Srimandir New Panji: ଶ୍ରୀମନ୍ଦିରରେ ନୂଆ ପାଞ୍ଜି,ଜାଣନ୍ତୁ କେମିତି ପାଳନ ହେବ ଏ ବର୍ଷର ରୀତିନୀତି
Advertisement

Srimandir New Panji: ଶ୍ରୀମନ୍ଦିରରେ ନୂଆ ପାଞ୍ଜି,ଜାଣନ୍ତୁ କେମିତି ପାଳନ ହେବ ଏ ବର୍ଷର ରୀତିନୀତି

Srimandir New Panji: ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଶ୍ରୀମନ୍ଦିର ଚାରି ଦ୍ବାରରେ ଥିବା ପ୍ରଭୁ ହନୁମାନଙ୍କ ନିକଟକୁ ଯାଇଥାଏ । ସେଠାର ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥାଏ । 

Srimandir New Panji: ଶ୍ରୀମନ୍ଦିରରେ ନୂଆ ପାଞ୍ଜି,ଜାଣନ୍ତୁ କେମିତି ପାଳନ ହେବ ଏ ବର୍ଷର ରୀତିନୀତି

Srimandir New Panji: ରବିବାର ସରିଛି ଓଡ଼ିଆ ନବବର୍ଷ। ତେବେ ପ୍ରବଳ ଖରା ସତ୍ତ୍ୱେ ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଶ୍ରୀମନ୍ଦିର ଚାରି ଦ୍ବାରରେ ଥିବା ପ୍ରଭୁ ହନୁମାନଙ୍କ ନିକଟକୁ ଯାଇଥାଏ । ସେଠାର ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥାଏ । ଏହି ପବିତ୍ର ଦିବସରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ରହିଥିବାରୁ ଯାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।ତେବେ ଏହିଦିନ ଠାରୁ ନୂତନ‌ ପଞ୍ଜିକା ମଧ୍ୟ ପ୍ରଚଳିତ ହୋଇଥାଏ ।

ଶ୍ରୀମନ୍ଦିର ନୀତିକାନ୍ତି, ଯାନିଯାତ୍ରା, ବିବାହ, ବ୍ରତଘର ସବୁକିଛି ଏହି ପାଞ୍ଜି ଅନୁଯାୟୀ କରାଯାଇଥାଏ । ତେବେ ଏହି ନୂତନ ପାଞ୍ଜିରେ ଆଗାମୀ ପର୍ବପର୍ବାଣି ନେଇ ତିଥି, ନକ୍ଷେତ୍ର ଧାର୍ଯ୍ୟ କରାଯାଇଥିଲେ ମଧ୍ଯ ଏହାକୁ ନେଇ ଦ୍ବନ୍ଦ ଉପୁଜିଛି । କାରଣ ଚଳିତ ବର୍ଷ ଗୋଟିଏ ଦିନରେ ପଡୁଛି ଶ୍ରୀଜୀଉଙ୍କ ନେତ୍ରାତ୍ସବ, ନବଯୌବନ ଦର୍ଶନ ଓ ପବିତ୍ର ଶ୍ରୀଗୁଣ୍ତିଚା ଯାତ୍ରା । ତେବେ କୁହାଯାଉଛି ଯେ, ଏହି ବର୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ।

ଗତ ଫେବୃୟାରୀରେ ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ ବସିଥିଲା । ଏହି ବୈଠକରେ ଆଲୋଚନା ପରେ ଚଳିତ ବର୍ଷ ଶ୍ରୀମନ୍ଦିର ନୀତିକାନ୍ତି ନେଇ ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଅନୁଯାୟୀ, ଚଳିତ ବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି । ଏହାସହ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ତିଚା ଯାତ୍ରା ଗୋଟିଏ ଦିନରେ ପଡୁଛି । ଶ୍ରୀଗୁଣ୍ତିଚା ଯାତ୍ରା ପୂର୍ବ ରାତ୍ରିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତିକାନ୍ତି ଯୋଗୁଁ ନବଯୌବନ ଦର୍ଶନ ବନ୍ଦ ରହିବା ନେଇ ସମ୍ଭାବନା ରହିଛି ।

Also Read- Weather Update: ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଭିତରେ ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ତା ସାମନ୍ତଙ୍କ କହିଛନ୍ତି, ଚଳିତବର୍ଷ ଜୁଲାଇ ୭ରେ ରଥଯାତ୍ରା ସହ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଛି । ତେବେ କ୍ଷୟ ପଡୁଥିବାରୁ ଅଣସର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅନୁଷ୍ଠିତ ହେବ । ଠାକୁର ନବଯୌବନ ହେବେ ସତ, କିନ୍ତୁ ଦର୍ଶନ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏଥର ଏହି ନବଦିନାତ୍ମକ ଗ୍ରୀଗୁଣ୍ତିଚା ଯାତ୍ରା ବି ୯ ଦିନରେ ଶେଷ ହେବ । ନବମ ଦିନରେ ଶ୍ରୀ ବିଗ୍ରହ ରଥାରୂଢ ହୋଇ ବାହୁଡ଼ାଯାତ୍ରା କରିବେ । ସେହିଦିନ ଶ୍ରୀବିଗ୍ରହ ରଥରେ ରହିବା ପରେ ସୁନାବେଶ ଓ ଅଧରନୀତି ହୋଇ ଶ୍ରୀମନ୍ଦିରକୁ ଫେରିବେ । ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିର ମାସରେ ପଞ୍ଚୁକ ବି ୪ ଦିନ ପାଳନ ହେବ ।

ପ୍ରତିବର୍ଷ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ-ନୃସିଂହ ବେଶ ହୋଇଥାଏ । ଏହାପରେ ପୂର୍ଣ୍ଣିମାରେ ସୁନାବେଶ ହୁଏ। ଏଥର କିନ୍ତୁ ଲକ୍ଷ୍ମୀ-ନୃସିଂହ ବେଶ ଦିନ ସୁନାବେଶ ଅନୁଷ୍ଠିତ ହେବ । ପ୍ରକାଶ ଥାଉ କି, ୧୯୫୯ ମସିହା ଓ ୧୯୭୧-୭୨ ମସିହା ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଏହି ନୀତିକାନ୍ତି କରାଯାଉଛି । ମୁକ୍ତି ମଣ୍ତପ ପଣ୍ତିତ ସଭାରେ ପାଣ୍ତୁଲିପି ଓ ହାତଗଣତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।