Student congress: ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦୀର୍ଘ ୬ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ଚଳିତବର୍ଷ ନିର୍ବାଚନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ।
Trending Photos
ଭୁବନେଶ୍ଵର: ଛାତ୍ର ନିର୍ବାଚନକୁ ନେଇ ବିବାଦ ଦେଖାଦେଇଛି। ଆଜି ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ। ଘେରାଉ ସମୟରେ ପୁଲିସର ସୁରକ୍ଷା ବଳୟ ଭାଙ୍ଗି କଂଗ୍ରେସ କର୍ମୀ ବିଧାନସଭା ଆଡକୁ ଯିବାକୁ ଆଗ୍ରସର ହେଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୁଲିସ। କିଛି ସମୟ ଧରି ପୁଲିସ ଏବଂ କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଉଛି।
ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦୀର୍ଘ ୬ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ଚଳିତବର୍ଷ ନିର୍ବାଚନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ।
।ସେହିପରି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ସରକାର ଜାଣିଶୁଣି ଛାତ୍ର ସାଂସଦ ନିର୍ବାଚନ କରିବାକୁ ଚାହୁଁନାହାନ୍ତି। ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଉନ୍ନତିରେ ଛାତ୍ରନେତାଙ୍କ ଅବଦାନ ଅନେକ କିନ୍ତୁ ସରକାର ଶିକ୍ଷା ଅନୁଷ୍ଠାନର ଉନ୍ନତି ଚାହୁଁନାହାନ୍ତି। ଛାତ୍ର ସାଂସଦ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ନାହାନ୍ତି ବୋଲି କହୁଛନ୍ତି କିନ୍ତୁ ପ୍ରକୃତ କଥା ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ପ୍ରସ୍ତୁତ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ।