Srigundicha Temple: ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ, ଶ୍ରୀକୃଷ୍ଣଙ୍କ ୬୪କଳାରେ ଝଲସିବ ମନ୍ଦିର
Advertisement
Article Detail0/zeeodisha/odisha1962422

Srigundicha Temple: ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ, ଶ୍ରୀକୃଷ୍ଣଙ୍କ ୬୪କଳାରେ ଝଲସିବ ମନ୍ଦିର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ। ଚିତ୍ରକଳାରେ ଝଲସିବ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର। ମନ୍ଦିର ଭିତର ପାଚେରୀରେ ଶୋଭାପାଇବ ଶ୍ରୀକୃଷ୍ଣଙ୍କ ୬୪କଳା। ଆନନ୍ଦବଜାର ଓ ରୋଷଶାଳାର ବିକାଶ କରାଯିବ। ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନର ପ୍ରଶସ୍ତ ଜାଗା ବାହାର କରାଯିବ। ଏଥିସହ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ

Srigundicha Temple: ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ, ଶ୍ରୀକୃଷ୍ଣଙ୍କ ୬୪କଳାରେ ଝଲସିବ ମନ୍ଦିର

Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ଉନ୍ନତିକରଣ। ଚିତ୍ରକଳାରେ ଝଲସିବ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର। ମନ୍ଦିର ଭିତର ପାଚେରୀରେ ଶୋଭାପାଇବ ଶ୍ରୀକୃଷ୍ଣଙ୍କ ୬୪କଳା। ଆନନ୍ଦବଜାର ଓ ରୋଷଶାଳାର ବିକାଶ କରାଯିବ। ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନର ପ୍ରଶସ୍ତ ଜାଗା ବାହାର କରାଯିବ। ଏଥିସହ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଭିତର ପାର୍ଶ୍ବକୁ ଲାଗି ଏକ ପ୍ରବଚନ ମଣ୍ଡପ ହେବ। ଏହାକୁ ଲାଗି ଏକ ସୁନ୍ଦର ବଗିଚା ବି ରହିବ। ଶ୍ରୀଗୁଣ୍ଡିଚା ଉନ୍ନତିକରଣ ଉପରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ୭ ଦିନ ଭିତରେ ଏକ ତଦାରଖ କମିଟି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଆବଶ୍ୟକ ଅନୁଧ୍ୟାନ ପରେ ଡିସେମ୍ବରରୁ ଉନ୍ନତିକରଣ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରର ପ୍ରଶସ୍ତି କରଣ କରାଯିବା ସହ ଆନନ୍ଦବଜାର ଦୁଇ ମହଲା ହେବ। ଏହି କାମ ସରିବା ପରେ ଆଗାମୀ ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ନାକଚଣା ଦ୍ୱାର ପ୍ରଶସ୍ତ ହେବା ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଅବଗତ ନ ଥିବା ବେଳେ ବିନା ଆଲୋଚନାରେ କିଭଳି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ତାହାକୁ ନେଇ ବିବାଦ ସୃଷ୍ଟି କରିଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ରାଜ୍ଯ ସରକାରଙ୍କ ଫୋକସରେ ଶ୍ରୀଗୁଣ୍ଡିଚା ମନ୍ଦିର । ଆଉ ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ।ଖାଲି ସେତିକି ନୁହେଁ ସମ୍ପ୍ରସାରଣ ହେବ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ।ନାକଚଣା ଦ୍ବାର ସଂକୁଚିତ ଥିବାରୁ ମହାପ୍ରଭୁ ପହଣ୍ଡିରେ ଆସିବା ବେଳେ ଅସୁବିଧା ହେଉଥିବାରୁ ଏହାକୁ ପ୍ରଶସ୍ତ କରାଯିବାକୁ ଯୋଜନା କରାଯାଇଛି।

