Odisha News: ଆଜି କ୍ୟାବିନେଟ: ଆୟୁଷ୍ମାନ ଭାରତକୁ ମିଳିପାରେ ମୋହର
Advertisement
Article Detail0/zeeodisha/odisha2426143

Odisha News: ଆଜି କ୍ୟାବିନେଟ: ଆୟୁଷ୍ମାନ ଭାରତକୁ ମିଳିପାରେ ମୋହର

Odisha News(ଭୁବନେଶ୍ୱର) : କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ସୁରୁଖୁରୁରେ ଲାଗୁ କରିବା ଲାଗି ପ୍ରତିଶୃତି ଦେଇଥିବା ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ରାଜ୍ୟରେ ଆଜି ଆୟୁଷ୍ମାନ ଭାରତ ଲାଗୁ ବିଷୟରେ ଘୋଷଣା କରିପାରନ୍ତି। 

Odisha News: ଆଜି କ୍ୟାବିନେଟ: ଆୟୁଷ୍ମାନ ଭାରତକୁ ମିଳିପାରେ ମୋହର
Odisha News(ଭୁବନେଶ୍ୱର) : କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟରେ ସୁରୁଖୁରୁରେ ଲାଗୁ କରିବା ଲାଗି ପ୍ରତିଶୃତି ଦେଇଥିବା ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ରାଜ୍ୟରେ ଆଜି ଆୟୁଷ୍ମାନ ଭାରତ ଲାଗୁ ବିଷୟରେ ଘୋଷଣା କରିପାରନ୍ତି। ସାରା ଦେଶ ଯେମିତି ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ପାଉଛି ଠିକ୍‍ ସେମିତି ଓଡ଼ିଶା ଲାଭ ପାଇବ ସେ ନେଇ ଆବଶ୍ୟକ ପଦକ୍ଷେପ ନେଇପାରନ୍ତି। ଏନେଇ ପୂର୍ବରୁ ଦେଇଥିବା ଇଙ୍ଗିତକୁ ଆଜି ମୋହର ମିଳିପାରେ ବୋଲି ଆଶା କରାଯାଇଛି। 
 
ଆଜି ପୂର୍ବାହ୍ଣରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ବୈଠକ ଆହ୍ୱାନ କରାଯାଇଛି।  ଏହି ବୈଠକରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ପ୍ରସ୍ତାବକୁ ମୋହର ଲାଗିପାରେ। ପୂର୍ବରୁ ରାଜ୍ୟରେ ସାଧାରଣ ସ୍ୱାସ୍ଥ୍ୟ ବୀମା ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଥିଲା। ଏହା ଏଯାଏ ବଳବତ୍ତର ରହିଛି। ଏହି ଯୋଜନା ଅନୁସାରେ ମହିଳାଙ୍କୁ ୧୦ ଲକ୍ଷ ଏବଂ ଅନ୍ୟ ସମସ୍ତ ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ଉପଲବ୍ଧ କରାଯାଇଛି। ଏବେ ଆୟୁଷ୍ମାନ ଯୋଜନା ଲାଗୁ ହେବା ପରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ସ୍ୱାସ୍ତ୍ରବୀମା ସୁବିଧା ମିଳିବ। ଏନେଇ କେନ୍ଦ୍ର କ୍ୟାବିନେଟ୍‍ ଗତକାଲି ପ୍ରସ୍ତାବ ଅନୁମୋଦନ କରିଛନ୍ତି।  ସ୍ୱାସ୍ଥ୍ୟ ବିଭାଗ ସହ ରାଜ୍ୟ ସରକାର ଅନ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇପାରନ୍ତି।