Srimandir Ratna Bhandar: ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଆକଳନ କମିଟି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ
Advertisement
Article Detail0/zeeodisha/odisha2150403

Srimandir Ratna Bhandar: ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଆକଳନ କମିଟି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ

Srimandir Ratna Bhandar Endoscopy: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଆକଳନ ରାଜ୍ୟ ସରକାର ଗଠନ କରିଥିଲେ ଉଚ୍ଚସ୍ତରୀୟ କମିଟି। ଯାହାର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବେ ଆୟୋଜିତ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

 Srimandir Ratna Bhandar: ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଆକଳନ କମିଟି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ

Srimandir Ratna Bhandar Inventory: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନ ଅଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ତଥା ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ଚୁଡାନ୍ତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି। ସେପଟେ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। କାରଣ ନଥାଇ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ। ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ତାଙ୍କ ଅଳଙ୍କାର ପିନ୍ଧିବେ। ସେପଟେ ବର୍ଷାପାଣି ପଡି ସବୁ ନଷ୍ଟ ହୋଇଗଲାଣି ବୋଲି କହିଛନ୍ତି ବାଡଗ୍ରାହୀ। 

କିଏ କହୁଛି ରତ୍ନଭଣ୍ଡାରରେ ଆଉ କିଛି ନାହିଁ। ସବୁ କିଛି ଲୁଟପାଟ ହୋଇଯାଇଛି। ଆଉ କିଏ କହୁଛି ରାଜା ଯୁଦ୍ଧରେ ବିଜୟ ମୁକୁଟ ପିନ୍ଧି ଆଣିଥିବା ୩୪ ରତ୍ନମୁକୁଟ ରତ୍ନଭଣ୍ଡାରରେ ରହିଛି। ଆଉ କିଏ କହୁଛି ମହାପ୍ରଭୁଙ୍କ ରଘୁନାଥ ବେଶର ମହଣମହଣ ସ୍ୱର୍ଣ୍ଣାଳଙ୍କାର ଭିତର ରତ୍ନ ଭଣ୍ଡାରରେ ଗଚ୍ଛିତ ରହିଛି। ଏହି ରହସ୍ୟମୟ ସତ୍ଯକୁ ଅପେକ୍ଷା କରିଛନ୍ତି ଜଗନ୍ନାଥ ପ୍ରେମୀ। ସେପଟେ ରତ୍ନଭଣ୍ଡାରକୁ ଖୋଲିବାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ରଥଯାତ୍ରା ସମୟରେ ରତ୍ନ ଅଳଙ୍କାରର ଆକଳନ ସମ୍ଭବ ନୁହେଁ। ୧୯୭୮ ମସିହାରେ ୨ ମାସ ୧୦ ଦିନ ଲାଗିଥିବା ବେଳେ ଏବେ ମାତ୍ର ୯ ଦିନରେ କିଭଳି ସମ୍ଭବ ରତ୍ନଭଣ୍ଡାରର ଗଣତି ଏବଂ ମଣତି ବୋଲି ପ୍ରଶ୍ନ କରିଛନ୍ତି। ରତ୍ନଭଣ୍ଡାର ଅଳଙ୍କାର ଗଣତି ସାଙ୍ଗକୁ ପ୍ରତ୍ୟେକ ଅଳଙ୍କାରର ଓଜନ ମାପ କରାଯାଏ। 

ଶେଷ ଥର ୧୯୭୮ ମସିହା ମେ ୧୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ହିସାବ କରାଯାଇଥିଲା। ସେହି ବର୍ଷ ମେ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣତି ଜୁଲାଇ ୨୩ ତାରିଖରେ ଶେଷ ହୋଇଥିଲା। ଅର୍ଥାତ ରତ୍ନାଳଙ୍କାରର ଗଣତି ଏବଂ ମଣତି ପାଇଁ  ୨ ମାସ ୧୦ ଦିନ ସମୟ ଲାଗିଥିଲା। ହେଲେ ମାତ୍ର ୯ ଦିନରେ ଏହା କିଭଳି ସମ୍ଭବ ବୋଲି ସେବାୟତ ମହଲରେ ଉଦବେଗ ପ୍ରକାଶ ପାଇଛି। 

ସେପଟେ ରତ୍ନଭଣ୍ଡାରର ସ୍ଥିତି ଏବଂ ରତ୍ନ ଅଳଙ୍କାରର ଗଣତି ପାଇଁ ବୈଷୟିକ ପଦ୍ଧତି ତଥା ଏଣ୍ଡୋସ୍କୋପି ମାଧ୍ୟମରେ କରିବାକୁ ନିସ୍ପତ୍ତି ନେଇଛନ୍ତି। ହେଲେ ଏଣ୍ଡୋସ୍କୋପି ମାଧ୍ୟମରେ ହେଲେ ମଧ୍ୟ ମାତ୍ର ୯ ଦିନ ମଧ୍ୟରେ ସବୁ କାର୍ଯ୍ଯ କରାଯିବା ସମ୍ଭବ ନୁହେଁ। ସେପଟେ ରତ୍ନ ଅଳଙ୍କାରର ଆକଳନ କମିଟି ଅଧ୍ଯକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଉପରେ ସମସ୍ତଙ୍କ ଆସ୍ଥା ଏବଂ ବିଶ୍ୱାସ ରହିଛି। କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ୧୯୭୮ ମସିହା ରତ୍ନ ଅଳଙ୍କାର ରିପୋର୍ଟ ମିଳିନାହିଁ। ଖାଲି ସେତିକି ନୁହେଁ ୧୯୫୦ ମସିହା ପୂର୍ବରୁ ଇଂରେଜ ଶାସନ ସମୟରେ ୩ ଥର ହୋଇଥିବା ଆକଳନ ରିପୋର୍ଟ ୧୯୭୮ ମସିହା ରିପୋର୍ଟ ସହ ମେଳ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ ତଥା ପୁରୀବାସୀ। 

ଭିତର ରତ୍ନଭଣ୍ଡାରରେ ବହୁ ଭଙ୍ଗା ଅଳଙ୍କାର ରହିଛି। ସୁନା-ରୁପା ମୁଦ୍ରା ସହ ବିଭିନ୍ନ ମୁଲ୍ଯବାନ ପଥର ରହିଛି। ଭିତର ରତ୍ନଭଣ୍ଡାର ଅପେକ୍ଷା ବାହାର ରତ୍ନଭଣ୍ଡାରରେ ସବୁଠୁ ଅଧିକ ଅଳଙ୍କାର ରହିଛି। ଏଣୁ ଭିତର ରତ୍ନଭଣ୍ଡାର ହିସାବ ପୂର୍ବରୁ ବାହାର ରତ୍ନଭଣ୍ଡାର ଅଳଙ୍କାର ହିସାବ କରାଯାଉ। ଯଦି ଏବେ ଠାରୁ ଏହାର ହିସାବ କରାନଯାଏ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ସମ୍ପୂର୍ଣ ରତ୍ନଭଣ୍ଡାର ଅଳଙ୍କାର ହିସାବ ଅସମ୍ଭବ। ଏଣୁ ଏବେ ବାହାର ରତ୍ନଭଣ୍ଡାରରେ ଯାହା ଅଳଙ୍କାର ରହିଛି ତାହାକୁ ତାଲିକାଭୂକ୍ତ କରାଯାଉ। ଯାହା ଫଳରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଅଳଙ୍କାର ହିସାବ ସହଜ ହେବ। ସମୟ ଭିତରେ ଶେଷ ହୋଇଯିବ ବୋଲି ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ ଏବଂ ବୁଦ୍ଧିଜୀବୀ।