ତା ସହିତ ଆକର୍ଷଣୀୟ ଚିତ୍ରକଳାରେ ଝଲସିବ ମନ୍ଦିର ପରିସର। ଶ୍ରୀଗୁଣ୍ଡିଚା ଭିତରପାର୍ୱ୍ର ପାଚେରୀରେ ଶୋଭାପାଇବ ଶ୍ରୀକୃଷ୍ଣଙ୍କ ୬୪କଳା। ଏଥିସହିତ ରଘୁରାଜପୁରର ପଟ୍ଟଚିତ୍ର ଭଳି ମହାପ୍ରଭୁଙ୍କ ଲିଳାଖେଳାର ପଟ୍ଟଚିତ୍ର ସ୍ଥାନ ପାଇବ। ଅନେକ ଚିତ୍ରକଳାରେ ଆକର୍ଷଣୀୟ ହୋଇଉଠିବ ମହାପ୍ରଭୁଙ୍କ ଜନ୍ମସ୍ଥାନ। ଏଥିସହିତ ଶ୍ରୀଗୁଣ୍ଡିଚା ମନ୍ଦିରର ଷ୍ଟ୍ରକ୍ଚୁରାଲ ସେପ୍ ବଦଳିବ। ପହଣ୍ଡି ସ୍ଥାନକୁ ପ୍ରଶସ୍ତ କରାଯିବ। ରୋଷଘର ଭାଙ୍ଗି ପକ୍କାଘର ଯୋଜନା କରାଯାଇଛି। ରୋଷଘରକୁ ଆଧୁନିକ ଶୈଳୀରେ ନିର୍ମାଣ କରାଯିବ। ରୋଷଘର ଧୂଆଁରୁ ରକ୍ଷା ପାଇଁ ଏହାର ଛାତକୁ ୭ ଫୁଟ ଉଚ୍ଚା କରାଯିବ। ତୁଣ ଘର(ପରିବା କଟା ଘର), ବଲ୍ଲଭ ଘରର ଆକାର ବଡ଼ ହେବ। ଆନନ୍ଦବଜାର ଜାଗାରେ ଦୁଇ ମହଲା ଘର ତିଆରି ହେବ। ତଳେ ମହାପ୍ରସାଦ ବିକ୍ରି ହେବ। ଉପରେ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ। ସେହିଭଳି ରୋଷଘର କାମ ସାରି ଯେଉଁ ଜାଗାରେ ସୁଆର ମହାସୁଆରମାନେ ବିଶ୍ରାମ ନେଉଛନ୍ତି, ସେ ଜାଗାରେ ପକ୍କା ଘର ତିଆରି ହେବ। ରୋଷ ଭିତର ଡ୍ରେନେଜର ସୁବ୍ୟବସ୍ଥା କରାଯିବ ଓ ପାଣି ନିଷ୍କାସନର ବାଟ ତିଆରି ହେବ। ସିଂହଦ୍ବାର ପ୍ରବେଶ ପରେ ଭିତର ବାମପାର୍ଶ୍ବକୁ ପ୍ରବଚନ ମଣ୍ଡପ ହେବ। ଏଠାରେ ଭକ୍ତଙ୍କ ପାଇଁ ପ୍ରବଚନ କାର୍ଯ୍ୟକ୍ରମ ହେବ ବୋଲି ଏକ ବୈଠକରେ ନିସ୍ପତ୍ତି ହୋଇଛି। ଏହି କାର୍ଯ୍ୟ ସରିବା ପରେ ଆଗାମୀ ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପ୍ରଶସ୍ତି କରଣ ନେଇ ନିସ୍ପତ୍ତି ହୋଇଛି। ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯଙ୍କୁ ଏ ବାବଦରେ ଅବଗତ କରାଇନି ଶ୍ରୀମନ୍ଦିର ପ୍ରଶାସନ । ତେଣୁ କିଭଳି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଏକଚାଟିଆ ନିଷ୍ପତି ନେଲେ ତାହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ । ଯାହାକୁ ନେଇ କେବଳ ସେବାୟତ ନୁହଁନ୍ତି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କରିଥିଲେ। ସେହି ସମୟରେ ସିଂହଦ୍ଵାର ଓ ନାକଚଣା ଦ୍ୱାର ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ।କେଉଁ ଆବାହନ କାଳରୁ ଏହି ଦ୍ୱାର ଦେଇ ମହାପ୍ରଭୁ ଜନ୍ମବେଦୀରୁ ପହଣ୍ଡି ହୋଇ ରଥକୁ ବିଜେ କରନ୍ତି। ହେଲେ କେବେ ପହଣ୍ଡିରେ ସମସ୍ଯା ହୋଇନାହିଁ। ତେବେ ଯଦି ନାକଚଣା ଦ୍ୱାର ପ୍ରଶସ୍ତି କରଣ ହୁଏ ତେବେ ଗୁମୁଟର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ଓପରିଚାଳନା କମିଟି ସଦସ୍ଯ। ତେବେ ନାକଚଣା ଦ୍ୱାର ପ୍ରଶସ୍ତ ହେବା ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଅବଗତ ନ ଥିବା ବେଳେ ବିନା ଆଲୋଚନାରେ କିଭଳି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ତାହାକୁ ନେଇ ବିବାଦ ସୃଷ୍ଟି କରିଛି।ତେଣୁ ଏହି ନିଷ୍ପତି ଉପରେ ପୁନଃବିଚାର କରିବା ସହ ଛତିଶା ନିଯୋଗ ବୈଠକରେ ଆଲୋଚନା ଓ ବୁଦ୍ଧିଜିବୀଙ୍କ ମତାମତ ବିନା କରାଗଲେ ଘୋର ବିରୋଧ ହେବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ ଦୁର୍ଗାଦାସ ମହାପାତ୍ର , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ଓ ରାମଚନ୍ଦ୍ର ଦାସମହାପାତ୍ର, ବରିଷ୍ଠ ସେବାୟତ।ନାକଚଣା ଦ୍ୱାର କାହିଁ କେଉଁ ଅମଳରୁ ନିର୍ମାଣ ହୋଇଛି । ହେଲେ ସେତେବେଳେ କୌଣସି ସମସ୍ଯା ନ ଥିବା ବେଳେ ଏବେ କାହା ସ୍ୱାର୍ଥରେ ତାହାକୁ ପ୍ରଶସ୍ତୀକରଣ ନାଁ ରେ ଭଙ୍ଗାଯିବ । ଆଉ ନାକଚଣା ଦ୍ୱାର ପ୍ରଶସ୍ତି କରଣ ନେଇ ହୋଇଥିବା ନିସ୍ପତ୍ତି ଉପରେ କି ନିସ୍ପତ୍ତି ନେବ ଶ୍ରୀମନ୍ଦିର ପରିଚାଳନା କମିଟି ତାହାକୁ ଅପେକ୍ଷା।