DA Hike News: ସରକାରୀ କର୍ମଚାରୀଙ୍କ ଲାଗିଲା ଲଟେରୀ, ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା
Advertisement
Article Detail0/zeeodisha/odisha1736011

DA Hike News: ସରକାରୀ କର୍ମଚାରୀଙ୍କ ଲାଗିଲା ଲଟେରୀ, ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

ରଜ ପର୍ବ ଅବସରରେ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରଜ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ରାଜ୍ୟର ପ୍ରାୟ ସାଢେ ୭ ଲକ୍ଷ କର୍ମଚାରୀ ଲାଭ ପାଇବେ। 

DA Hike News: ସରକାରୀ କର୍ମଚାରୀଙ୍କ ଲାଗିଲା ଲଟେରୀ, ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

DA Hike News: ଭୁବନେଶ୍ୱର: ରଜ ପର୍ବ ଅବସରରେ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରଜ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସେପଟେ ରାତି ପାହିଲେ ରଜ ପାଳିବ ସମଗ୍ର ରାଜ୍ୟ। ରଜ ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି କରି ରାଜ୍ୟ ସରକାର ରଜ ଉପହାର ପ୍ରଦାନ କରିଛନ୍ତି।

ତେବେ ରାଜ୍ୟ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ ରାଜ୍ୟ ସରକାରୀ କର୍ମଚାରୀ ମୋଟ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏହି ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ରାଜ୍ୟର ପ୍ରାୟ ସାଢେ ୭ ଲକ୍ଷ କର୍ମଚାରୀ ଲାଭ ପାଇବେ।