ଆସିଲା ସୁଭଦ୍ରା SOP, ଏହି ମହିଳାମାନଙ୍କୁ ମିଳିବ ଟଙ୍କା
Advertisement
Article Detail0/zeeodisha/odisha2396814

ଆସିଲା ସୁଭଦ୍ରା SOP, ଏହି ମହିଳାମାନଙ୍କୁ ମିଳିବ ଟଙ୍କା

ଏହି ଯୋଜନା ରାଜ୍ୟର ୧ କୋଟିରୁ ଉର୍ଦ୍ଧ ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ୱା ତଦୁର୍ଦ୍ଧ ଏବଂ ୬୦ ବର୍ଷରୁ କମ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ୍ କରାଯିବ ।

ଆସିଲା ସୁଭଦ୍ରା SOP, ଏହି ମହିଳାମାନଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଆଜି ଏହି ଶୁଭ ଦିନରେ ମୁଁ ମହିଳା ସଶକ୍ତିକେଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯାଜନା “ସୁଭଦ୍ରା” କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଉଛି । ୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟର ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଏହି ଯାଜନା ଆର୍ଥିକ ବର୍ଷ ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯  ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କା ବଜେଟ୍ ଧାର୍ଯ୍ୟ ହୋଇଛି ।

ଏହି ଯୋଜନା ରାଜ୍ୟର ୧ କୋଟିରୁ ଉର୍ଦ୍ଧ ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ୱା ତଦୁର୍ଦ୍ଧ ଏବଂ ୬୦ ବର୍ଷରୁ କମ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ୍ କରାଯିବ ।

ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ମାର୍ଚ୍ଚ)ରେ ୫,୦୦୦ ଟଙ୍କା ଲେଖାଏଁ ବାର୍ଷିକ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦,୦୦୦ ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର ସକ୍ଷମ ଏକକ ଧଘାରକ (ଡିବିଟି) ବ୍ୟାଙଘ୍କ ଆକାଉଣ୍ଟରୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ଏକ ସୁଭଦ୍ରା ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟକ ଗ୍ରାମ ପଞ୍ଚାୟତ ଏବଂ ଉର୍ବାନ ଲୋକାଲ ବଡିରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଅତିରିକ୍ତ ୫୦୦ ଟଙ୍କା ରାଶି ରୂପେ ପ୍ରଦାନ କରାଯିବ ।

ଆମ ସରକାର ଅନ୍ତ୍ୟୋଦୟରେ ବିଶ୍ୱାସ କରେ ତେଣୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଓ ାୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏତଦବ୍ୟତୀତ କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ୱା ତଦୁର୍ଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ୱା ତଦୁର୍ଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବେ କେନ୍ଦ୍ର, ଜନସେବା କେନ୍ଦ୍ର, ଇତ୍ୟାଦିରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ କରାଯିବ ।

ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ଏକ ସୁଭଦ୍ରା ସମିତି (ସୋସାଇଟି) ଗଠନ କରିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି ।

ରାଜ୍ୟ କ୍ୟାବିନେଟର ଏହି ଦୂରଦୃଷ୍ଟି ସମ୍ପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବ । ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟନ୍ୱୟନ ଓ ରୂପାନ୍ତର ପାଇଁ ଏବଂ ଏହି ଯୋଜନାରୁ ଯେପରି କୌଣସି ଯୋଗ୍ୟ ମହିଳା ବଞ୍ଚିତ ନହୁଅନ୍ତି ସେଥିପାଇଁ ମୁଁ ଏହି ପବିତ୍ର ଗୃହରେ ଆପଣମାନଙ୍କର ସକ୍ରିୟ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read- ଓଲଟି ଗଲା ବିଜେଡି: ପ୍ରଶ୍ନୋତ୍ତର କାଳରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଉଠିଲେ ବିରୋଧୀ ଦଳ