାନାନ୍ତରଣ କରି ନାହୁଁ। ଯେହେତୁ ଏହା ଏକ ସମୟସାପେକ୍ଷ କାର୍ଯ୍ୟ ଏବଂ ଅଧା ରତ୍ନକୁ ସ୍ଥାନାନ୍ତର କରିବା ମାର୍ଗଦର୍ଶିକାରେ ଉଲ୍ଲେଖ ନାହିଁ ଏଣୁ ଆମେ ଆଉଏକ ଦିନକୁ ଏଥିପାଇଁ ସ୍ଥିର କରିବୁ’ ବୋଲି କହିଛନ୍ତି ଶ୍ରୀ ପାଢ଼ୀ। 

ଏ ବାବଦରେ ବିସ୍ତୃତ ବିବରଣୀ ଗଣମାଧ୍ୟମକୁ ପରେ ଜଣାଇଦିଆଯିବ ବୋଲି କହିବା ସହ ଶ୍ରୀ ପାଢ଼ୀ କହିଛନ୍ତି ଯେ, ବାହୁଡ଼ା ଓ ସୁନାବେଶ ପରେ ଏକ ଦିନ ପୁଣିଥରେ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରିବାକୁ ଉଦ୍ୟମ କରାଯିବ। ଏବେ ଶ୍ରୀମନ୍ଦିର ପରିସରରେ ଥିବା ଚାଙ୍ଗଡ଼ା ଘର ଏବଂ ଫୁଲଘରେ ବାହାର ରତ୍ନ ରଖିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ଭିତର ରତ୍ନ ଏବଂ ଅଳଙ୍କାର ରଖିବା ଲାଗି ଖଟଶେଜ ଘରେ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ରତ୍ନ ଏବଂ ଅଳଙ୍କାର ରଖିବା ଲାଗି ନୂଆ ସିନ୍ଦୁକ ଅଣାଯାଇଛି। 